ETV Bharat / sports

FIFA World Cup 2022: ଆଜିଠୁ କ୍ୱାର୍ଟର ଫାଇନାଲ ମୁକାବିଲା, ନଜର ପକାନ୍ତୁ ଏହି 8ଟିମ୍ ଉପରେ

author img

By

Published : Dec 9, 2022, 5:05 PM IST

ଫିଫା ବିଶ୍ବକପ 2022ରେ ଅନ୍ତିମ 16 ମୁକାବିଲା ଶେଷ ହୋଇଛି । ଆଜିଠୁ ଖେଳାଯିବ କ୍ୱାର୍ଟର ଫାଇନାଲ ମୁକାବିଲା । ଅଧିକ ପଢନ୍ତୁ

FIFA World Cup 2022 : ଆଜିଠାରୁ କ୍ବାଟର ଫାଇନାଲ ମୁକାବିଲା, ନଜର ପକାନ୍ତୁ ଏହି 8 ଟିମ୍ ଉପରେ

ହାଇଦ୍ରାବାଦ : ଫିଫା ବିଶ୍ବକପ 2022ରେ ଅନ୍ତିମ 16 ମୁକାବିଲା ଶେଷ ହୋଇଛି । ଆଜିଠୁ ଖେଳାଯିବ କ୍ବାଟର ଫାଇନାଲ ମୁକାବିଲା । କ୍ବାଟର ଫାଇନାଲରେ 8 ଟି ଟିମର କଡା ଟକ୍କର ହେବ । ଯିଏ ଜିତିବ ସିଏ ସିଧାସଳଖ ଭାବରେ ସେମିଫାଇନାଲରେ ପ୍ରବେଶ କରିବ । ଯେଉଁ ଟିମ୍ ପରାସ୍ତ ହେବ ସେମାନେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯିବେ ।

ତେବେ ନଜର ପକାନ୍ତ ଏହି 8 ଟିମ୍ ଉପରେ

ଆର୍ଜେଣ୍ଟିନା

ଫିଫା ବିଶ୍ବକପ 2022ରେ ଆର୍ଜେଣ୍ଟିନା ଫୁଟବଲ ଟିମ୍ ଅନେକ ଲୋକପ୍ରିୟତା ହାସଲ କରିଛି । ଏହି ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ 2-1 ଗୋଲରେ ବିଜୟ ହାସଲ କରି କ୍ବାଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଥିଲେ । ସେହିପରି ନିଜର ଅନ୍ତିମ ବିଶ୍ବକପ ଖେଳୁଥିବା ଅଧିନାୟକ ତଥା ବିଶ୍ବର ଜନପ୍ରିୟ ଖେଳାଳି ଲିଓନେଲ ମେସିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ । ଚଳିତ ବିଶ୍ବକପରେ ମେସି ଏପର୍ଯ୍ୟନ୍ତ 3 ଟି ଗୋଲ ଦେଇଛନ୍ତି ।

ବ୍ରାଜିଲ

କ୍ବାଟର ଫାଇନାଲର ପ୍ରଥମ ମୁକାବିଲା ବ୍ରାଜିଲ ବନାମ କ୍ରୋଏସିଆ ମଧ୍ୟରେ ହେବ । ବ୍ରାଜିଲ ଟିମରେ ବହୁ ଯୁବ ପ୍ରତିଭା ସାମିଲ ହୋଇଛନ୍ତି । ଆଜିର ମ୍ୟାଚରେ ଦଳ ତାଙ୍କ ଉପରେ ଭରସା କରିବ । ନେମାର, ରିଚର୍ଡସନ ଏବଂ ବିନିଶିୟସଙ୍କ ଭଳି ଜୁନିଅର ଖେଳାଳି ଆଜି ନିଜର ଦମ୍ ଦେଖାଇବେ । ବ୍ରାଜିଲ ପ୍ରିକ୍ବାଟର ଫାଇନାଲରେ ଦକ୍ଷିଣ କୋରିଆକୁ 4-1 ଗୋଲରେ ପରାସ୍ତ କରି କ୍ବାଟର ଫାଇନାଲ ପାଇଁ ଟିକଟ ହାତେଇଥିଲା । ବ୍ରାଜିଲ ପ୍ରଥମାର୍ଦ୍ଧରେ ଚାରୋଟି ଗୋଲ ଦେଇଥିଲା । ବ୍ରାଜିଲ ଚଳିତ ବିଶ୍ବକପରେ ପ୍ରଥମାର୍ଦ୍ଧରେ ଚାରୋଟି ଗୋଲ ଦେଇଥିବା ବେଳେ ବର୍ଷ 1954 ରେ ମ୍ୟାକ୍ସିକ ବିପକ୍ଷରେ ମଧ୍ୟ ପ୍ରଥମାର୍ଦ୍ଧରେ ଚାରୋଟି ଗୋଲ ଦେଇଥିଲା । ଏହା ସହିତ ବ୍ରାଜିଲ ଫୁଟବଲ ଟିମ୍ ନକ୍ ଆଉଟ ମ୍ୟାଚରେ ପ୍ରଥମାର୍ଦ୍ଧରେ ଚାରୋଟି ଗୋଲ ଦେଇଥିବା, ବର୍ଷ 2014 ପରେ ପ୍ରଥମ ଟିମ୍ । ଜର୍ମାନୀ 2014 ଫିଫା ବିଶ୍ବକପରେ ବ୍ରାଜିଲ ବିପକ୍ଷରେ ସେମିଫାଇନାଲ ମ୍ୟାଚରେ ପ୍ରଥମାର୍ଦ୍ଧରେ ଚାରୋଟି ଗୋଲ ଦେଇଥିଲା ।

କ୍ରୋଏସିଆ

ଏଥର ଫୁଟବଲ ମହାକୁମ୍ଭରେ କ୍ରୋଏସିଆ ଫୁଟବଲ ଟିମର ସଫର ଅଳ୍ପ ବହୁତ କଠିନ ରହିଛି । ଟିମ୍ ପ୍ରିକ୍ବାଟର ଫାଇନାଲରେ ବିପକ୍ଷ ଦଳ ଜାପାନକୁ ପେନାଲ୍ଟି ସୁଟ ଆଉଟରେ ପରାସ୍ତ କରିଥିଲା । କ୍ରୋଏସିଆ ଗତ ଫିଫା ବିଶ୍ବ କପର ଉପବିଜେତା ମଧ୍ୟ ରହିଥିଲା । ଦଳର ଷ୍ଟାର ଖେଳାଳି ଲୁକା ମୋଡ୍ରିକ୍ ଏବଂ ଇୱାନ ପେରିସିକ ଦଳକୁ ସେମିଫାଇନାଲ ଟିକଟ୍ ଦେବା ପାଇଁ ଅପ୍ରାଣ ଉଦ୍ୟମ କରିବେ ।

ଇଂଲଣ୍ଡ

କ୍ବାଟର ଫାଇନାଲ ମୁକାବିଲା ଅନ୍ତିମ ମ୍ୟାଚ୍ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ବର୍ଷ 1966 ପରଠାରୁ ଫିଫା ବିଶ୍ବକପ ଟ୍ରଫି ଜିତିବା ପାଇଁ ଇଂଲଣ୍ଡ ଚାତକ ପରି ଚାହିଁ ରହିଛି । ପ୍ରିକ୍ବାଟର ଫାଇନାଲରେ ବିପକ୍ଷ ଦଳ ସେନେଗଲକୁ ପରାସ୍ତ କରି ଟିମ୍ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲା । ଇଂଲଣ୍ଡ ଫୁଟବଲ ଟିମର ଅଧିନାୟକ ହୈରୀ କେନ୍, ଜୋର୍ଡନ ହେଣ୍ଡେରେସନ, ବୁକାୟୋ ସାକା ଏବଂ ଫିଲ୍ ଫୋଡେନଙ୍କ ପ୍ରଦର୍ଶନ ଚଳିତ ବିଶ୍ବକପରେ ଦମଦାର ରହିଛି ।

ଫ୍ରାନ୍ସ

ଡିଫେଣ୍ଡି ଚମ୍ପିଆନ୍ ଫ୍ରାନ୍ସର ଯାତ୍ରା ଚଳିତ ବର୍ଷ ଦମଦାର ରହିଛି । କ୍ବାଟର ଫାଇନାଲେ ଫ୍ରାନ୍ସ ଇଂଲଣ୍ଡକୁ ଭେଟିବ । ଫୁଟବଲ ପ୍ରେମୀଙ୍କ ଆଶା ରହିଛି ଏହି ମୁକାବିଲା ବହୁତ ରୋମାଞ୍ଚକର ହେବାକୁ ଯାଉଛି । ଫ୍ରାନ୍ସ ଟମର କିଲିୟମ ଏମ୍ବାପେଙ୍କ ଭଳି ଖେଳାଳି ଚଳିତ ବିଶ୍ବକପରେ ଏପର୍ଯ୍ଯନ୍ତ ସର୍ବାଧିକ 5 ଟି ଗୋଲ ଦେଇ ଗୋଲଡେନ ବୁଟ ଦୌଡରେ ରହିଛନ୍ତି । ସେହିପରି ଦଳରେ ଅସମାନ ଡେମ୍ବେଲେ, ଏଣ୍ଟୋନୀ ଗ୍ରୀଜମୈନ ଏବଂ ଅଲିବିୟର ଜିରୁଡଙ୍କ ଭଳି ପ୍ରତିଭାବାନ ଖେଳାଳି ରହିଛନ୍ତି ।

ମରକ୍କୋ

ମରକ୍କୋ ପ୍ରିକ୍ବାଟର ଫାଇନାଲରେ ସ୍ପେନକୁ ପେନାଲ୍ଟି ସୁଟ୍ ଆଉଟରେ 3-0ରେ ଗୋଲ ଦେଇଥିଲା । ଯାହା ଚଳିତ ବିଶ୍ବକପରେ ଏହି ମ୍ୟାଚକୁ ବହୁତ ରୋମାଞ୍ଚ କରିଥିଲା । ପେନାଲ୍ଟି ସୁଟଆଉଟରେ ମରକ୍କୋ ଟିମ ପାଇଁ ଅବ୍ଦେଲହାମିଦ ସବିରୀ, ହକିମ ଜିଏଚ୍ ଏବଂ ଅସରଫ ହକିମୀ ଗୋଲ ଦେଇଥିଲେ । କ୍ବାଟର ଫାଇନାଲରେ ମରକ୍କୋ ପର୍ତ୍ତୁଗାଲକୁ ଭେଟିବ ।

ନେଦରଲାଣ୍ଡ

ପ୍ରିକ୍ବାଟର ଫାଇନାଲ ତଥା ଅନ୍ତିମ 16ରେ ନେଦରଲାଣ୍ଡ USAକୁ 3-1 ଗୋଲରେ ପରାସ୍ତ କରିଥିଲା । ତେବେ କ୍ବାଟର ଫାଇନାଲରେ ନେଦରଲାଣ୍ଡ ଆର୍ଜେଣ୍ଟିନାକୁ ଭେଟିବ । ତେବେ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଦଳକୁ ମେସିଙ୍କ ଟିମକୁ ମାତ୍ ଦେବାକୁ ପଡିବ ।

ପର୍ତ୍ତୁଗାଲ

ବିଶ୍ବର ଅନ୍ୟତମ ଲୋକପ୍ରିୟ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ଅଧିନାୟକତ୍ବ ଟିମ୍ ପର୍ତ୍ତୁଗାଲକୁ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ମରକ୍କୋକୁ ପରାସ୍ତ କରିବାକୁ ପଡିବ । ଅନ୍ତିମ 16ରେ ଦଳ ସ୍ବିଜରଲାଣ୍ଡକୁ 6-1 ଗୋଲରେ ପରାସ୍ତ କରିଥିଲା । ପର୍ତ୍ତୁଗାଲ 16 ବର୍ଷ ପରେ ତଥା ବର୍ଷ 2006 ପରେ ପ୍ରଥମ ଥର ପାଇଁ କ୍ବାଟର ଫାଇନାଲରେ ପ୍ରବେଶ କରିଛି । ସ୍ବିଜରଲାଣ୍ଡ ବିପକ୍ଷ ମ୍ୟାଚରେ ରୋନାଲ୍ଡଙ୍କୁ ଖେଳରୁ ବାଦ ଦିଆଯାଇଥିଲା । ତାଙ୍କ ବଦଳରେ ଗୋଂକାଲୋ ରାମୋସଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଥିଲା । ଏବଂ ସେ ଦଳ ପକ୍ଷରୁ ହ୍ୟାଟ୍ରିକ୍ ଗୋଲ ଦେଇଥିଲେ । ରୋନାଲ୍ଡ ଏବଂ ରାମୋସ ଙ୍କ ବ୍ୟତୀତ ଜୋଆଓ ଫେଲିକ୍ସ ଏବଂ ବର୍ନାଡ ସିଲ୍ବାଙ୍କଠାରୁ ମଧ୍ୟ ଦଳ ଗୋଲ ଆଶା ରଖିବ ।

କ୍ବାଟରଫାଇନାଲ ମ୍ୟାଚ୍ ଖେଳସୂଚୀ

ଡିସେମ୍ବର 9 ତାରିଖ - କ୍ରୋଏସିଆ ବନାମ ବ୍ରାଜିଲ - ଭାରତୀୟ ସମୟ 8:30 PM

ଡିସେମ୍ବର 10 ତାରିଖ - ନେଦରଲାଣ୍ଡ ବନାମ ଆର୍ଜେଣ୍ଟିନା - ଭାରତୀୟ ସମୟ 12:30 AM

ଡିସେମ୍ବର 10 ତାରିଖ - ମରକ୍କୋ ବନାମ ପର୍ତ୍ତୁଗାଲ - ଭାରତୀୟ ସମୟ 8:30 PM

ଡିସେମ୍ବର 11 ତାରିଖ - ଇଂଲଣ୍ଡ ବନାମ ଫ୍ରାନ୍ସ - ଭାରତୀୟ ସମୟ 12:30 AM

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.