ETV Bharat / sports

FIFA World Cup : ମେସି ଓ ରୋନାଲ୍ଡଙ୍କୁ ପଛରେ ପକାଇଲେ ଫ୍ରାନ୍ସର ଏହି ଫୁଟବଲର

ଲୋକପ୍ରିୟ ଫୁଟବଲର ମେସି ଓ ରୋନାଲ୍ଡଙ୍କୁ ପଛରେ ପକାଇ ଏକ ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଫ୍ରାନ୍ସ ଫୁଟବଲର କିଲିୟମ୍ ଏମ୍ବାପେ । ଅଧିକ ପଢନ୍ତୁ

FIFA World Cup : ମେସି ଓ ରୋନାଲ୍ଡଙ୍କୁ ପଛରେ ପକାଇଲେ ଫ୍ରାନ୍ସର ଏହି ଫୁଟବଲର
FIFA World Cup : ମେସି ଓ ରୋନାଲ୍ଡଙ୍କୁ ପଛରେ ପକାଇଲେ ଫ୍ରାନ୍ସର ଏହି ଫୁଟବଲର
author img

By

Published : Dec 5, 2022, 8:54 PM IST

ଦୋହା: ଲୋକପ୍ରିୟ ଫୁଟବଲର ମେସି ଓ ରୋନାଲ୍ଡଙ୍କୁ ପଛରେ ପକାଇଲେ ଫ୍ରାନ୍ସ ଫୁଟବଲର । ଫିଫା ବିଶ୍ବକପ ୨୦୨୨ରେ ପୋଲାଣ୍ଡକୁ ୩-୧ରେ ପରାସ୍ତ କରି ପ୍ରିକ୍ବାଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଫ୍ରାନ୍ସ । ଫ୍ରାନ୍ସ ଫୁଟବଲ ଟିମ୍ ତରଫରୁ କିଲିୟମ୍ ଏମ୍ବାପେ (Kylian Mbappe) ଦୁଇଟି ଗୋଲ ଦେଇଥିଲେ । ଏହାପରେ ସେ ଏକ ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ।

ଫ୍ରାନ୍ସର ଯୁବ ଫୁଟବଲର କିଲିୟମ୍ ଏମ୍ବାପେ ମାତ୍ର ୨୪ ବର୍ଷ ବୟସରେ ଫିଫା ବିଶ୍ବକପରେ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳି ୯ଟି ଗୋଲ ଦେଇଛନ୍ତି । ତାଙ୍କର ଏହି ରେକର୍ଡ ପରେ ସେ ବହୁ ଖ୍ୟାତାନାମା ଫୁଟବଲ ଖେଳାଳିଙ୍କୁ ପଛରେ ପକାଇପାରିଛନ୍ତି ।

ଫ୍ରାନ୍ସର ଯୁବ ଫୁଟବଲର କିଲିୟମ୍ ଏମ୍ବାପେଙ୍କ ନାମରେ ଫୁଟବଲର ବିଶ୍ବକପରେ ୧୧ ମ୍ୟାଚରେ ୯ଟି ଗୋଲ ରହିଛି । ସେହିପରି ଏହି ଧାରାରେ ବିଶ୍ବର ଲୋକପ୍ରିୟ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ନାମରେ ଏପର୍ଯ୍ୟନ୍ତ ୮ଟି ଗୋଲ ରହିଛି । ସେ ଏପର୍ଯ୍ୟନ୍ତ ଫିଫା ବିଶ୍ବକପରେ ୨୦ ମ୍ୟାଚ ଖେଳି ୮ଟି ଗୋଲ ଦେଇଛନ୍ତି । ସେହିପରି ବିଶ୍ବର ଅନ୍ୟତମ ଲୋକପ୍ରିୟ ଫୁଟବଲର ତଥା ଆର୍ଜେଣ୍ଟିନାର ଲୋକପ୍ରିୟ ଖେଳାଳି ଲିୟନେଲ ମେସି ଫୁଟବଲ ବିଶ୍ବକପରେ ୨୩ ଟି ମୁକାବିଲା ଖେଳି ଏପର୍ଯ୍ୟନ୍ତ ୯ଟି ଗୋଲ ଦେଇଛନ୍ତି । ସେହିପରି ଡିଏଗୋ ମାରାଡୋନା ଫିଫା ବିଶ୍ବକପରେ ୨୧ଟି ମ୍ୟାଚ୍ ଖେଳି ୮ଟି ଗୋଲ ନିଜ ନାମରେ କରିପାରିଛନ୍ତି ।

କିଲିୟମ୍ ଏମ୍ବାପେ ଚଳିତ ଫିଫା ବିଶ୍ବକପ ୨୦୨୨ରେ ଏପର୍ଯ୍ୟନ୍ତ ୫ଟି ଗୋଲ ଦେଇଛନ୍ତି । ପୂର୍ବ ଫିଫା ବିଶ୍ବକପରେ ସେ ଚାରୋଟି ଗୋଲ ଦେଇଥିଲେ । କତାରରେ ଜାରି ରହିଛି ଫିଫା ବିଶ୍ବକପ ୨୦୨୨ । ରବିବାର ଖେଳାଯାଇଥିବା ମ୍ୟାଚରେ ଫ୍ରାନ୍ସ ପୋଲାଣ୍ଡକୁ ୩-୧ ଗୋଲରେ ମାତ୍ ଦେଇ କ୍ବାଟର ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ କିଲିୟନ ଏମ୍ବାପେ ଫ୍ରାନ୍ସ ତରଫରୁ ଦୁଇଟି ଗୋଲ ଦେଇ ମ୍ୟାଚରେ ନିଜର ଦବଦବା ଜାହିର କରିଥିଲେ । ଏହି ପ୍ରତିଭାବାନ ଫୁଟବଲରଙ୍କ ରେକର୍ଡ ଉପରେ ନଜର ପକାଇଲେ ସେ ଫ୍ରାନ୍ସ ଫୁଟବଲ ଟିମ୍ ତରଫରୁ ଖେଳି ୧୪ ଟି ମ୍ୟାଚରୁ ୧୬ ଗୋଲ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.