ETV Bharat / sports

FIFA World Cup: ମରକ୍କୋକୁ ହରାଇଲା ଫ୍ରାନ୍ସ, ଗଣ୍ଡଗୋଳ କଲେ ଫ୍ୟାନ୍ସ - ଫିଫା ବିଶ୍ବକପ 2022

ଫିଫା ବିଶ୍ବକପରେ ବୁଧବାର ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲ ମୁକାବିଲାରେ ମରକ୍କୋକୁ ପରାସ୍ତ କରିଛି ଫ୍ରାନ୍ସ । ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବା ଆଶା ରଖିଥିବା ମରକ୍କୋର ଆଶା ମଉଳି ଯାଇଛି । ଯାହାକୁ ଗ୍ରହଣ କରିପାରି ନାହାନ୍ତି ଫ୍ୟାନ୍ସ । ଗଣ୍ଡଗୋଳ କରିବା ସହି ପୋଡା ଜଳା କରିଛନ୍ତି ମରକ୍କୋ ଦଳ ସମର୍ଥକ । ଅଧିକ ପଢନ୍ତୁ

FIFA World Cup
FIFA World Cup
author img

By

Published : Dec 15, 2022, 1:31 PM IST

ଦୋହା: ଅନ୍ତିମ ଚରଣରେ ପହଞ୍ଚିଛି କତାର ଫିଫା ବିଶ୍ବକପ । ଫାଇନାଲ ଲାଇନ ଅଫ ଚୂଡାନ୍ତ ହୋଇଛି । ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫାଇନାଲ ମୁକାବିଲା ହେବ । ବୁଧବାର ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲ ମୁକାବିଲାରେ ମରକ୍କୋକୁ ପରାସ୍ତ କରିଛି ଫ୍ରାନ୍ସ । ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବା ଆଶା ରଖିଥିବା ମରକ୍କୋର ଆଶା ମଉଳି ଯାଇଛି । ଏତେ ବାଟ ଆସି ଫାଇନାଲ ପ୍ରବେଶ ନ କରି ପାରିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ମରକ୍କୋ ଫ୍ୟାନ୍ସ । ଗଣ୍ଡଗୋଳ କରିବା ସହି ପୋଡା ଜଳା କରିଛନ୍ତି ମରକ୍କୋ ଦଳ ସମର୍ଥକ ।

ତେବେ ଏହି ଗଣ୍ଡଗୋଳ ମରକ୍କୋ କିମ୍ବା ବିଶ୍ବକପ ଖେଳାଯାଉଥିବା କତାର ନୁହେଁ ବରଂ ବେଲଜିୟମ ରାଜଧାନୀ ବ୍ରାସେଲ୍ସରେ ଘଟିଛି । 100ରୁ ଅଧିକ ଫ୍ୟାନ୍ସ ଏକାଠୀ ହୋଇ ଗଣ୍ଡଗୋଳ କରିବା ସହିତ ପୋଡାଜଳା କରିଛନ୍ତି । ରାସ୍ତାକୁ ଓହ୍ଲାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମରକ୍କୋ ଫ୍ୟାନ୍ସ । ପ୍ରଥମେ ମରକ୍କୋ ପତାକା ଧରିଥିବା ଶତାଧିକ ଫ୍ୟାନ୍ସ ବ୍ରସେଲ୍ସର ସାଉଥ ଷ୍ଟେସନ ନିକଟରେ ମୁତୟନ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନିଆଁ ଗୋଳା ଫୋପାଡିବା ସହ ଜିନିଷ ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ସୁରକ୍ଷାକର୍ମୀ ଅଟକାଇବା ସହି ବିଶୃଙ୍ଖଳା ନ କରିବାକୁ କହିଥିଲେ । ଚେତାବନୀ ସତ୍ତ୍ବେ ଶୁଣିବାକୁ ନାରାଜ ଥିଲେ ଫ୍ୟାନ୍ସ । ବିଭିନ୍ନ ଆବର୍ଜନା ଗଦାରେ ନିଆଁ ଲଗାଇ ଦେଇଥିଲେ । ଏହାକୁ ଫ୍ୟାନ୍ସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଘଟଣା ଖବର ପାଇ ପୋଲିସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା ଓ କିଛି ମରକ୍କୋ ଫ୍ୟାନ୍ସଙ୍କୁ ଗିରଫ କରି ନେଇଛି ପୋଲିସ ।

ଏହା ବି ପଢନ୍ତୁ...INDvsBAN 1st Test: ଦ୍ବିତୀୟ ଦିନରେ 300 ପାର କଲା ଭାରତ ସ୍କୋର, ଶତକରୁ ବଞ୍ଚିତ ଶ୍ରେୟାସ

ଫ୍ରାନ୍ସରେ ଥିବା କିଛି ମରକ୍କୋ ଫ୍ୟାନ୍ସ ମଧ୍ୟ ଗଣ୍ଡଗୋଳ କରିଛନ୍ତି । ଫ୍ରାନ୍ସର ବିଜୟ ପରେ ଫ୍ରାନ୍ସ ଫ୍ୟାନ୍ସ ରାସ୍ତାରେ ବିଜୟ ଉତ୍ସବ ପାଳନ କରିବାକୁ ଆସିଥିଲେ । ମାତ୍ର କିଛି ସ୍ଥାନରେ ମରକ୍କୋ ଫ୍ୟାନ୍ସ ସହିତ ସେମାନଙ୍କ ସଂଘର୍ଷ ହୋଇଥିଲା । ଫ୍ରାନ୍ସଙ୍କୁ ମରକ୍କୋର ରକ୍ଷକ ଦେଶ କୁହାଯାଏ । ଏଠାରେ ଅଧିକ ସଂଖ୍ୟକ ମରକ୍କୋ ପ୍ରବାସୀ ରୁହନ୍ତି । ମରକ୍କୋ ପରାସ୍ତ ହେବାକୁ ଦୁଇ ଦଳ ସମର୍ଥକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.