ETV Bharat / sports

FIFA World Cup: ପ୍ରଥମ ସେମିଫାଇନାଲ ମୁକାବିଲା, ଆର୍ଜେଣ୍ଟିନା-କ୍ରୋଏସିଆ ଟକ୍କର - Luka Modric

ଅନ୍ତିମ ପର୍ଯ୍ୟାୟର ପହଁଞ୍ଚିଛି ଫିଫା ବିଶ୍ବକପ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆର୍ଜେଣ୍ଟିନା ବନାମ କ୍ରୋଏସିଆ ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

FIFA World Cup : ଆଜି ପ୍ରଥମ ସେମିଫାଇନାଲ ମୁକାବିଲା, ଆର୍ଜେଣ୍ଟିନା କ୍ରୋଏସିଆ ମଧ୍ୟରେ ଟକ୍କର

author img

By

Published : Dec 13, 2022, 10:19 PM IST

ହାଇଦ୍ରାବାଦ: ଅନ୍ତିମ ପର୍ଯ୍ୟାୟର ପହଁଞ୍ଚିଛି ଫିଫା ବିଶ୍ବକପ ( FIFA World Cup ୨୦୨୨ ) । ଆଜି ପ୍ରଥମ ସେମିଫାଇନାଲ ମୁକାବିଲା ହେବ । ଫାଇନାଲ ଟିକଟ ହାତେଇବା ପାଇଁ ଉଭୟ ଦଳ ମଧ୍ୟରେ ହେବ କଡା ଟକ୍କର । ଭାରତୀୟ ସମୟ ଅନୁସାରେ ଡିସେମ୍ବର ୧୪ ତାରିଖରେ ରାତି ୧୨:୩୦ରେ ଖେଳାଯିବ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆର୍ଜେଣ୍ଟିନା ବନାମ କ୍ରୋଏସିଆ ମଧ୍ୟରେ ଖେଳାଯିବ । ଲୋକପ୍ରିୟ ଖେଳାଳି ଲିଓନେଲ ମେସିଙ୍କ (Lionel Messi) ଦଳ ଆର୍ଜେଣ୍ଟିନା ଚଳିତ ବିଶ୍ବକପରେ ବେଶ ଦବଦବା ଜାହିର କରିଛି । ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ମେସି ତାଙ୍କର ଜଲୱା ଦେଖାଇବେ । ସେହିପରି କ୍ରୋଏସିଆର ଷ୍ଟାର ଖେଳାଳି ଲୁକା ମୋଡ୍ରିଚଙ୍କ (Luka Modric) ପ୍ରଦର୍ଶନ ଉପରେ ଦଳ ଭରସା କରିବ ।

  • 😍 It is Semi-final day at the #FIFAWorldCup

    Who will come out on top? 🤔

    — FIFA World Cup (@FIFAWorldCup) December 13, 2022 " class="align-text-top noRightClick twitterSection" data=" ">

କ୍ରୋଏସିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ସର୍ବଦା କଡା ଟକ୍କର ହୋଇଛି । ପରସ୍ପର ମଧ୍ୟରେ ଏପର୍ଯ୍ୟନ୍ତ ୫ ଟି ମ୍ୟାଚ୍ ଖେଳାଯାଇଛି । ଦୁଇଟି ମ୍ୟାଚ୍ ଆର୍ଜେଣ୍ଟିନା ଜିତି ଥିବା ବେଳେ ଦୁଇଟି ମ୍ୟାଚରେ କ୍ରୋଏସିଆ ବିଜୟୀ ହୋଇଛି । ବର୍ଷ ୧୯୯୪ ରେ ଉଭୟ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଯାହା ଡ୍ର ହୋଇଥିଲା ।

ବିଶ୍ବକପ ପ୍ରଦର୍ଶନ ଉପରେ ନଜର ପକାଇଲେ ଉଭୟ ଦଳର ପଲ୍ଲା ଭାରି ରହିଛି । ବିଶ୍ବକପ ମୁକାବିଲା ଦୁଇ ଥର ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି । ଫଳାଫଳ ୧-୧ ତଥା ଉଭୟ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିଛନ୍ତି । ବର୍ଷ ୧୯୯୮ ବିଶ୍ବକପରେ ଆର୍ଜେଣ୍ଟିନା କ୍ରୋଏସିଆକୁ ୧-୦ ଗୋଲରେ ପରାସ୍ତ କରିଥିଲା । ସେହିରି ୨୦୧୮ ବିଶ୍ବକପରେ କ୍ରୋଏସିଆ ୩-୦ ଗୋଲରେ ଆର୍ଜେଣ୍ଟିନାକୁ ପରାଜୟର ସ୍ବାଦ ଚଖାଇଥିଲା ।

ଆର୍ଜେଣ୍ଟିନାର ଟ୍ରମ୍ପକାର୍ଡ ମେସି

ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଲିଓନେଲ ମେସି ତାଙ୍କ କ୍ୟାରିୟରର ଅନ୍ତିମ ତଥା ପଞ୍ଚମ ବିଶ୍ବକପ ଖେଳିବେ । ତେଣୁ ସେ ଏହି ବିଦାୟକାଳୀନ ବିଶ୍ବକପରେ ଫାଇନାଲରେ ସ୍ଥାନ ପକ୍କା କରି ଦଳକୁ ବିଶ୍ବକପ ଭେଟି ଦେବାକୁ ଚାହିଁବେ । ୩୫ ବର୍ଷିୟ ମେସିଙ୍କ କ୍ୟାରିୟର ଚମତ୍କାର ରହିଛି । ସେ ବର୍ଷ ୨୦୦୬, ୨୦୧୦, ୨୦୧୪, ୨୦୧୮ ଏବଂ ୨୦୨୨ ବିଶ୍ବକପର ସଦସ୍ୟ ରହିଆସିଛନ୍ତି । ବର୍ଷ ୨୦୧୪ରେ ଆର୍ଜେଣ୍ଟିନା ଫାଇନାଲରେ ଜାଗା ପକ୍କା କରିଥିଲା । ହେଲେ ଜର୍ମାନୀଠାରୁ ୦-୧ ରେ ପରାସ୍ତ ହୋଇଥିଲା ।

ଆର୍ଜେଣ୍ଟିନା ବିଶ୍ବକପ ଇତିହାସ

ଆର୍ଜେଣ୍ଟିନା ଚଳିତ ବିଶ୍ବକପକୁ ମିଶାଇ ଷଷ୍ଠ ଥର ପାଇଁ ସେମିଫାଇନାଲରେ ମୁକାବିଲା କରିବ । ପୂର୍ବରୁ ଖେଳାଯାଇଥିବା ୫ ଟି ସେମିଫାଇନାଲରେ ତଥା ବର୍ଷ ୧୯୩୦, ୧୯୭୮, ୧୯୮୬, ୧୯୯୦, ୨୦୧୪ ରେ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା । ସେହିପରି ୧୯୭୮ ଓ ୧୯୮୬ ରେ ଆର୍ଜେଣ୍ଟିନା ଫିଫା ବିଶ୍ବକପ ଟାଇଟଲ ହାସଲ କରିଥିଲା । ତିନି ଥର ରନର୍ସ ଅପ ତଥା ଉପବିଜେତା ରହିଛି ଆର୍ଜେଣ୍ଟିନା ।

କ୍ରୋଏସିଆ ବିଶ୍ବକପ ଇତିହାସ

କ୍ରୋଏସିଆ ଚଳିତ ବିଶ୍ବକପକୁ ମିଶାଇ ତିନି ଥର ସେମିଫାଇନାଲ ମ୍ୟାଚ ଖେଳିବ । ବର୍ଷ ୨୦୧୮ ରେ ଖେଳାଯାଇଥିବା ବିଶ୍ବକପରେ ଉପବିଜେତା ଏଥର କ୍ରୋଏସିଆ ପ୍ରିକ୍ବାର୍ଟର ଫାଇନାଲ ଓ କ୍ବାର୍ଟର ଫାଇନାଲରେ ପେନାଲ୍ଟି ସୁଟଆଉଟରେ ଗୋଲ ଦେଇ ବିଜୟୀ ହୋଇଛି । ବର୍ଷ ୧୯୯୮ରେ ପ୍ରଥମ ଥର ପାଇଁ କ୍ରୋଏସିଆ ସେମିଫାଇନାଲରେ ପ୍ରବେଶ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.