ହାଇଦ୍ରାବାଦ: ଷ୍ଟାର ଟେନିସ ଖେଳାଳି ରୋଜର ଫେଡେରର ଓ ନୋଭାକ ଜୋକିଭିକ ରବିବାର ଦୀର୍ଘ ପ୍ରତିନ୍ଦ୍ବନ୍ଦ୍ବୀ ରାଫେଲ ନାଦାଲଙ୍କୁ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ରବିବାର ମେଲବୋର୍ଣ୍ଣରେ ମିରାକିଲ୍ କରିବା ସହ ନାଦାଲ ଅଷ୍ଟ୍ରେଲିଆନ ଓପନ ୨୦୨୨ ଟାଇଟେଲ ନିଜ ନାମରେ କରିଛନ୍ତି । ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଡାନିଲ ମେଡଭେଡେବଙ୍କୁ ୨-୬, ୬-୭(୫), ୬-୪, ୬-୪, ୭-୫ରେ ହରାଇ ଇତିହାସ ରଚିଛନ୍ତି ।
-
Congratulations to @RafaelNadal for 21st GS. Amazing achievement. Always impressive fighting spirit that prevailed another time. Enhorabuena 👏🏆👍 @Medwed33 gave it his all out there and played with the passion and determination we have come to expect from him. pic.twitter.com/DsOvK8idNc
— Novak Djokovic (@DjokerNole) January 30, 2022 " class="align-text-top noRightClick twitterSection" data="
">Congratulations to @RafaelNadal for 21st GS. Amazing achievement. Always impressive fighting spirit that prevailed another time. Enhorabuena 👏🏆👍 @Medwed33 gave it his all out there and played with the passion and determination we have come to expect from him. pic.twitter.com/DsOvK8idNc
— Novak Djokovic (@DjokerNole) January 30, 2022Congratulations to @RafaelNadal for 21st GS. Amazing achievement. Always impressive fighting spirit that prevailed another time. Enhorabuena 👏🏆👍 @Medwed33 gave it his all out there and played with the passion and determination we have come to expect from him. pic.twitter.com/DsOvK8idNc
— Novak Djokovic (@DjokerNole) January 30, 2022
ଏହାମଧ୍ୟ ପଢନ୍ତୁ: Australian Open: ଇତିହାସ ରଚିଲେ ରାଫେଲ ନାଦାଲ
କିମ୍ବଦନ୍ତୀ ସ୍ପାନିସ ଟେନିସ ସୁପରଷ୍ଟାର ରୁଷିଆର ମେଡେଭେଡେବଙ୍କ ଠାରୁ ପ୍ରଥମ ଦୁଇଟି ସେଟ୍ରେ ପରାସ୍ତ ହୋଇଥିଲେ । ମାତ୍ର ୫ ଘଣ୍ଟା ୨୪ ମିନିଟ୍ ଧରି ଖେଳାଯାଇଥିବା ଏହି ମ୍ୟାଚ୍ରେ ନାଟକୀୟ ଢଙ୍ଗରେ ପରବର୍ତ୍ତୀ ତିନୋଟି ସେଟ୍ରେ ବିଜୟ ସହ ଟାଇଟେଲ ହାତେଇଥିଲେ ନାଦାଲ ।
ଏହି ଐତିହାସିକ ପ୍ରଦର୍ଶନ ସହ ନାଦାଲ ସର୍ବାଧିକ ସଂଖ୍ୟକ ପୁରୁଷ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟେଲ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି । ଏଥିସହ ରୋଜର ଫେଡେରର ଓ ନୋଭାକ ଜୋକଭିକଙ୍କ ୨୦ ଗ୍ରାଣ୍ଡସ୍ଲାମକୁ ପାର୍ କରିଛନ୍ତି ।
IANS