ETV Bharat / sports

ଫର୍ମୁଲାୱାନ୍ ଡ୍ରାଇଭର ଲିୱିସ ହାମିଲଟନ କୋରୋନା ପଜିଟିଭ

ଫର୍ମୁଲାୱାନ୍ ଷ୍ଟାର ଲିୱିସ ହାମିଲଟନ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

F1 driver Lewis Hamilton tests positive for COVID-19
ଫର୍ମୁଲାୱାନ୍ ଡ୍ରାଇଭର ଲିୱିସ ହାମିଲଟନ କୋରୋନା ପଜିଟିଭ
author img

By

Published : Dec 1, 2020, 3:43 PM IST

ହାଇଦ୍ରାବାଦ: ସାତ ଥର ବିଶ୍ବ ଚମ୍ପିଆନ ରହିଥିବା ମରସେଡିସ ଫର୍ମୁଲା ୱାନ ଷ୍ଟାର ଲିୱିସ ହାମିଲଟନ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆଗାମୀ ସପ୍ତାହରେ ବାହରିନରେ ହେବାକୁ ଥିବା ଶାଖିର ଗ୍ରାଣ୍ଡ ପ୍ରିକ୍ସରେ ଖେଳିବେନାହିଁ ହାମିଲଟନ ।

ସୋମବାର ହାମିଲଟନଙ୍କ ଠାରେ ମଧ୍ୟମ ଧରଣର କୋଭିଡ-19 ଲକ୍ଷଣ ଦେଖାଯାଇଥିଲା । ଏନେଇ ମରସେଡିସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଗତ ସପ୍ତାହରେ ଲିୱିସ 3ଥର କୋଭିଡ-19 ଟେଷ୍ଟର ସାମ୍ନା କରିଥିଲେ ।

ସମସ୍ତ ରିପୋର୍ଟ ନେଗେଟିଭ ରହିଥିଲା । ଗତ ରବିବାର ଅପରାହ୍ନରେ ଶେଷ ଟେଷ୍ଟ ହୋଇଥିଲା । ତେବେ ସୋମବାର ସାମାନ୍ୟ ଲକ୍ଷଣ ଅନୁଭବ ହେବାପରେ ହାମିଲଟନ ତୁରନ୍ତ ପୁନର୍ବାର ଟେଷ୍ଟ କରାଇଥିଲେ । ପରେ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏହାପରେ କୋଭିଡ-19 ଗାଇଲାଇନ ଅନୁଯାୟୀ, ନିଜକୁ ଆଇସୋଲେସନରେ ରଖିଛନ୍ତି ।

ଅନ୍ୟପଟେ ହାମିଲଟନଙ୍କ ବଦଳ ଡ୍ରାଇଭର ଭାବେ ଖୁବ ଶୀଘ୍ର ମରସେଡିସ ଘୋଷଣା କରିବ ବୋଲି ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.