ETV Bharat / sports

ଥୋମାସ କପ ବିଜୟ ଦେଶର ବ୍ୟାଡମିଣ୍ଟନ ଇତିହାସରେ ସବୁଠୁ ବଡ ସଫଳତା: କୋଚ - କୋଚ ବିମଲ କୁମାର

14 ଥର ଚାମ୍ପିୟାନ ଇଣ୍ଡୋନେସିଆକୁ 3-0 ଗୋଲରେ ମାତ୍ ଦେଇ 73 ବର୍ଷ ପରେ ଇତିହାସ ରଚିଛି ଭାରତୀୟ ଟିମ୍ । ଏ ନେଇ ଦେଶ ଆଜି ଗର୍ବିତ । ଏହି ସଫଳତା ଦେଶ ପାଇଁ ସବୁଠୁ ବଡ ସଫଳତା ବୋଲି କହିବା କିଛି ଭୁଲ ହେବ ନାହିଁ ବୋଲି କହିଛନ୍ତି କୋଚ ବିମଲ କୁମାର । ଅଧିକ ପଢନ୍ତୁ

ଥୋମାସ କପ ଦେଶର ସବୁଠୁ ବଡ ସଫଳତା
ଥୋମାସ କପ ଦେଶର ସବୁଠୁ ବଡ ସଫଳତା
author img

By

Published : May 18, 2022, 3:53 PM IST

ହାଇଦ୍ରାବାଦ: ଭାରତ ବ୍ୟାଡମିଣ୍ଟନ ଇତିହାସରେ ପ୍ରଥମ ଥର ପାଇଁ ଥୋମାସ କପ୍ ହାସଲ କରିଛି ଭାରତୀୟ ଟିମ୍। ବ୍ୟାକଂକରେ ଖେଳାଯାଉଥିବା ଥୋମାସ କପରେ ଇଣ୍ଡୋନେସିଆକୁ ହରାଇ ପ୍ରଥମ ଥର ପାଇଁ କପ୍ ହାସଲ କରିଛି ଭାରତ । 14 ଥର ଚାମ୍ପିୟାନ ଇଣ୍ଡୋନେସିଆକୁ 3-0 ଗୋଲରେ ମାତ୍ ଦେଇ 73 ବର୍ଷ ପରେ ଇତିହାସ ରଚିଛି ଭାରତୀୟ ଟିମ୍ । ଏ ନେଇ ଦେଶ ଆଜି ଗର୍ବିତ । ଏହି ସଫଳତା ଦେଶ ପାଇଁ ସବୁଠୁ ବଡ ସଫଳତା ବୋଲି କହିବା କିଛି ଭୁଲ ହେବ ନାହିଁ ବୋଲି କହିଛନ୍ତି କୋଚ ବିମଲ କୁମାର ।

ଭାରତୀୟ ବ୍ୟାଡମିଣ୍ଟନର ଏହି ସଫଳତା ପରେ କୋଚ ବିମଲ କୁମାରଙ୍କ ସହ ସାକ୍ଷାତକାର ନେଇଥିଲା ଆମ ଟିମ । ଏ ସଫଳ ଯାତ୍ରା ବିଷୟରେ ଅନୁଭୂତି ବାଣ୍ଟିଥିଲେ କୋଚ ବିମଲ କୁମାର ।

ପ୍ରଶ୍ନ: ଏ ବିଜୟ ଆପଣଙ୍କ ପାଇଁ କେତେ ସ୍ବତନ୍ତ୍ର ଏବଂ ଏହା ବ୍ୟାଡମିଣ୍ଟନ ପାଇଁ କେତେ ବଡ ?

ଉତ୍ତର: ଏହା ବହୁତ ସ୍ବତନ୍ତ୍ର । ବ୍ୟାଡମିଣ୍ଟନରେ ଥୋମାସ କପ ଜିତିବା ଟେନିସରେ ଡାଭିସ କପ ଓ କ୍ରିକେଟରେ ବିଶ୍ବ କପ ଜିତିବା ସହ ସମାନ । କେବେକେବେ ଲୋକେ ବିଜୟର ମାନେ ବୁଝନ୍ତି ନାହିଁ । କିନ୍ତୁ ମୁଁ ଆଶା କରୁଛି ବ୍ୟାଡମିଣ୍ଟନ ବର୍ତ୍ତମାନ ତାର ପ୍ରକୃତ ରାସ୍ତା ପାଇବ । ଏହି ବିଜୟ ଅନେକ ଯୁବକଙ୍କୁ କ୍ରୀଡାକୁ ନେବ ଏବଂ ଉନ୍ନତ କରିବ ।

ପ୍ରଶ୍ନ: ସିନ୍ଧୁଙ୍କ ଅଲିମ୍ପିକ୍ ବିଜୟ ଏବଂ ଅଲ୍ ଇଂଲଣ୍ଡ ଚାମ୍ପିଅନସିପରେ ପ୍ରକାଶ ପାଦୁକୋନଙ୍କ ଠାରୁ ମଧ୍ୟ କଣ ଏହା ବଡ଼?

ଉତ୍ତର: ସମସ୍ତ ବିଜୟ ଅତ୍ୟନ୍ତ ସ୍ବତନ୍ତ୍ର । କିନ୍ତୁ ଏକ ଦଳ ଭାବରେ ମୁଁ ଏହାକୁ ସର୍ବବୃହତ ଭାବରେ ମୂଲ୍ୟାଙ୍କନ କରିବି । ପିଭି ସିନ୍ଧୁ ଜିତିଥିବା ବିଶ୍ବ ଚମ୍ପିଅନସିପ୍, ଅଲ୍ ଇଂଲଣ୍ଡ ଚାମ୍ପିଅନସିପରେ ପ୍ରକାଶ ଜିତିବା ଭଲ କିନ୍ତୁ ଗୋଟିଏ ଦଳ ଜିତିବା ଅତ୍ୟନ୍ତ ସ୍ବତନ୍ତ୍ର ।

ପ୍ରଶ୍ନ: ଆପଣଙ୍କର ଛାତ୍ର ଲକ୍ଷ୍ୟ ସେନ୍ ଗତ କିଛି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଫର୍ମରେ ଅଛନ୍ତି । ଆପଣ ତାଙ୍କ ପ୍ରଦର୍ଶନକୁ କିପରି ଦେଖିବେ ଯେଉଁଠାରେ ସେ ସ୍ବାସ୍ଥ୍ୟଗତ ସମସ୍ୟା ଥାଇ ବି ସଫଳ ହୋଇଥିଲେ?

ଦଳର ଚାମ୍ପିଅନସିପରେ ବରିଷ୍ଠ ଖେଳାଳିମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଯଦି ଆପଣ ଲକ୍ଷ୍ୟଙ୍କୁ ଦେଖନ୍ତି ... ଶ୍ରୀକାନ୍ତ ଏବଂ ପ୍ରଣୟ, ସେମାନେ ଭାରତୀୟ ବ୍ୟାଡମିଣ୍ଟନ ଦଳର ବରିଷ୍ଠ ଖେଳାଳି ଅଟନ୍ତି । ସେମାନଙ୍କର ବୟସ 29 ଏବଂ 28 ବର୍ଷ । କିନ୍ତୁ ବାକି ଖେଳାଳିମାନେ 23 ବର୍ଷରୁ କମ । ଏହି ସିନିୟରମାନେ ବାସ୍ତବରେ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ ଯାହା ଏହା ଏକ ବଡ଼ ପ୍ଲସ ପଏଣ୍ଟ ଭଲ କରିବା ପାଇଁ ଏହା ହେଉଛି ଅନ୍ୟତମ କାରଣ ।

ପ୍ରଶ୍ନ: ଏହି ବିଜୟ କ୍ରୀଡାକୁ କିପରି ପ୍ରେରଣା ଯୋଗାଇବ ଯାହା ଗତ ଦଶନ୍ଧିରେ ଅଭିବୃଦ୍ଧି ଦେଖିଛି?

ଉତ୍ତର: 1983ରେ କ୍ରିକେଟ ଲୋକପ୍ରିୟତା ହାସଲ କରିଥିଲା। ବିସିସିଆଇ ସେ ସମୟରେ କଣ କରିଥିଲା । ଅନେକ ସଂଗଠନ ଏହାଠୁ ଶିଖିବେ । ସେମାନେ ପରିଚାଳନାରେ ଅଧିକ ବୃତ୍ତିଗତତା ଆଣିଥିଲେ । ତାହା ଆମକୁ ଆବଶ୍ୟକ । ଏହା ବ୍ୟାଡମିଣ୍ଟନକୁ ସାହାଯ୍ୟ କରିବ । ଆମେ ଯଦି 1998 ସଫଳତାକୁ ଦେଖିବା ଏହା ବର୍ତ୍ତମାନ ମଧ୍ୟ ବିସିସିଆଇ ଦ୍ବାରା ହାଇଲାଇଟେଡ ହୋଇ ରହିଛି । ଆମେ ଯଦି ବିଶ୍ବକପ କଥା କହିବା ଯେଉଁଠାରେ କପିଲ ଦେବ ଜିମ୍ବାୱେ ବିପକ୍ଷରେ ଅପରାଜିତ 175 ରନ କରିଥିଲେ । ମୁଁ ସେତେବେଳେ କଲେଜରେ ପଢୁଥିଲ । ମୋର ମନେ ଅଛି 17ରେ 5ଟି ୱିକେଟ ହରାଇଥିଲେ । ହେଲେ ଆମେ ମ୍ୟାଚ ଜିତିଥିଲେ । କପିଲ ଦେବଙ୍କ ନେତୃତ୍ବରେ ଦଳ ବିଶ୍ବକପ ଜିତିଛି ଏବଂ ବର୍ତ୍ତମାନ ଥୋମାସ କପରେ ସଫଳତା ପାଇଁ ଶ୍ରୀକାନ୍ତଙ୍କ ପାଇଁ ମଧ୍ୟ ସମାନ କଥା କହିପାରିବା । ଆଗକୁ ଏହି ଖେଳ ବହୁତ ଲୋକପ୍ରିୟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.