ETV Bharat / sports

'ଦିନକ ପରେ ଫାଇନାଲ ଇଭେଣ୍ଟ ହୋଇଥିଲେ ପଦକ ହାସଲ କରିପାରିଥାନ୍ତି'

ଦୌଡରାଣୀ 200ମିଟର ଇଭେଣ୍ଟରେ ସଫଳତା ଦୋହରାଇବେ ବୋଲି ଆଶା ରଖିଥିଲେ ଓଡିଶାବାସୀ । ମାତ୍ର 200 ମିଟର ଇଭେଣ୍ଟରେ 5ମ ସ୍ଥାନରେ ରହିଥିଲେ ଦୂତି ଚାନ୍ଦ । କିନ୍ତୁ ସେ ନିଜର ପ୍ରଦର୍ଶନରେ ସନ୍ତୁଷ୍ଟ ଥିବା କହିଛନ୍ତି ଦୂତି ।

author img

By

Published : Jul 13, 2019, 1:04 PM IST

ଆମ ପ୍ରତିନିଧିକୁ ପଠାଯାଇଥିବା ଫଟୋ

ଭୁବନେଶ୍ବର: ଦୌଡରାଣୀ ଦୂତି ଚାନ୍ଦ ଇଟାଲିର ନାପୋଲିଠାରେ ଚାଲିଥିବା ୱାର୍ଲ୍ଡ ୟୁନିଭରସିଟି ଗେମ୍ସର 100 ମିଟର ରେସ୍‌ରେ ସ୍ବର୍ଣ୍ଣ ଆଣିବା ପରେ 200ମିଟର ଇଭେଣ୍ଟରେ ସଫଳତା ଦୋହରାଇବେ ବୋଲି ଆଶା ରଖିଥିଲେ ଓଡିଶାବାସୀ । ମାତ୍ର 200 ମିଟର ଇଭେଣ୍ଟରେ 5ମ ସ୍ଥାନରେ ରହିଥିଲେ ଦୂତି ଚାନ୍ଦ । ଏହାପରେ ଦୂତି 200ମିଟର ଇଭେଣ୍ଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ 100ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ନିଜର ପରିଶ୍ରମ ଫଳ ପାଇଥିବା କହିଛନ୍ତି । ଏଥିସହ ବିଶ୍ବସ୍ତରୀୟ ପ୍ରତିଯୋଗିତାର 200ମିଟର ଫାଇନାଲ ଇଭେଣ୍ଟରେ 5ମ ସ୍ଥାନ ପାଇବା ମଧ୍ୟ ଗର୍ବର କଥା ବୋଲି କହିଛନ୍ତି । କାରଣ ତାଙ୍କର ପର୍ସନାଲ ଇଭେଣ୍ଟ 100ମି. ରହିଥିଲା । ସେହି ଇଭେଣ୍ଟକୁ ବେଶୀ ଫୋକସ୍‌ ଦେଇଥିଲେ ।

ଆମ ପ୍ରତିନିଧିକୁ ପଠାଯାଇଥିବା ଭିଡିଓ

ଦୂତି ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, 100ମି. ଇଭେଣ୍ଟ ମୋର ମେନ ଫୋକସ୍‌ ଓ 200ମି. ମୋର ସାଇଟ୍‌ ଇଭେଣ୍ଟ । 200ମି. ଇଭେଣ୍ଟ ପାଇଁ ଯେତିକି ଫୋକସ୍‌ କରିଥିଲେ, ତାହାର ସଫଳତା ମଧ୍ୟ ପାଇଛି । ସେମିଫାଇନାଲରେ ଦମ୍‌ଦାର ଲଢେଇ ହୋଇଥିଲା, ସେଥିରେ 23.24 ସେକେଣ୍ଡ ଦେଇଥିଲି । କିନ୍ତୁ ସେମିଫାଇନାଲର ଏକ ଘଣ୍ଟା ପରେ ଫାଇନାଲ ଇଭେଣ୍ଟ ହେବାରୁ ମୋ ଶରୀର ମୋର ସାଥ୍‌ ଦେଲା ନାହିଁ, ତେଣୁ ଏତେଟା ଭଲ ପ୍ରଦର୍ଶନ କରି ପାରିଲି ନାହିଁ । ତଥାପି ମୁଁ 5ମ ସ୍ଥାନ ହାସଲ କରିଲି । ବିଶ୍ବସ୍ତରୀୟ ଫାଇନାଲ ପ୍ରତିଯୋଗିତାରେ 5ମ ସ୍ଥାନ ହାସଲ କରିବା ମୋ ପାଇଁ ଗର୍ବର କଥା । ମୁଁ ଭାବୁଛି ଯେ, ଗୋଟେ ଦିନ ପରେ ଫାଇନାଲ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲେ ଆହୁରି ଭଲ ପ୍ରଦର୍ଶନ କରି ପଦକ ହାସଲ କରିପାରିଥାନ୍ତି ।

ଏଥିସହ ସେ କହିଛନ୍ତି ଯେ, ଆମେ ଖେଳାଳୀ । ଆମେ ସବୁବେଳେ ପରିଶ୍ରମ କରିଥାଉ । ଦେବା ନେବା ସବୁ ଭଗବାନଙ୍କ ହାତରେ । ମୋତେ ବହୁତ ଖୁସି ଲାଗୁଛି ବିଶ୍ବସ୍ତରରେ ନଂ ଓ୍ବାନ ସ୍ପ୍ରିଣ୍ଟର ହୋଇପାରିଛି । ଦେଶ ଏବଂ ରାଜ୍ୟ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଛି । 200ମି.ରେ ପଦକ ହାସଲ କରିପାରି ନାହିଁ କିନ୍ତୁ ଏହି ସିଜନର ବେଷ୍ଟ ପ୍ରଦର୍ଶନ କରିଛି । ଆପଣମାନଙ୍କ ଭଲ ପାଇବା ଓ ଆର୍ଶୀବାଦ ଥିଲେ ଆଗାମୀ ଦିନରେ ମେଗା ଇଭେଣ୍ଟମାନଙ୍କରେ ଭଲ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଅର୍ଜନ କରିବି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

100 ମିଟରରେ ସ୍ବର୍ଣ୍ଣ ଆଣିବା ପରେ 200ମିଟର ଇଭେଣ୍ଟରେ ସଫଳତା ଦୋହରାଇବେ ବୋଲି ଆଶା ରଖିଥିଲେ ଓଡିଶାବାସୀ । ମାତ୍ର ସମସ୍ତଙ୍କୁ ନିରାଶ କରି ଇଟାଲିର ନାପୋଲିଠାରେ ଚାଲିଥିବା ୱାର୍ଲ୍ଡ ୟୁନିଭରସିଟି ଗେମ୍ସର 200 ମିଟର ଇଭେଣ୍ଟରେ 5ମ ସ୍ଥାନରେ ରହିଛନ୍ତି ଦୌଡ ରାଣୀ ଦୂତି ଚାନ୍ଦ । ଗୁରୁବାର ରାତିରେ ଅନୁଷ୍ଠିତ ହୋଇଥିବା ଫାଇନାଲ ଇଭେଣ୍ଟରେ ନିର୍ଦ୍ଧାରିତ ଦୂରତାକୁ 23.30 ସେକେଣ୍ଡରେ ଅତିକ୍ରମ କରି 5ମରେ ରହିଛନ୍ତି ଦୂତି ।
ତେବେ କଣ ପାଇଁ ଦୁତି ପଞ୍ଚମ ସ୍ଥାନ ପାଇଲେ ତା ଉପରେ ଦୁତି ନିଜର ପ୍ରତିକ୍ରିୟା ରଖିଛନ୍ତି।

ଏହି ବର୍ଗର ସେମିଫାଇନାଲରେ 23.24 ଓ ଫାଇନାଲ ଇଭେଣ୍ଟର ପ୍ରଥମ ପର୍ଯ୍ୟାୟରେ 24.08 ସେକେଣ୍ଡ ନେଇଥିଲେ । ବେଲାରୁଷର କ୍ରିଷ୍ଟ୍‌ସ ସିମାନୋସ୍କାୟା 23.00, ଜର୍ମାନୀର ଜେସିକା ବିନାକା ଓ୍ବେସୋଲି 23.05 ଓ ଲିସା କ୍ୱାୟି 23.11 ସେକେଣ୍ଡ ସମୟ ନେଇ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଉଲ୍ଲେଖଥାଉ କି, ୱାର୍ଲ୍ଡ ୟୁନିଭରସିଟି ଗେମ୍ସର 100 ମିଟର ଇଭେଣ୍ଟରେ ପ୍ରଥମ ଭାରତୀୟ ଭାବେ ଦୂତି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ତେବେ ଏହି ବର୍ଗର ସେମିଫାଇନାଲରେ 23.24 ଓ ଫାଇନାଲ ଇଭେଣ୍ଟର ପ୍ରଥମ ପର୍ଯ୍ୟାୟରେ 24.08 ସେକେଣ୍ଡ ନେଇଥିଲେ । ବେଲାରୁଷର କ୍ରିଷ୍ଟ୍‌ସ ସିମାନୋସ୍କାୟା 23.00, ଜର୍ମାନୀର ଜେସିକା ବିନାକା ଓ୍ବେସୋଲି 23.05 ଓ ଲିସା କ୍ୱାୟି 23.11 ସେକେଣ୍ଡ ସମୟ ନେଇ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଉଲ୍ଲେଖଥାଉ କି, ୱାର୍ଲ୍ଡ ୟୁନିଭରସିଟି ଗେମ୍ସର 100 ମିଟର ଇଭେଣ୍ଟରେ ପ୍ରଥମ ଭାରତୀୟ ଭାବେ ଦୂତି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ

ଭୁବନେଶ୍ବର

ତେବେ ଏହି ବର୍ଗର ସେମିଫାଇନାଲରେ 23.24 ଓ ଫାଇନାଲ ଇଭେଣ୍ଟର ପ୍ରଥମ ପର୍ଯ୍ୟାୟରେ 24.08 ସେକେଣ୍ଡ ନେଇଥିଲେ । ବେଲାରୁଷର କ୍ରିଷ୍ଟ୍‌ସ ସିମାନୋସ୍କାୟା 23.00, ଜର୍ମାନୀର ଜେସିକା ବିନାକା ଓ୍ବେସୋଲି 23.05 ଓ ଲିସା କ୍ୱାୟି 23.11 ସେକେଣ୍ଡ ସମୟ ନେଇ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଉଲ୍ଲେଖଥାଉ କି, ୱାର୍ଲ୍ଡ ୟୁନିଭରସିଟି ଗେମ୍ସର 100 ମିଟର ଇଭେଣ୍ଟରେ ପ୍ରଥମ ଭାରତୀୟ ଭାବେ ଦୂତି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.