ETV Bharat / sports

ଶୁକ୍ରବାରଠୁ ଜାତୀୟ ଆନ୍ତଃରାଜ୍ୟ ଚମ୍ପିଆନସିପ୍‌: ଦୂତୀଙ୍କ ଟାର୍ଗେଟ ଅଲମ୍ପିକ ଟିକେଟ

author img

By

Published : Jun 24, 2021, 9:14 PM IST

ଦେଶର ତାରକା ଧାବିକା ଦୂତୀ ଚାନ୍ଦ ଓ ହିମା ଦାସଙ୍କ ସମେତ ଭାରତୀୟ ଟ୍ରାକ୍‌ ଓ ଫିଲ୍ଡ ଆଥଲେଟଙ୍କ ପାଇଁ ଅଲମ୍ପିକ ଟିକେଟ ହାସଲ କରିବାକୁ ଶେଷ ସୁଯୋଗ । ଅଧିକ ପଢନ୍ତୁ...

ଶୁକ୍ରବାରଠୁ ଜାତୀୟ ଆନ୍ତଃରାଜ୍ୟ ଚମ୍ପିଆନସିପ୍‌: ଦୂତୀଙ୍କ ଟାର୍ଗେଟ ଅଲମ୍ପିକ ଟିକେଟ
ଶୁକ୍ରବାରଠୁ ଜାତୀୟ ଆନ୍ତଃରାଜ୍ୟ ଚମ୍ପିଆନସିପ୍‌: ଦୂତୀଙ୍କ ଟାର୍ଗେଟ ଅଲମ୍ପିକ ଟିକେଟ

ପଟିଆଲା: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଆନ୍ତଃରାଜ୍ୟ ଚମ୍ପିଆନସିପ୍‌ । ଏହି ପ୍ରତିଯୋଗିତା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ହୋଇଥିବାରୁ ଦେଶର ତାରକା ଧାବିକା ଦୂତୀ ଚାନ୍ଦ ଓ ହିମା ଦାସଙ୍କ ସମେତ ଭାରତୀୟ ଟ୍ରାକ୍‌ ଓ ଫିଲ୍ଡ ଆଥଲେଟଙ୍କ ପାଇଁ ଅଲମ୍ପିକ ଟିକେଟ ହାସଲ କରିବାକୁ ଶେଷ ସୁଯୋଗ ।

ୱାର୍ଲ୍ଡ ଆଥଲେଟିକ୍ସ ଦ୍ବାରା ଗ୍ରେଡ 'ବି' ବର୍ଗର ଏହି ଇଭେଣ୍ଟ 5 ଦିନ ଧରି ଚାଲିବ । କିଛି ଷ୍ଟାର ଆଥଲେଟଙ୍କ ନିକଟରେ ଏଥିରେ ଅଲମ୍ପିକ ଟିକେଟ ହାତେଇବାର ସୁଯୋଗ ରହିଛି । ଏଥିସହ କିଛି ଆଥଲେଟ ନିଜର ଗୁରୁତ୍ବପୂର୍ଣ୍ଣ ରାକିଂ ପଏଣ୍ଟ ବୃଦ୍ଧି କରିବାର ଶେଷ ସୁଯୋଗ ରହିଛି ।

ସୋମବାର ଦୂତୀ ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ 4ରେ 11.15 ସେକେଣ୍ଡ ସହ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ନିଜର ଜାତୀୟ ରେକର୍ଡ ଭଙ୍ଗ କରିଥିଲେ । ଫଳରେ ଏହି ପ୍ରତିଯୋଗିତାରେ ଦୂତୀଙ୍କ ପାଖରେ ଟୋକିଓ ଟିକେଟ ହାସଲ କରିବାର ସୁବର୍ଣ୍ଣ ସୁଯୋଗ ରହିଛି । ଏପରିକି ଟୋକିଓ ଲଅମ୍ପିକ୍ସ ପାଇଁ ବିଶ୍ବ ରାକିଂ ଆଧାରରେ ମଧ୍ୟ ଦୂତୀ ଟିକେଟ ହାସଲ କରିପାରନ୍ତି ।

ଅନ୍ୟପତେ ଆହତ ସମସ୍ୟାରୁ ମୁକୁଳିଥିଲା ହିମା ଲମ୍ବା ବ୍ୟବଧାନ ପରେ ଟ୍ରାକକୁ ଫେରି IGP 4ରେ 200 ମିଟର ଇଭେଣ୍ଟରେ 20.88 ସେକେଣ୍ଡରେ ପହଞ୍ଚି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ମାତ୍ର 20.80 ଥିବା ଅଲମ୍ପିକ ଯୋଗ୍ୟତା ଅର୍ଜନ ମାର୍କ ଠାରୁ ପଛରେ ରହିଯାଇଥିଲେ । ଫଳରେ ହିମାଙ୍କ ପାଇଁ ମଧ୍ୟ ଜାତୀୟ ଆନ୍ତଃରାଜ୍ୟ ଚମ୍ପିଆନସିପ୍‌ରେ ଟୋକିଓ ଟିକେଟ ହାତେଇବାର ସୁଯୋଗ ରହିଛି ।

4x400 ମିଟର ମିକ୍ସ ରିଲେ ଟିମ ବ୍ୟତୀତ ପ୍ରାୟ 11 ଜଣ ଭାରତୀୟ ଆଥଲେଟ ଏପର୍ଯ୍ୟନ୍ତ ବ୍ୟକ୍ତିଗତ ଇଭେଣ୍ଟ ପାଇଁ ଟୋକିଓ ଅଲମ୍ପିକ ଟିକେଟ ହାସଲ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.