ETV Bharat / sports

ଦୂତୀଙ୍କ ଡବଲ୍ ଧମାକା, 200 ମିଟରରେ ବି ସ୍ବର୍ଣ୍ଣ

author img

By

Published : Oct 13, 2019, 9:49 PM IST

Updated : Oct 13, 2019, 10:14 PM IST

ରାଞ୍ଚି ଠାରେ ଚାଲିଥିବା 59ତମ ଜାତୀୟ ଓପନ ଆଥଲେଟିକ ଚମ୍ପିଆନସିପ୍‌ରେ 200ମିଟର ଫାଇନାଲ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଲେ ଦୂତି ଚାନ୍ଦ । 23.17ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି ଦୌଡରାଣୀ ।

dutee chand

ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଚାଲିଛି 59ତମ ଜାତୀୟ ଓପନ ଆଥଲେଟିକ ଚମ୍ପିଆନସିପ୍‌ । ଆଜି 200 ମିଟର ଫାଇନାଲ ଇଭେଣ୍ଟରେ ଓଡିଆ ଝିଅ ଦୂତୀ ଚାନ୍ଦ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 23.17ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଦୂତୀ ।

dutee chand
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@DuteeChand

ଦୂତିଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ଓଡିଶା ତମର ପ୍ରଦର୍ଶନ ପାଇଁ ବେଶ୍‌ ଗର୍ବିତ । ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କର ।

dutee chand
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@Naveen_Odisha

ଏପଟେ ଦୂତୀଙ୍କ ପଛକୁ 23.41ସେକେଣ୍ଡରେ 200ମିଟର ରେସ୍‌ ସମାପ୍ତ କରି ତାମିଲନାଡୁର ଅର୍ଚ୍ଚନା ସୁସେନ୍ଦ୍ରାନ 2ୟ ସ୍ଥାନରେ ରହିଥିବାବେଳେ ଚନ୍ଦ୍ରଲେଖା ଅନନ୍ଧନ 3ୟ ସ୍ଥାନ ହାସଲ କରିଛନ୍ତି ।

ଏହା ପୂର୍ବରୁ ଏହି ଚମ୍ପିଆନସିପ୍‌ରେ 100ମିଟର ସେମିଫାଇନାଲ ଇଭେଣ୍ଟରେ 11.22 ସେକେଣ୍ଡରେ ଦୂରତା ଅତିକ୍ରମ କରି ନ୍ୟାସନାଲ ରେକର୍ଡ କରିଥିଲେ ଦୂତୀ । 100ମିଟର ଫାଇନାଲ ଇଭେଣ୍ଟରେ 11.25 ସେକଣ୍ଡରେ ଦୂରତା ଅତିକ୍ରମ କରି ସ୍ବର୍ଣ୍ଣ ପଦକ ହାତେଇଥିଲେ ଦୂତୀ ।

Intro:Body:

aaa

Conclusion:
Last Updated : Oct 13, 2019, 10:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.