ETV Bharat / sports

ଦୂତୀଙ୍କ ଅଲମ୍ପିକ ଯୋଗ୍ୟତା ଅର୍ଜନ ଆଶାକୁ ଝଟକା

କାଜାଖିସ୍ତାନରେ ହେବାକୁ ଥିବା ଇନଡୋର ଟ୍ରାକ୍‌ ଇଭେଣ୍ଟ ବାତିଲ ଘୋଷଣା ପରେ, ଦୁଇ ଥର ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିସାରିଥିବା ଭାରତୀୟ ମହିଳା ଧାବିକା ଦୂତୀ ଚାନ୍ଦଙ୍କ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ଆଶାକୁ ସାମାନ୍ୟ ଝଟକା । ଅଧିକ ପଢନ୍ତୁ..

DUTEE CHAND SUFFERS MINOR JOLT IN QUEST TO QUALIFY FOR 2021 OLYMPICS
ଦୂତୀଙ୍କ ଅଲମ୍ପିକ ଯୋଗ୍ୟତା ଅର୍ଜନ ଆଶାକୁ ଝଟକା
author img

By

Published : Feb 5, 2021, 10:58 PM IST

ନୂଆଦିଲ୍ଲୀ: ଦୁଇ ଥର ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିସାରିଥିବା ଭାରତୀୟ ମହିଳା ଧାବିକା ଦୂତୀ ଚାନ୍ଦଙ୍କ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ ଆଶାକୁ ସାମାନ୍ୟ ଝଟକା । କାରଣ କାଜାଖିସ୍ତାନରେ ହେବାକୁ ଥିବା ଇନଡୋର ଟ୍ରାକ୍‌ ଇଭେଣ୍ଟ ବାତିଲ ହେଇଛି ।

DUTEE CHAND SUFFERS MINOR JOLT IN QUEST TO QUALIFY FOR 2021 OLYMPICS
ଦୂତୀ ଚାନ୍ଦ

100ମିଟର ଦୌଡରେ ନ୍ୟାସନାଲ ରେକର୍ଡର ଅଧିକାରିଣୀ ଦୂତୀ, 29 ଜାନୁଆରୀରେ 60 ମିଟର ଇଣ୍ଡୋର ପ୍ରତିଯୋଗୀତାରେ ଭାଗ ନେବାରଥିଲା । ମାତ୍ର କୋଭିଡ-19 ମହାମାରୀ କାରଣରୁ ଶେଷ ମୂହୂର୍ତ୍ତରେ ଏହି ପ୍ରତିଯୋଗୀତାକୁ ବାତିଲ କରାଯାଇଛି । ଦୂତୀଙ୍କୁ ଏବେ 18 ଫେବ୍ରୁଆରୀରୁ ପଟିଆଲାରେ ହେବାକୁ ଥିବା ଘରୋଇ ପ୍ରତିଯୋଗୀତା ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିବାକୁ ହେବ ।

100ମିଟର ଦୌଡରେ ଦୂତୀଙ୍କ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ଓ ଜାତୀୟ ରେକର୍ଡ 2019ରେ ରାଞ୍ଚିରେ 11.22 ସେକେଣ୍ଡ ରହିଛି । ତେବେ ଟୋକିଓ ଅଲମ୍ପିକ ଯୋଗ୍ୟତା ସମୟ 11.15 ସେକେଣ୍ଡ ରହିଛି । ଅର୍ଥାତ ଟୋକିଓ ଅଲମ୍ପିକ ପୂର୍ବରୁ ଦୌଡରାଣୀ ଦୂତୀଙ୍କୁ ପ୍ରଦର୍ଶନରେ ସୁଧାର ଆଣିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗ୍ୟତା ଅର୍ଜନ କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.