ETV Bharat / sports

Durand Cup: ମୋହନ ବାଗାନ ଚମ୍ପିଆନ, 17ଥର ହାତେଇଲା ଟ୍ରଫି

ଚଳିତ ଡୁରାଣ୍ଡ କପ୍‌ ଫାଇନାଲ୍‌ରେ ଇଷ୍ଟ ବେଙ୍ଗଲକୁ 1-0ରେ ପରାସ୍ତ କରି ଚମ୍ପିଆନ ହୋଇଛି ମୋହନ ବାଗାନ ସୁପର ଜାଏଣ୍ଟ୍ସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 4, 2023, 12:46 PM IST

Durand Cup
ମୋହନ ବାଗାନ ଚମ୍ପିଆନ

କୋଲକାତା: ଏସିଆ ମହାଦେଶର ସର୍ବପୁରାତନ ଫୁଟବଲ ପ୍ରତିଯୋଗିତା ଡୁରାଣ୍ଡ କପ୍‌ର ଚଳିତ ସଂସ୍କରଣର ଚମ୍ପିଆନ ହୋଇଛି ମୋହନ ବାଗାନ ସୁପର ଜାଏଣ୍ଟ୍ସ । ଫାଇନାଲ ମୁକାବିଲାରେ ଇଷ୍ଟ ବେଙ୍ଗଲକୁ 1-0ରେ ପରାସ୍ତ କରି ବିଜୟ ହାସଲ କରିଛି ମୋହନ ବାଗାନ । ଏହା ସହିତ 17ଥର ଡୁରାଣ୍ଡ ଟାଇଟଲ ଜିତିବାର ଗୌରହ ହାସଲ କରିଛି । 17ଥର ଏହି ଟାଇଟଲ ଜିତି ଏକ ସଫଳ ଦଳ ଭାବେ ଉଭା ହୋଇଛି ମୋହନ ବାଗାନ ।

ଏହା ବି ପଢନ୍ତୁ...Asia Cup 2023: ଆଜି ଭାରତ-ନେପାଳ ମୁକାବିଲା, ବର୍ଷା ବିଗାଡିପାରେ ମ୍ୟାଚ

ଡୁରାଣ୍ଡ କପ୍‌ ଫାଇନାଲ ବେଶ ଚିତାକର୍ଷକ ହୋଇଥିଲା । କଡ଼ା ସଂଘର୍ଷ ଭିତରେ ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା । କେହି କାହାରୁ ଗୋଲ୍‌ ସ୍କୋର୍‌ କରାଇ ଦେଇନଥିଲେ । ଦ୍ବିତୀୟାର୍ଦ୍ଧରେ ମଧ୍ୟ ସମାନ ଖେଳ ପ୍ରଦର୍ଶନ କରିଥିଲେ ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ । ଦ୍ବିତୀୟାର୍ଦ୍ଧ ତଥା 62ମିନିଟରେ ମୋହନ ବାଗାନର ଅନିରୁଦ୍ଧଙ୍କୁ ରେଫରି ରେଡ୍‌ କାର୍ଡ ପ୍ରଦାନ କରିବା ପରେ ଦଳ 10ଜଣଙ୍କୁ ନେଇ ଖେଳିଥିଲା । ଏହାର 9ମିନିଟ ପରେ ଦିମିତ୍ରି ପେଟ୍ରାଟସ ଗୋଲ୍‌ ଦେଇ ଦଳକୁ 1-0ରେ ଆଗୁଆ କରିଥିଲେ । ମ୍ୟାଚର 71ତମ ମିନିଟରେ ମୋହନ ବାଗାନର ଦିମିତ୍ରି ପେଟ୍ରାଟୋସ ବିଜୟୀ ଗୋଲ ଦେଇଥିଲେ । ଇଷ୍ଟ ବେଙ୍ଗଲ ଶେଷ ଯାଏଁ ଲଢିଥିଲା ହେଲେ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇନଥିଲା । ଫଳରେ ଡୁରାଣ୍ଡ କପ୍‌ର ଚଳିତ ସଂସ୍କରଣରେ ବାଜି ମାରି ନେଇଥିଲା ମୋହନ ବାଗାନ ।

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ପାକିସ୍ତାନକୁ ସୁଟ ଆଉଟରେ ହରାଇ ଭାରତ ଚମ୍ପିଆନ୍

ଚମ୍ପିଆନ ଦଳକୁ 60 ଲକ୍ଷ ଓ ରନର୍ସଅପ ଦଳକୁ 30 ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ରାଶି ଘୋଷଣା କରାଯାଇଛି । ଗୋଲ୍ଡେନ୍‌ ଗ୍ଲୋଭ୍‌ ବିଜେତା ବିଶାଳ କାଇଥଙ୍କୁ 3 ଲକ୍ଷ, ଗୋଲ୍ଡେନ ବୁଟ୍‌ ବିଜେତା ଡେଭିଡ୍‌ ଲାଇଲାସାଙ୍ଗଙ୍କୁ 3 ଲକ୍ଷ ଏବଂ ଗୋଲ୍ଡେନ୍‌ ବଲ ବିଜେତା ନନ୍ଦକୁମାର ଶେଖରଙ୍କୁ 4 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଦୀର୍ଘ 23 ବର୍ଷ ପରେ ପୁଣି ଏହି ସମ୍ମାନଜନକ ଡୁରାଣ୍ଡ କପ୍‌ ଚମ୍ପିଆନ ହୋଇଛି ମୋହନ ବାଗାନ । ସର୍ବାଧିକ ଥର ଦଳ ଚମ୍ପିଆନ ହେବାର ଗୌରବ ଲାଭ କରିଛି । ଏହା ଦଳର 17ତମ ଟାଇଟଲ । ଏହା ପୂର୍ବରୁ ଦଳ 2000 ମସିହାରେ ଡୁରାଣ୍ଡ କପ ଚମ୍ପିଆନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.