ETV Bharat / sports

ହକିର ବିକାଶ ପାଇଁ ଅଣ୍ଟା ଭିଡିଲେ ଦିଲ୍ଲୀପ, ହକି ଏକାଡେମୀରେ ରହିବେ ଡ୍ରାଗ୍ ଫ୍ଲିକର କୋଚ୍ - ଆକ୍ସନ ମୋଡରେ ଦିଲ୍ଲୀପ ତୀର୍କି

ହକିର ବିକାଶ ପାଇଁ ଅଣ୍ଟା ଭିଡିଲେ ହକି ଇଣ୍ଡିଆର ସଭାପତି। ଏଣିକି ଦେଶର ସମସ୍ତ ହକି ଏକାଡେମୀ, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲ କିପର କୋଚ୍ ରହିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 3, 2022, 10:46 PM IST

ଭୁବନେଶ୍ବର: ହକି ଇଣ୍ଡିଆର ସଭାପତି ହେବା ପରେ ଆକ୍ସନ ମୋଡରେ ଦିଲ୍ଲୀପ ତୀର୍କି। ହକିର ବିକାଶ ପାଇଁ ଅଣ୍ଟା ଭିଡିଲେ ହକି ଇଣ୍ଡିଆର ସଭାପତି। ଏଣିକି ଦେଶର ସମସ୍ତ ହକି ଏକାଡେମୀ, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲ କିପର କୋଚ୍ ରହିବେ । ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ । ଚିଠି ମାଧ୍ୟମରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ହକିର ବିକାଶ ପାଇଁ ଅଣ୍ଟା ଭିଡିଲେ ଦିଲ୍ଲୀପ

୧୬ ବର୍ଷ ବୟସରୁ କିପରି ସେମାନେ ଉଚିତ ଟ୍ରେନିଂ ନେଇ ସେନେଇ ହକି ଇଣ୍ଡିଆ ପକ୍ଷରୁ ଯୋଜନା କରାଯାଇଛି । ଏହି ଦୁଇଟି ପୋଜିସନ ଡ୍ରାଗ୍ ଫ୍ଲିକର ଓ ଗୋଲକିପର ବିଭାଗ ମର୍ଡନ ହକି ପାଇଁ ବହୁତ ଗୁରୁତ୍ୱପୂର୍ଣ । ଗ୍ରାସରୁଟରୁ କିଭଳି ହକିକୁ ମଜଭୁତ କରାଯିବ ସେ ନେଇ ଏବେ ଫୋକସ ଦିଆଯାଉଛି। ଗ୍ରାସରୁଟ ଲେବୁଲରେ ଅଧିକ ପୁଅ ଝିଅ କିପରି ହକିରେ ସାମିଲ ହୁଅନ୍ତୁ ଏବେ ସେମାନଙ୍କ ଭିତରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯିବାକୁ ଲକ୍ଷ୍ୟ ରଖିଛି ହକି ଇଣ୍ଡିଆ ।

ବିଶ୍ୱର ଯେତୋଟି ଶ୍ରେଷ୍ଠ ହକି ଟିମ୍ ଅଛି ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି । ତାହାର କାରଣ ହେଲା ସେମାନେ ସବଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକର ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି । ସେହିପରି ସବଜୁନିୟର ଓ ଜୁନିୟର ସ୍ତରରେ ବିଶ୍ୱର ବଡ଼ ବଡ଼ ହକି ଟିମ ପାଖରେ ସ୍ୱତନ୍ତ୍ର ଗୋଲକପିର କୋଚ୍ ରହିଛନ୍ତି । ତେଣୁ ସେମାନଙ୍କ ପ୍ରଦର୍ଶନ ସିନିୟର ଦଳରେ ବେଶ ଭଲ ହେଉଛି। ଦିଲ୍ଲୀପ ତିର୍କି ହକି ଇଣ୍ଡିଆର ସଭାପତି ହେବା ପରେ ଭାରତୀୟ ହକି ଟିମ୍ ତାର ପୂର୍ବ ଗୌରବକୁ ଫେରିପାଇବା ପାଇଁ ଏବେ ଅନେକ ପଦକ୍ଷେପ ନେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.