ETV Bharat / sports

Khelo India University Games: ସ୍ବର୍ଣ୍ଣ ଜିତିଲେ ଦୂତୀ, ପ୍ରଜ୍ଞାଙ୍କୁ ରୌପ୍ୟ - ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା

ଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦମ ଦେଖାଇଲେ ଦୌଡରାଣୀ ଦୂତୀ । କର୍ଣ୍ଣାଟକର ଜୈନ ବିଶ୍ବ ବିଦ୍ୟାଳୟରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଦୂତୀ ଚାନ୍ଦ । ଅଧିକ ପଢନ୍ତୁୁ

ସ୍ବର୍ଣ୍ଣ ଜିତିଲେ ଦୂତୀ
ସ୍ବର୍ଣ୍ଣ ଜିତିଲେ ଦୂତୀ
author img

By

Published : May 1, 2022, 11:47 AM IST

ବେଙ୍ଗାଲୁରୁ: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦମ ଦେଖାଇଲେ ଦୌଡରାଣୀ ଦୂତୀ । କର୍ଣ୍ଣାଟକର ଜୈନ ବିଶ୍ବ ବିଦ୍ୟାଳୟରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଦୂତୀ ଚାନ୍ଦ । ମହିଳା ବର୍ଗ 100 ମିଟର ଦୌଡରେ ଓଡିଶାକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ଦୂତୀ ।

କିଟ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ 100 ମିଟର ଦୌଡ ଇଭେଣ୍ଟରେ ଭାଗ ନେଇଥିଲେ ଦୂତୀ । ନିର୍ଦ୍ଧାରିତ ଦୂରତାକୁ 11. 68 ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଆଥଲେଟିକରେ ଚଳିତ ସଂସ୍କରଣରେ ଓଡିଶାକୁ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । ପୂର୍ବରୁ ଦୂତୀ ଫେଡେରେସନ କପ୍‌ (11. 49) ଏବଂ ରାଜ୍ୟ ଆଥଲେଟିକ ମିଟ (11.40)ସେକେଣ୍ଡରେ ଉନ୍ନତ ଟାଇମିଂ ଦେଇଥିଲେ ।

ସେହିପରି ଓଡ଼ିଆ ଝିଅ ପ୍ରଜ୍ଞା ସାହୁ ୪୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି । ଲଭ୍‌ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟର ପ୍ରତିନିଧିତ୍ବ କରି ଏହି ସଫଳତା ଲାଭ କରିଛନ୍ତି ସେ । ତାଙ୍କ ଟାଇମିଂ ଥିଲା ୫୯.୪୮ ସେକେଣ୍ଡ। ପ୍ରଜ୍ଞା ସଂପ୍ରତି ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ଦୌଡ଼କୁଦ ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଛନ୍ତି । ପ୍ରଜ୍ଞା ଏହା ପୂର୍ବରୁ ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ତୃତୀୟ ଦକ୍ଷିଣ ଏସିଆ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.