ETV Bharat / sports

ଡିସକସ୍ ଫିଙ୍ଗାଳି କମଲପ୍ରୀତ 3 ବର୍ଷ ବାସନ୍ଦ

author img

By

Published : Oct 13, 2022, 9:23 AM IST

ଭାରରତର ଷ୍ଟାର ଡିସକସ୍ ଫିଙ୍ଗାଳି କମଲପ୍ରୀତ କୌରଙ୍କୁ ଝଟକା । ନିଷିଦ୍ଧ ଶକ୍ତିବର୍ଦ୍ଧକ ପଦାର୍ଥ ବ୍ୟବହାର ପାଇଁ ଏଆଇୟୁ (Athletics Integrity Unit) ପକ୍ଷରୁ ତାଙ୍କୁ 3 ବର୍ଷ ପାଇଁ ବାସନ୍ଦ କରାଯାଇଛି । ଅଧିକ ପଢନ୍ତୁ

discus thrower kamalpreet kaur banned
ଡିସକସ ଫିଙ୍ଗାଳୀ କମଲପ୍ରୀତ 3 ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ସଫଳତା ହାସଲ କରିଥିବା ଭାରତର ଷ୍ଟାର ଡିସକସ୍ ଫିଙ୍ଗାଳି କମଲପ୍ରୀତ କୌରଙ୍କୁ ଝଟକା ଲାଗିଛି । ତାଙ୍କୁ 3 ବର୍ଷ ପାଇଁ ବାସନ୍ଦ କରାଯାଇଛି । ନିଷିଦ୍ଧ ଶକ୍ତିବର୍ଦ୍ଧକ ପଦାର୍ଥ ଷ୍ଟାନୋଜୋଲୋଲ ବ୍ୟବହାର କରୁଥିବା ନେଇ ତାଙ୍କୁ ଆଥଲେଟିକ ଇଣ୍ଟିଗ୍ରିଟି ୟୁନିଟ ପକ୍ଷରୁ (Athletics Integrity Unit) ବାସନ୍ଦ କରାଯାଇଛି । ମାର୍ଚ୍ଚ 29, 2022ରୁ ଏହି ବାସନ୍ଦ ଲାଗୁ କରାଯାଇଛି ।

ମାର୍ଚ୍ଚ 7 ତାରିଖରେ ପଟିଆଲାରୁ ସଂଗୃହୀତ ନମୁନାରେ ଷ୍ଟେରଏଡ ମିଳିବା ପରେ ମଇ ମାସରେ ତାଙ୍କୁ ମୌଖିକ ଭାବେ ବାସନ୍ଦ କରାଯାଇଥିଲା । ଷ୍ଟାନୋଜୋଲୋଲ ଏକ ଆନାବଲିକ ଷ୍ଟେରଏଡ ଏହାର ବ୍ୟବହାର ମାଂସପେଶୀର ଆକାର ବୃଦ୍ଧି ପାଇଁ ବ୍ୟବହାର କରାଯାଏ । କମଲପ୍ରୀତ ନିଜର ନମୁନା ପରୀକ୍ଷଣ ପାଇଁ ମନା କରିଥିଲେ । ଏଆଇୟୁ ପକ୍ଷରୁ ଜାରି ହୋଇଥିଲା ବିବୃତ୍ତିରେ କୁହାଯାଇଛି, 28 ମାର୍ଚ୍ଚ 2022ରେ ବିଶ୍ବ ଡୋଫି ନିରୋଧୀ ସଂସ୍ଥା ସାମ୍ପଲ ଟେଷ୍ଟରେ ଆଥଲେଟଙ୍କ ପାଇଁ ନିଷିଦ୍ଧ ପଦାର୍ଥ ଷ୍ଟାନୋଜୋଲୋଲ ରହିଥିବା ଜଣାପଡିଥିଲା । ସେ 4ଟି ସପ୍ଲିମେଣ୍ଟ ନେଉଥିବାବେଳେ ଗୋଟିଏରେ ଷ୍ଟାନୋଜୋଲୋଲ ଥିବା ଜଣାପଡିଥିଲା । ଅଭ୍ୟାସ ସମୟରେ ସପ୍ତାହରେ 5ଦିନ ଏହା ବ୍ୟବହାର କରୁଥିବା ସେ ସ୍ବୀକାର କରିଥିଲେ । ତେଣୁ କମଲପ୍ରୀତଙ୍କୁ 3 ବର୍ଷ ବାସନ୍ଦ କରାଯାଇଛି ।

ସେପ୍ଟେମ୍ବର 7ରେ ତାଙ୍କୁ ଏଆଇୟୁ ପକ୍ଷରୁ ନୋଟିସ ଜାରି ହୋଇଥିଲା । ଏହାର 20 ଦିନ ପରେ ସେ ଭୁଲ ମାନିଥିଲେ । 4 ବର୍ଷ ବାସନ୍ଦାଦେଶ ନିର୍ଦ୍ଦେଶକୁ 3 ବର୍ଷକୁ ହ୍ରାସ କରାଯାଇଛି । ବାସନ୍ଦ କରାଯିବା ଫଳରେ 2024 ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାରୁ ସେ ବଞ୍ଚିତ ହୋଇଛନ୍ତି । ଏହାସହ ମାର୍ଚ୍ଚ 7ରୁ କମଲପ୍ରୀତଙ୍କ ନାମରେ ଥିବା ସମସ୍ତ ରେକର୍ଡକୁ ଖାରଜ କରି ଦିଆଯାଇଛି ।

ଏହା ବି ପଢନ୍ତୁ...ସୌରଭ ଗାଙ୍ଗୁଲିଙ୍କୁ ହଟାଇବା ପଛରେ ବିଜେପି: ଟିଏମସି ନେତା ସାନ୍ତନୁ ସେନ

26 ବର୍ଷୀୟ କମଲପ୍ରୀତ କୌର 2021 ଟୋକିଓ ଅଲମ୍ପିକ୍ସରେ ମହିଳା ଡିସକସ୍ ଥ୍ରୋରେ ଫାଇନାଲରେ ପ୍ରବେଶ କରିଥିଲେ । ମାତ୍ର ଫାଇନାଲ ଜିତି ପାରିନଥିଲେ । 65ମିଟର ଦୂରତା ହାସଲ କରି ଷଷ୍ଠ ସ୍ଥାନରେ ରହିଥିଲେ । ଏହି ଦୂରତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ମହିଳା ଡିସକସ୍ ଫିଙ୍ଗାଳି ହୋଇଛନ୍ତି । କମଲପ୍ରୀତ ଭାରତର ଜଣେ ଷ୍ଟାର ଡିସକସ୍ ଥ୍ରୋ ଆଥଲେଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.