ETV Bharat / sports

ବିଶ୍ବକପରେ ସୁନାର ହ୍ୟାଟ୍ରିକ, ଦୀପିକା ବିଶ୍ବ ନମ୍ବର 1 ତୀରନ୍ଦାଜ

author img

By

Published : Jun 28, 2021, 4:44 PM IST

ବିଶ୍ବ ତୀରନ୍ଦାଜ ମାନ୍ୟତାର ନମ୍ବର-1 ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ । ଅଧିକ ପଢନ୍ତୁ...

Deepika reclaims world no.1 ranking after hat-trick of gold medals at WC Stage 3
ବିଶ୍ବକପରେ ସୁନାର ହ୍ୟାଟ୍ରିକ୍‌ ପରେ ଦୀପିକା ବିଶ୍ବ ନମ୍ବର 1 ତୀରନ୍ଦାଜ

ପ୍ୟାରିସ: ବିଶ୍ବ ତୀରନ୍ଦାଜ ମାନ୍ୟତାର ନମ୍ବର-1 ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ । ତୀରନ୍ଦାଜ ବିଶ୍ବକପରେ ରବିବାର ହ୍ୟାଟିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଦୀପିକା ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । 27 ବର୍ଷୀୟା ରାଞ୍ଚିର ଝିଅ ଦୀପିକା, ପ୍ରଥମ ଥର ପାଇଁ ବର୍ଷ 2012ରେ ପୂର୍ବରୁ ମଧ୍ୟ ଶୀର୍ଷ ମାନ୍ୟତାରେ ରହିସାରିଛନ୍ତି । ରବିବାର ପ୍ୟାରିସରେ ଆୟୋଜିତ ତୀରନ୍ଦାଜ ବିଶ୍ବକପରେ ମହିଳା ବ୍ୟକ୍ତିଗତ, ଟିମ ଓ ମିକ୍ସଡ ଡବଲ୍ସ ବର୍ଗରେ ଐତିହାସିକ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ହାତେଇଥିଲେ ।

ବିଶ୍ବକପରେ ସୁନା ବର୍ଷା କରିବା ଦୀପିକାଙ୍କୁ ବିଶ୍ବ ତୀରନ୍ଦାଜ ମାନ୍ୟତାର ଶୀର୍ଷରେ ପହଞ୍ଚାଇଛି । ୱାର୍ଲ୍ଡ ଆର୍ଚେରୀ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହି ଘୋଷଣା କରିଛି ।

  • This is going to take Deepika to the number one spot in the world rankings on Monday!

    🥇 🇮🇳 Deepika Kumari
    🥈 🇷🇺 Elena Osipova
    🥉 🇺🇸 Mackenzie Brown#ArcheryWorldCup pic.twitter.com/6yizeEndyo

    — World Archery (@worldarchery) June 27, 2021 " class="align-text-top noRightClick twitterSection" data=" ">

ଦୀପିକା ପ୍ରଥମେ ଅଙ୍କିତା ଭକତ ଓ କୋମାଲିକା ବରିଙ୍କ ସହ ମିଶି ମହିଳା ରିକର୍ଭ ଟିମ ପକ୍ଷରୁ ମେକ୍ସିକୋକୁ ହରାଇ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ପରେ ସ୍ବାମୀ ଅତନୁ ଦାସଙ୍କ ସହ ମିକ୍ସଡ ଯୁଗଳ ବର୍ଗରେ ନେଦଲାଣ୍ଡସର ସଜଫ ଦେନ ବର୍ଗ ଓ ଗାବ୍ରିଏଲା ସ୍କଲେସରଙ୍କୁ 5-3ରେ ହରାଇ ଦ୍ବିତୀୟ ସ୍ବର୍ଣ୍ଣ ହାତେଇଥିଲେ । ପରେ ବିଶ୍ବକପର ବ୍ୟକ୍ତିଗତ ବର୍ଗରେ ମଧ୍ୟ 17ତମ ସ୍ଥାନରେ ଥିବା ଋଷିଆର ଏଲିନା ଓସିପୋଭାଙ୍କୁ 6-0ରେ ହରାଇ ହ୍ୟାଟ୍ରିକ ସ୍ବର୍ଣ୍ଣ ସହ ବ୍ୟକ୍ତିଗତ ବର୍ଗରେ ମଧ୍ୟ ଚତୁର୍ଥ ଥର ସ୍ବର୍ଣ୍ଣ ବିଜୟିନୀ ହୋଇଥିଲେ ।

ମୋଟ ଭାବେ ଦୀପିକାଙ୍କ ନାମରେ 9ଟି ସ୍ବର୍ଣ୍ଣ, 12ଟି ରୌପ୍ୟ ଓ 7ଟି କାଂସ୍ୟ ପଦକ ରହିଛି । ସେ ଏକମାତ୍ର ଭାରତୀୟ ମହିଳା ତୀରନ୍ଦାଜ ଭାବେ ଆସନ୍ତା ମାସରେ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.