ETV Bharat / sports

ମା ହେବା ର ୨୦ ଦିନ ପରେ ଅଭ୍ୟାସ ପାଇଁ ଫେରିଲେ ଦୀପିକା କୁମାରୀ

author img

By

Published : Jan 9, 2023, 1:02 PM IST

ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାର ୨୦ ଦିନ ପରେ ତୀରନ୍ଦାଜ ଅଭ୍ୟାସ ପାଇଁ ମଇଦାନକୁ ଫେରିଛନ୍ତି ଦୀପିକା କୁମାରୀ । ଅଧିକ ପଢନ୍ତୁ

ତୀରନ୍ଦାଜ କ୍ରୀଡାବିତ ଦୀପିକା କୁମାରୀ
ତୀରନ୍ଦାଜ କ୍ରୀଡାବିତ ଦୀପିକା କୁମାରୀ

କୋଲକାତା : ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦମଦାର ତୀରନ୍ଦାଜ କ୍ରୀଡାବିତ ଦୀପିକା କୁମାରୀ । ମାତୃତ୍ୱ ଲାଭ କରିବାର ୨୦ ଦିନ ପରେ ସେ ଅଭ୍ୟାସ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ମା ହେବାର ୨୦ ଦିନ ପରେ ଭାରତର ଷ୍ଟାର ତୀରନ୍ଦାଜ ଖେଳାଳି ଭାରତୀୟ ଖେଳ ପ୍ରାଧିକରଣରେ ଅଭ୍ୟାସ ପାଇଁ ପହଞ୍ଚିଥିବା ନଜର ଆସିଥିଲେ ।

ଜାନୁଆରୀ ୧୦ ତାରିଖରୁ ୧୭ ତାରିଖ ପାର୍ଯ୍ୟନ୍ତ ହେବାକୁ ଥିବା ସିନିୟର ଜାତୀୟ ଟ୍ରାଏଲ ମାଧ୍ୟରେ ଭାରତୀୟ ତୀରନ୍ଦାଜ ଟିମରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗୋଟିଏ ଦଶକରୁ ଅଧିକ ସମୟ ଧରି ତୀରନ୍ଦାଜ କ୍ରୀଡାରେ ସକ୍ରିୟ ରହିଛନ୍ତି ଦୀପିକା । ସେ ଅନେକ ପଦକ ହାସଲ କରିଥିବା ବେଳେ ଅଲମ୍ପିକରେ ଏପର୍ଯ୍ୟନ୍ତ ପଦକ ହାସଲ କରିପାରିନାହାଁନ୍ତି । ଭାରତୀୟ ଷ୍ଟାର ତୀରନ୍ଦାଜ କ୍ରୀଡାବିତ ଦୀପିକା କୁମାରୀ କ୍ୟାରିଅରରେ ଦୁଇ ଥର ବିଶ୍ବର ନମ୍ବର ୧ ମାନ୍ୟତା ହାସଲ କରିଛନ୍ତି । ଆଗାମୀ ଅଲମ୍ପିକ ଦୀପିକାଙ୍କ ପାଇଁ ଶେଷ ଅଲମ୍ପିକ ହେବ । ତେଣୁ ସେ ଏହି ସୁଯୋଗ ହାତ ଛଡା ନକରିବା ପାଇଁ ଏବେଠୁ ଚେଷ୍ଟା ଜାରି ରଖିଛନ୍ତି ।

ମା ହେବା ପରେ ଦୀପିକା କହିଛନ୍ତିତ " ମୋ ପାଖରେ ଅନ୍ୟ କୌଣସି ଉପାୟ ନଥିଲା । ଯଦି ମୁଁ ଟ୍ରାଏଲ ପାଇଁ ଅଂଶଗ୍ରହଣ ନକରୁଛି ତାହେଲେ ଗୋଟିଏ ବର୍ଷ ପୁରା ମୁଁ ଟିମ୍‌ରୁ ବାଦ ପଡିବି । ମୁଁ ମୋର ସ୍ବାମୀ ଏବଂ ଭାରତର ନମ୍ବର ୧ ତୀରନ୍ଦାଜ କ୍ରୀଡାବିତ ଅତନୁ ଦାସଙ୍କ ସହିତ ଅଭ୍ୟାସ ପାଇଁ ଆସୁଛି । ଅତନୁ ଦାସଙ୍କୁ ମଧ୍ୟ ଟୋକିଓ ଅଲମ୍ପିକ ୨୦୨୧ ପରେ ଦଳରୁ ବାହାର କରି ଦିଆଯାଇଥିଲା । ତେଣୁ ସେ ମଧ୍ୟ ନିଜର ପ୍ରୟାସ ଜାରି ରଖିଛନ୍ତି । ଗର୍ଭବତୀ ହେବାର ୭ ମାସ ପର୍ଯ୍ୟନ୍ତ ମୁଁ ମୋର ଅଭ୍ୟାସ ଜାରି ରଖିଥିଲି । ଏହା ପରେ କିଛି ସମସ୍ୟା ଦେଖାଦେବା ପରେ ମୋତେ ଅଭ୍ୟାସ ବନ୍ଦ କରିବାକୁ ପଡିଥିଲା । ମୋର ନରମାଲ ଡେଲିଭରୀ ହୋଇଛି । ତେଣୁ ମୁଁ ମା ହେବାର ୨୦ ଦିନ ପରେ ପୁଣି ଥରେ ଅଭ୍ୟାସ ଆରମ୍ଭ କରିଛି ।" ଦୀପିକା ଗତ ବର୍ଷ ଜୁନ୍‌ରେ ଖେଳାଯାଇଥିବା ବିଶ୍ବକପରେ ରୌପ୍ୟ ପଦକ ଜିତିବା ପରେ ସେ ତାଙ୍କର ମାତୃତ୍ୱ ପାଇଁ ଖେଳରୁ ବିରତି ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.