ETV Bharat / sports

ଏସିଆନ କୁସ୍ତି ଚମ୍ପିଆନସିପ, ରୌପ୍ୟରେ ସନ୍ତୁଷ୍ଟ ଦୀପକ ପୁନିଆ - deepak punia

ଏସିଆନ କୁସ୍ତି ଚମ୍ପିଆନସିପରେ ଭାରତର ଦୀପକ ପୁନିଆଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଫାଇନାଲ ମ୍ୟାଚରେ ଦୀପକ ପୁନିଆ ଇରାନର କୁସ୍ତି ଖେଳାଳି ହଜସାନ ୟାଜଦାନିଙ୍କଠାରୁ ପରାସ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ଏସିଆନ କୁସ୍ତି ଚମ୍ପିଆନସିପ: ରୌପ୍ୟ ପଦକରେ ସନ୍ତୁଷ୍ଟ ଦୀପକ ପୁନିଆ

author img

By

Published : Apr 19, 2021, 7:20 PM IST

ନୂଆଦିଲ୍ଲୀ: ଏସିଆନ କୁସ୍ତି ଚମ୍ପିଆନସିପରେ ଭାରତର ଦୀପକ ପୁନିଆଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଫାଇନାଲ ମ୍ୟାଚରେ ଦୀପକ ପୁନିଆ ଇରାନର କୁସ୍ତି ଖେଳାଳି ହଜସାନ ୟାଜଦାନିଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚରେ ଦୀପକ ପୁନିଆଙ୍କୁ 10-0 ପଏଣ୍ଟରେ ପରାସ୍ତ କରିଛନ୍ତି ହଜସାନ ୟାଜଦାନି ।

ମ୍ୟାଚ ଆରମ୍ଭରୁ ନିଜ କୌଶଳରେ ବିଫଳ ହୋଇଥିଲେ ଦୀପକ ପୁନିଆ । ସେପଟେ ଇରାନର କୁସ୍ତି ଖେଳାଳି ଲଗାତାର ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲେ । ଇରାନୀ କୁସ୍ତି ଖେଳାଳିଙ୍କ ଆକ୍ରମଣ କୌଶଳ କୌଣସି ଜବାବ ଦେଇ ପାରିନଥିଲେ 22 ବର୍ଷୀୟ ଭାରତୀୟ କୁସ୍ତି ଖେଳାଳି । ପ୍ରଥମ ଥର ପାଇଁ ହଜସାନ ୟାଜଦାନିଙ୍କ ସହ ମୁହାଁମୁହିଁ ହୋଇଥିଲେ ଦୀପକ । ଏହାପୂର୍ବରୁ 2019ରେ ଦୀପକ ପୁନିଆ ଏହି ଖେଳାଳିଙ୍କ ସହ ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିଲେ । ତେବେ ଆହତଜନିତ ସମସ୍ୟା ଯୋଗୁଁ ଫାଇନାଲରୁ ଓହରି ଯାଇଥିଲେ ହସଜାନ ୟାଜଦାନି ।

86 କେଜି ବିଭାଗର ଏହି ମୁକାବିଲରେ ଶେଷର ଦୀପକଙ୍କୁ ପରାଜୟବରଣ କରିବାକୁ ପଡ଼ିଛି । ସେପଟେ 92 କେଜି ବର୍ଗରେ ଭାରତୀୟ କୁସ୍ତି ଖେଳାଳି ସଞ୍ଜିତ କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ମ୍ୟାଚରେ ଉଜବେକିସ୍ତାନର ଋସ୍ତମ ଶୋଡିଏବଙ୍କୁ ପରାସ୍ତ କରିଛନ୍ତି । ଏହି ମ୍ୟାଚ 11-8 ପଏଣ୍ଟ ହାସଲ କରି ବିଜୟୀ ହୋଇଛନ୍ତି ସଞ୍ଜିତ । ଏହାସହ ଏସିଆନ ଚମ୍ପିଆନସିପର ଫ୍ରି ଷ୍ଟାଇଲ ମୁକାବିଲାରେ ଭାରତ ଯାତ୍ରା ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.