ETV Bharat / sports

ଭାରତୀୟ ଭାବେ ଅନ୍ତର୍ଜାତୀୟ ଟି-୨୦ ଶତକ କ୍ଲବରେ ହୁଡ୍ଡାଙ୍କ ଏଣ୍ଟ୍ରି - ଦୀପକ ହୁଡାଙ୍କ ଶତକ କ୍ଲବରେ ପ୍ରବେଶ

ଫଟାଫଟ କ୍ରିକେଟରେ ଭାରତୀୟ ବ୍ୟାଟରଙ୍କ କମାଲ ଜାରି ରହିଛି । ଗତକାଲି ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଯୁବ ବ୍ୟାଟର ଦୀପକ ହୁଡ୍ଡା ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଶତକ ହାସଲ କରିଥିଲେ । ଅଧିକ ପଢ଼ନ୍ତୁ

ଭାରତୀୟ ଭାବେ ଅନ୍ତର୍ଜାତୀୟ ଟି-୨୦ ଶତକ କ୍ଲବରେ ହୁଡ୍ଡାଙ୍କ ଏଣ୍ଟ୍ରି

author img

By

Published : Jun 29, 2022, 7:36 PM IST

ହାଇଦ୍ରାବାଦ: ଫଟାଫଟ କ୍ରିକେଟରେ ଭାରତୀୟ ବ୍ୟାଟରଙ୍କ କମାଲ ଜାରି ରହିଛି । ଟି-୨୦ରେ ବ୍ୟାଟରଙ୍କ ବ୍ୟାଟରୁ ବାହାରୁଛି ଚୌକା, ଛକା ରନ । ଗତକାଲି ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଯୁବ ବ୍ୟାଟର ଦୀପକ ହୁଡ୍ଡା ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଶତକ ହାସଲ କରିଥିଲେ । ଭାରତୀୟ ଭାବରେ ଟି-୨୦ରେ ଶତକ ହାସଲ କରି ଦୀପକ ହୁଡ୍ଡା ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ସହ ଶତକ କ୍ଲବରେ ସାମିଲ ହୋଇଛନ୍ତି । ଅଧିନାୟକ ରୋହିତ ଶର୍ମା ଟି-୨୦ରେ ଅନ୍ତର୍ଜାତୀୟ ସ୍ତରରେ ୪ ଥର ଶତକ ହାସଲ କରିଛନ୍ତି । ସେହିପରି ଉପଅଧିନାୟକ କେଏଲ ରାହୁଲ ଏବଂ ପୂର୍ବତନ ବାମହାତୀ ବ୍ୟାଟର ସୁରେଶ ରାଇନା ମଧ୍ୟ ଟି-୨୦ରେ ଅନ୍ତର୍ଜାତୀୟ ସ୍ତରରେ ଶତକ ହାସଲ କରିଛନ୍ତି । ବିରାଟ କୋହଲି ମଧ୍ୟ ୨୦୧୯ ମସିହାରେ ୱେଷ୍ଟ୍‌ଇଣ୍ଡିଜ ବିପକ୍ଷରେ ଖେଳା ଯାଇଥିବା ଟି-୨୦ ମ୍ୟାଚରେ ୯୪ ରନ କରି ଅପରାଜିତ ରହିଥିଲେ ।

ଭାରତ ତରଫରୁ କିଏ କିଏ ଟି-ଟ୍ବେଣ୍ଟିରେ ଶତକ ହାସଲ କରିଛନ୍ତି

ରୋହିତ ଶର୍ମା- ହିଟ ମ୍ୟାନ ରୋହିତ ଶର୍ମା କ୍ରିଜରେ ଦୀର୍ଘ ସମୟ ଧରି ରହିଗଲେ ତାଙ୍କ ବ୍ୟାଟରୁ ବାହାରି ଥାଏ ଚୌକା ଛକା । ଆଉ ସେ ଟି-ଟ୍ବେଣ୍ଟିରେ ସହଜରେ ହାସଲ କରି ନିଅନ୍ତି ଶତକ । ୨୦୧୫ ମସିହା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ମ୍ୟାଚରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଶତକ ହାସଲ କରିଥିଲେ । ସେହି ମ୍ୟାଚରେ ସେ ୧୦୮ ରନ କରି ଆଉଟ ହୋଇଥିଲେ । ଏହାପରେ ଦ୍ବିତୀୟ ଥର ପାଇଁ ୨୦୧୭ ମସିହା ଶ୍ରୀଲଙ୍କା ବିପକ୍ଷ ଟି-ଟ୍ବେଣ୍ଟି ମ୍ୟାଚରେ ରୋହିତ ୧୧୮ ରନ କରି ଆଉଟ ହୋଇଥିଲେ । ସେହିଭଳି ଭାବରେ ହିଟ ମ୍ୟାନ ୨୦୧୮ ମସିହା ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି-ଟ୍ବେଣ୍ଟି ମ୍ୟାଚରେ ୧୧୧ ରନ କରି ଅପରାଜିତ ରହିଥିଲେ । ସେହିପରି ୨୦୧୮ ମସିହାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷରେ ରୋହିତ ୧୦୦ ରନ କରି ଅପରାଜିତ ରହିଥିଲେ । ହିଟ ମ୍ୟାନ ରୋହିତ ଶର୍ମା ଟି-ଟ୍ବେଣ୍ଟି ଅନ୍ତର୍ଜାତୀୟ ସ୍ତରରେ ଚାରି ଥର ଶତକ ହାସଲ କରିଛନ୍ତି ।

ସୁରେଶ ରାଇନା- ବାମହାତୀ ବ୍ୟାଟର ସୁରେଶ ରାଇନା ୨୦୧୦ ମସିହା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚରେ ଶତକ ହାସଲ କରିଥିଲେ । ସେହି ମ୍ୟାଚରେ ସେ ୧୦୧ରନ କରି ଆଉଟ ହୋଇଥିଲେ ।

କେଏଲ ରାହୁଲ- ଉପ ଅଧିନାୟକ କେଏଲ ରାହୁଲ ଟି-୨୦ରେ ଅନ୍ତର୍ଜାତୀୟ ସ୍ତରରେ ୨ ଥର ଶତକ ହାସଲ କରିଛନ୍ତି । ୨୦୧୬ ମସିହା ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟି-୨୦ ମ୍ୟାଚରେ ପ୍ରଥମ ଥର ପାଇଁ ଶତକ ହାସଲ କରିଥିଲେ । ସେହି ମ୍ୟାଚରେ ସେ ୧୧୦ ରନ କରି ଅପରାଜିତ ରହିଥିଲେ । ଏହାପରେ ଦ୍ବିତୀୟ ଥର ପାଇଁ ୨୦୧୮ ମସିହା ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚରେ ରାହୁଲ ୧୦୧ ରନ କରି ଅପରାଜିତ ରହିଥିଲେ ।

ଦୀପକ ହୁଡା- ଗତକାଲି(ଗୁରୁବାର) ଡାହାଣହାତୀ ବ୍ୟାଟର ଦୀପକ ହୁଡ୍ଡା ଆୟରଲ୍ୟାଣ୍ଡ ବିପକ୍ଷରେ ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ସେ ୫୭ ବଲରୁ ୯ଟି ଚୌକା ଓ ୬ଟି ଛକା ମାରି ୧୦୪ ରନ୍‌ କରି ଆଉଟ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.