ମେଲବର୍ଣ୍ଣ: ରୋଜର ଫେଡେରର ଓ ନୋଭାକ ଜୋକଭିକଙ୍କୁ ପଛରେ ପକାଇ ରାଫେଲ ନାଦାଲ ପୁରୁଷ ଟେନିସରେ ରେକର୍ଡ ୨୧ତମ ଏକକ ଗ୍ରାଣ୍ଡସ୍ଲାମ ଟାଇଟେଲ ହାସଲ ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି । ସ୍ପେନ୍ର ୩୫ ବର୍ଷୀୟ ଏହି ଧୁରନ୍ଦର, ଇଟାଲୀର ମାଟିଓ ବେରେଟ୍ଟିନିଙ୍କୁ ୬-୩, ୩-୬, ୬-୩ ସେଟ୍ରେ ହରାଇ ଷଷ୍ଠ ଥର ପାଇଁ ଅଷ୍ଟ୍ରେଲିଆନ ଓପନ(Australian Open Final) ଫାଇନାଲରେ ପ୍ରବେଶ କରିଛନ୍ତି । ଫାଇନାଲ ମୁକାବିଲାରେ ତାଙ୍କର ସାମ୍ନା ଡାନିଲ ମେଡେଭେଡେବଙ୍କ ସହିତ ହେବ । ୟୁଏସ ଓପନ ଚାମ୍ପିଅନ ମେଡେଭେଡବ ଅନ୍ୟ ଏକ ସେମିଫାଇନାଲରେ ଷ୍ଟିପନୋସ ସିତସପାସଙ୍କୁ ୭-୬(୫), ୪-୬, ୬-୪, ୬-୧ରେ ପରାସ୍ତ କରିଛନ୍ତି ।
-
An epic battle between champions sits on the horizon 🏆#AusOpenWithInfosys · @Infosys pic.twitter.com/Jms2S0yqJM
— #AusOpen (@AustralianOpen) January 28, 2022 " class="align-text-top noRightClick twitterSection" data="
">An epic battle between champions sits on the horizon 🏆#AusOpenWithInfosys · @Infosys pic.twitter.com/Jms2S0yqJM
— #AusOpen (@AustralianOpen) January 28, 2022An epic battle between champions sits on the horizon 🏆#AusOpenWithInfosys · @Infosys pic.twitter.com/Jms2S0yqJM
— #AusOpen (@AustralianOpen) January 28, 2022
ଏହାମଧ୍ୟ ପଢନ୍ତୁ: Odisha Open: ସେମିଫାଇନାଲରେ ଓଡିଆ ଝିଅ ଶ୍ବେତପର୍ଣ୍ଣା
ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନାଦାଲ COVID ସଂକ୍ରମଣ ଓ ଆହତ ଜନିତ ସମସ୍ୟାରେ ରହିଥିଲେ । ଫଳରେ ପ୍ରସ୍ତୁତି ପ୍ରଭାବିତ ହୋଇଥିଲା । ସେଥିପାଇଁ ବର୍ଷ ୨୦୨୨ର ଏହି ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚିବା ନେଇ ଚିନ୍ତା କରିନଥିଲେ ବୋଲି ନାଦାଲ କରିଛନ୍ତି । ଉଭୟ ନାଦାଲ ଓ ମେଡେଭେଡବ ବିଶ୍ବ ଟେନିସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଓ ଦମଦାର ଫର୍ମରେ ଥିବାରୁ ଫାଇନାଲ ମୁକାବିଲା କଡା ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।