ETV Bharat / sports

CWG 2022: ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା, ଛୁଟିଲା ଶୁଭେଚ୍ଛା ସୁଅ - ଭାରୋତ୍ତଳନକାରୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ବର୍ମିଂହୋମରେ ଚାଲିଥିବା 22ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଦେଶକୁ ପଦକ ପରେ ଭେଟି ଦେଇଛନ୍ତି ଭାରୋତ୍ତୋଳକାରୀ । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଭାରଉତ୍ତୋଳନରେ ଭାରତୀୟଙ୍କ ଦବଦବା, ଛୁଟିଲା ଶୁଭେଚ୍ଛା ସୁଅ

author img

By

Published : Jul 31, 2022, 10:03 AM IST

ନୂଆଦିଲ୍ଲୀ: ବର୍ମିଂହୋମରେ ଚାଲିଥିବା 22ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ଭାରୋତ୍ତୋଳନରେ ଭାରତୀୟ ଭାରୋତ୍ତୋଳକାରୀଙ୍କ ଦବଦବା ଦେଖିବାକୁ ମିଳିଛି । ଦେଶକୁ ପଦକ ପରେ ଭେଟି ଦେଇଛନ୍ତି ଭାରୋତ୍ତୋଳକାରୀ । ଭାରୋତ୍ତୋଳନରେ କେବଳ 4ଟି ପଦକ ଜିତିଛି ଭାରତ । ଭାରୋତ୍ତୋଳକ ମୀରାବାଈ ଚାନୁ, ବିନ୍ଦ୍ୟାରାଣୀ ଦେବୀ, ସଙ୍କେତ ଓ ଗୁରୁରାଜା ପୂଜାରୀ ପଦକ ଜିତିଛନ୍ତି । ଏ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Congratulations to Bindyarani Devi for winning Silver in Weightlifting at #CommonwealthGames. You have put up your best ever performance at the Games and demonstrated the zeal to raise the bar. Every Indian shares the joy of your success!

    — President of India (@rashtrapatibhvn) July 31, 2022 " class="align-text-top noRightClick twitterSection" data=" ">

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେରେ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ମୀରାବାଈ ଚାନୁ ଓ ରୌପ୍ୟ ପଦକ ଜିତିଛନ୍ତି ବିନ୍ଦ୍ୟାରଣୀ ଦେବୀ । ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି ଲେଖିଛନ୍ତି, ''ଭାରୋତ୍ତୋଳନ ସ୍ୱର୍ଣ୍ଣ ପଦକ ଜିତି ମିରାବାଇ ଚାନୁ ଇତିହାସ ରଚିଛନ୍ତି । କମନୱେଲଥ ଗେମ୍ସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଗେମ୍ସରେ ଭାରତ ପାଇଁ ତାଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାର ଦେଶ ଗର୍ବିତ ବୋଲି କହିଛନ୍ତି ରାଷ୍ଟ୍ରପତି ।''

  • Congratulations to Sanket Sargar for winning the silver medal in Weightlifting at #CommonwealthGames. Your immense hard work has brought success to you and glory to India. My best wishes as India opens its medal tally.

    — President of India (@rashtrapatibhvn) July 30, 2022 " class="align-text-top noRightClick twitterSection" data=" ">
  • Congratulations to P. Gururaja for winning the bronze medal in Weightlifting at #CommonwealthGames. You have made India proud once again at Commonwealth Games. My best wishes for many more such inspiring feats.

  • Mirabai Chanu scripts history by winning weightlifting gold medal, setting a new record in #CommonwealthGames. Her first gold medal for India in the ongoing Games has created a wave of joy & celebration across the country. Well done, Mirabai! India is proud of you & your medals.

ରୌପ୍ୟ ଜିତିଥିବା ବିନ୍ଦ୍ୟାରଣୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି କମନୱେଲଥ ଗେମ୍ସରେ ଭାରୋତ୍ତୋଳନରେ ରୌପ୍ୟ ଜିତିବା ପାଇଁ ବିନ୍ଦାରାଣୀ ଦେବୀଙ୍କୁ ଅଭିନନ୍ଦନ । ତୁମର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟ ଆପଣଙ୍କ ସଫଳତାର ଆନନ୍ଦିତ ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି ପୁରୁଷ ବର୍ଗ ଭାରଉତ୍ତୋଳନରେ ରୌପ୍ୟ ଓ ବ୍ରୋଞ୍ଜ ଜିତିଥିବା ସଙ୍କେତ ଓ ଗୁରୁରାଜା ପୂଜାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହା ବି ପଢନ୍ତୁ...CWG 2022: ରୌପ୍ୟ ଜିତିଲେ ବିନ୍ଦ୍ୟାରାଣୀ

ସେହିପରି ସମସ୍ତ ଭାରଉତ୍ତୋଳକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ସ୍ବର୍ଣ୍ଣ ଜିତିଥିବା ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇ ମୋଦି ଲେଖିଛନ୍ତି, ''ଦେଶକୁ ପୁଣି ଥରେ ଗର୍ବିତ କରିଛନ୍ତି ମୀରା । ସ୍ବର୍ଣ୍ଣ ଜିତି ବର୍ମିଂହାମ ଗେମ୍ସରେ ଏକ ନୂତନ କମନୱେଲଥ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କର ଏହି ସଫଳତା ଅନେକ ଭାରତୀୟଙ୍କୁ ବିଶେଷ କରି ଆଥଲେଟ୍ସଙ୍କୁ ଉତ୍ସାହିତ କରିବ । ସେହିପରି ରୌପ୍ୟ ପଦକ ବିଜୟିନୀ ବିନ୍ଦ୍ୟାରଣୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ବର୍ମିଂହାମ୍‌ରେ ରୌପ୍ୟ ପଦକ ଜିତିଥିବାରୁ ବିନ୍ଦାରାଣୀ ଦେବୀଙ୍କୁ ଅଭିନନ୍ଦନ । ଏହି ସଫଳତା ତାଙ୍କର ଦୃଢତାର ଏକ ପ୍ରଦର୍ଶନ ଏବଂ ଏହା ପ୍ରତ୍ୟେକ ଭାରତୀୟ ଏହାକୁ ନେଇ ବହୁତ ଖୁସି । ଭବିଷ୍ୟତ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

  • The exceptional @mirabai_chanu makes India proud once again! Every Indian is delighted that she’s won a Gold and set a new Commonwealth record at the Birmingham Games. Her success inspires several Indians, especially budding athletes. pic.twitter.com/e1vtmKnD65

    — Narendra Modi (@narendramodi) July 30, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ... CWG 2022 Day 2: ଭାରୋତ୍ତୋଳନରେ ଭାରତକୁ ବ୍ରୋଞ୍ଜ, ୨ରେ ପହଞ୍ଚିଲା ପଦକ ସଂଖ୍ୟା

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଣ୍ଣ ବିଜେତା ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,''ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିବାରେ ତାଙ୍କର ଐତିହାସିକ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ । ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ରୌପ୍ୟ ବିଜୟିନୀ ବିନ୍ଦ୍ୟାରଣୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ''ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିଥିବାରୁ ଅନେକ ଅନେକ ଶୁଭେଚ୍ଛା । ଏହି ସଫଳତା ଆଗକୁ ଜାରି ରହୁ । ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା ।’’

ପ୍ରକାଶ ଥାଉ କି, ଜୁଲାଇ 29 ତାରିଖରୁ ଇଂଲଣ୍ଡର ବର୍ମିହାମରେ ଆରମ୍ଭ ହୋଇଥିବା 22ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 4 ଟି ପଦକ ହାସଲ କରିଛି । ସମସ୍ତ ପଦକ ଉାରଉତ୍ତୋଳନରେ ହିଁ ହାସଲ କରିଛି ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.