ETV Bharat / sports

CWG 2022: ଦମଦାର ବିଜୟରୁ ଭାରତର କମନୱେଲ୍ଥ ଅଭିଯାନ ଆରମ୍ଭ

author img

By

Published : Jul 29, 2022, 5:37 PM IST

ଟେବୁଲଟେନିସରେ ମନିକା ବାତ୍ରାଙ୍କ କମାଲ୍‌ । ଦକ୍ଷିଣ ଆଫ୍ରିକାକୁ 3-0ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଅଧିକ ପଢନ୍ତୁ

CWG 2022: Manika Batra leads India to 3-0 win over South Africa in women’s team table tennis group tie
CWG 2022: ବିଜୟରୁ ଭାରତର କମନୱେଲ୍ଥ ଅଭିଯାନ ଆରମ୍ଭ କଲା ଭାରତ

ବର୍ମିଂହାମ(ଇଂଲଣ୍ଡ): ଶୁକ୍ରବାର ଭାରତ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଚଳିତ କମନୱେଲ୍ଥ ଗେମ୍ସ 2022ରେ(Commonwealth Games 2022 ) ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ମହିଳା ଟେବୁଲ ଟେନିସ ଇଭେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଦମଦାର ବିଜୟ ହାସଲ କରିଛି । ମନିକା ବାତ୍ରାଙ୍କ ନେତୃତ୍ବରେ ଭାରତ, ପ୍ରତିଯୋଗିତାରେ ପ୍ରଥମ ବିଜୟର ସ୍ବାଦ ଚାଖିଛି । ମହିଳା ଟେବୁଲଟେନିସ ଇଭେଣ୍ଟରେ ଦକ୍ଷିଣ ଆଫ୍ରିକାକୁ 3-0ରେ ହରାଇଛି ଭାରତ ।

  • #TableTennis Update 🚨

    Women's Team- Group Stage Round 1️⃣

    India 🇮🇳 3️⃣-0️⃣ South Africa 🇿🇦

    🔹Reeth Rishya/Sreeja Akula (WD) - 1-0
    🔹Manika Batra (singles) - 2-0
    🔹Sreeja Akula (singles) - 3-0

    ⬆️ Next

    Round 2️⃣: India vs Fiji (8:30 pm IST)#Cheer4India #India4CWG2022

    — SAI Media (@Media_SAI) July 29, 2022 " class="align-text-top noRightClick twitterSection" data=" ">

ଗ୍ରୁପ 2 ମହିଳା ଟିମ ଇଭେଣ୍ଟରେ ନ୍ୟାସନାଲ ଚାମ୍ପିଅନ ଶ୍ରୀଜା ଅକୁଳାଙ୍କ ସହିତ 2018 ଗୋଲ୍ଡକୋଷ୍ଟ କମନୱେଲ୍ଥ ଗେମ୍ସ ସ୍ବର୍ଣ୍ଣ ବିଜେତା ମନିକା ବିଜୟ ସହ ଆଗୁଆ ହୋଇଛନ୍ତି । ଡବଲ୍ସ ଯୋଡି ରିତ ଟେନିସନ ଓ ଶ୍ରୀଜା ଅକୁଳା ପ୍ରଥମେ ଦକ୍ଷିଣ ଆଫ୍ରିକାର ଲୈଲା ଏଡୱାର୍ଡସ ଓ ଡାନିସା ପଟେଲଙ୍କ ଯୋଡିକୁ 11-7, 11-7, 11-5ରେ ହରାଇଥିଲେ । ପରେ ମନିକା ଦକ୍ଷିଣ ଆଫ୍ରିକୀୟ ମୁସଫିକ କଲାମଙ୍କୁ 11-5, 11-3 ଓ 11-2ରେ ସିଙ୍ଗଲ୍ସ ମ୍ୟାଚ୍‌ରେ ହରାଇଛନ୍ତି ।

ମନିକାଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଶ୍ରୀଜା ମଧ୍ୟ ଡାନିସା ପଟେଲଙ୍କୁ ସିଧାସଳଖ ସେଟ୍‌ରେ 11-5, 11-3, 11-6ରେ ହରାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ 3-0 ବିଜୟ ପରେ ଭାରତକୁ ଆଉ ଶେଷ ଦୁଇଟି ସିଙ୍ଗଲ୍ସ ମୁକାବିଲାର ଆବଶ୍ୟକତା ନାହିଁ । ଭାରତ ମହିଳା ଟିମ ଟେବୁଲ ଟେନିସ ଇଭେଣ୍ଟରେ ତା'ର ଗ୍ରୁପ 2ର ଦ୍ବିତୀୟ ଟାଏ ଫିଜି ବିପକ୍ଷରେ ଖେଳିବ । ଫିଜି 0-3ରେ ଗୁୟାନା ଠାରୁ ପରାସ୍ତ ହୋଇଛି । ଶନିବାର ଗୁୟାନା ସହ ଭାରତର ମୁକାବିଲା ରହିଛି ।

ଭାରତ ଗୋଲ୍ଡକୋଷ୍ଟ କମନୱେଲ୍ଥ ଗେମ୍ସରେ ଶକ୍ତିଶାଳୀ ସିଙ୍ଗାପୁରକୁ ଫାଇନାଲରେ ହରାଇ ଐତିହାସିକ ସ୍ବର୍ଣ୍ଣ ପଦକ ହାତେଇଥିଲା । ସିଙ୍ଗାପୁର ଚଳିତ ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡକୁ 3-0ରେ ହରାଇସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.