ETV Bharat / sports

CWG 2022: ଗୁରୁଦୀପଙ୍କୁ ବ୍ରୋଞ୍ଜ, ଭାରୋତ୍ତୋଳନରୁ ଭାରତକୁ 10 ପଦକ - କମନୱେଲଥ ଗେମ୍ସ

22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା ଦେଖିବାକୁ ମିଳିଛି । ଭାରୋତ୍ତୋଳନକାରୀ ଗୁରୁଦୀପ ସିଂହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

CWG 2022
CWG 2022
author img

By

Published : Aug 4, 2022, 9:53 AM IST

ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା ଦେଖିବାକୁ ମିଳିଛି । ଏହି ଇଭେଣ୍ଟରେ ପଦକ ବର୍ଷା ହୋଇଛି । ଭାରୋତ୍ତୋଳକାରୀ ଗୁରୁଦୀପ ସିଂହ କାଂସ୍ୟ ବିଜୟୀ ହୋଇଛନ୍ତି । ପୁରୁଷ 109 କିଲୋ+ ବିଭାଗରେ ଗୁରୁଦୀପ 3ୟ ସ୍ଥାନରେ ରହି ଏହି ସଫଳତା ହାସଲ କରିଛନ୍ତି । ସ୍ନାଚରେ 167 ଏବଂ କ୍ଲିନ ଆଣ୍ଡ ଜର୍କରେ 223 କିଗ୍ରା ଭାର ଉଠାଇ ବ୍ରୋଞ୍ଜ ଜିତିଛନ୍ତି । ତୃତୀୟ ରାଉଣ୍ଡରେ ସେ 173 କିଲୋ ଉଠାଇବାରେ ବିଫଳ ହୋଇଥିଲେ । 167 କିଲୋ ଉଠାଇ ସ୍ନାଚ ରାଉଣ୍ଡ ଶେଷ କରିଥିଲେ । ମୋଟ 390 ମିଶ୍ରିତ କିଲୋ ଉଠାଇ ରାଉଣ୍ଡ ଶେଷ କରିଥିଲେ ଗୁରଦୀପ।

  • Congratulations to Gurdeep Singh for an excellent effort and winning the bronze medal in weightlifting at #CommonwealthGames. You have done India proud with your podium finish and spirited lifting. May you continue to scale new heights of success in the times to come.

    — President of India (@rashtrapatibhvn) August 4, 2022 " class="align-text-top noRightClick twitterSection" data=" ">

ଗୁରଦୀପଙ୍କ ଏ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ''କମନୱେଲଥ ଗେମ୍ସରେ କାଂସ୍ୟ ଜିତିଥିବାକୁ ଅନେକ ଅନେକ ଶୁଭେଚ୍ଛା ।'' ଭାରତକୁ ଗୁରୁଦୀପ ଗର୍ବିତ କରିଥିବା କହିଛନ୍ତି ରାଷ୍ଟ୍ରପତି । ଭବିଷ୍ୟତ ସଫଳତା ପାଇଁ ଗୁରୁଦୀପକୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

  • Hardwork and dedication leads to outstanding outcomes…this is what Gurdeep Singh has shown by winning the Bronze medal in weightlifting at the CWG. He has furthered the spirit of joy among our citizens. Congratulations and best wishes to him. pic.twitter.com/DoudsoAKEG

    — Narendra Modi (@narendramodi) August 4, 2022 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁରୁଦୀପଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, '' କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବ ଭଲ ଫଳାଫଳ ଆଣିଥାଏ । ରାଜ୍ୟଗୋଷ୍ଠୀରେ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ଜିତି ଗୁରୁଦୀପ ସିଂହ ଏହା ଦର୍ଶାଇଛନ୍ତି । ସେ ଯୁବପୀଢିଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରକାଶ ଥାଉ କି, ଚଳିତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରୋତ୍ତୋଳନରେ ଭାରତର ଏହା 10 ପଦକ । ସେଥିରୁ 3ଟି ସ୍ବର୍ଣ୍ଣ ପଦକ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.