ETV Bharat / sports

CWG 2022: ଟେବୁଲ ଟେନିସରେ ଶରତ ଓ ଶ୍ରୀଜାଙ୍କୁ ସ୍ବର୍ଣ୍ଣ - କମନୱେଲଥ ଗେମ୍ସ 2022

ଟେବୁଲ ଟେନିସ ମିଶ୍ରିତ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି କମଲ ଓ ଶ୍ରୀଜା ଆକୁଲା । ଭାରତ ଏଯାବତ ୫୫ଟି ପଦକ ଜିତିସାରିଥିବାବେଳେ ସେଥିରେ ୧୮ଟି ସ୍ବର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି କାଂସ୍ୟ ପଦକ ରହିଛି । ଅଧିକ ପଢନ୍ତୁ

ଶରତ-ଶ୍ରୀଜାଙ୍କୁ ସ୍ବର୍ଣ୍ଣ ପଦକ
ଶରତ-ଶ୍ରୀଜାଙ୍କୁ ସ୍ବର୍ଣ୍ଣ ପଦକ
author img

By

Published : Aug 8, 2022, 11:33 AM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପଦକ ବର୍ଷା ହୋଇଛି । ଟେବୁଲ ଟେନିସ ମିଶ୍ରିତ ଯୁଗଳ ବର୍ଗରେ ଭାରତର ଶରତ କମଲ ଓ ଶ୍ରୀଜା ଆକୁଲା ୩-୧ରେ ମାଲେସିଆର ଜାଭେନ ଚୁଙ୍ଗ ଓ କାରେନ ଲାଇନଙ୍କୁ ପରାସ୍ତ କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି । ଉଭୟଙ୍କ ପାଇଁ ଏହା ପ୍ରଥମ ସ୍ବର୍ଣ୍ଣ । ପୂର୍ବରୁ ଶରତ ପୁରୁଷ ଡବଲ୍ସରେ ସାଥିଆନଙ୍କ ସହ ମିଶି ରୌପ୍ୟ ଜିତିଥିଲେ ଓ ସିଙ୍ଗଲ୍ସ ଫାଇନାଲକୁ ଯାଇଛନ୍ତି ।

ମାଲେସିଆର ଜାଭେନ ଚୁଙ୍ଗ ଓ କାରେନ ଲାଇନଙ୍କୁ ୧୧-୪, ୯-୧୧, ୧-୫ ଓ ୧୧-୬ ସେଟ୍‌ରେ ପରାସ୍ତ କରିଥିଲେ । ଶରତ କମଲ ଓ ଶ୍ରୀଜା ଆକୁଲା ମ୍ୟାଚ୍‌ରେ ତାଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିଥିଲେ । ପ୍ରଥମ ଗେମକୁ ୧୧-୪ ସେଟରେ କବଜାରେ କରି ନେଇଥିଲେ ଭାରତୀୟ ଖେଳାଳି । ଦ୍ବିତୀୟ ଗେମରେ କମବ୍ୟାକ କରି ମାଲେସିଆ ଖେଳାଳି ୧୧-୯ରେ କବ୍ଜା କରିଥିଲେ । ଏହା ପରେ ମ୍ୟାଚ୍‌କୁ ଫେରିଥିଲେ ଶରତ ଓ ଶ୍ରୀଜା । ୧୧-୫ ଓ ୧୧-୬ରେ ମ୍ୟାଚ୍‌କୁ ନିଜ ଅକ୍ତିଆରକୁ ନେଇଥିଲେ ।

  • Heartiest congratulations to Sharath Kamal & Sreeja Akula for winning gold in mixed doubles table tennis at #CommonwealthGames. They blended experience & youth to script table tennis history for India. They ensured that our Tiranga flies high at Birmingham once again.

    — President of India (@rashtrapatibhvn) August 7, 2022 " class="align-text-top noRightClick twitterSection" data=" ">

ପୂର୍ବରୁ ଇଂଲଣ୍ଡର ପଲ ଡ୍ରିଙ୍କାଲ ଓ ଲିଆମ ପିଚଫୋର୍ଡ ଯୋଡିଙ୍କଠୁ ୨-୩ ସେଟ୍‌ରେ ପରାସ୍ତ ହୋଇ ଭାରତର ଦୁଇ ଅଭିଜ୍ଞ ଟେବୁଲ ଟେନିସ ଖେଳାଳି ଶରତ କମଲ ଓ ଜି. ସାଥିଆନ ପୁରୁଷ ଡବଲ୍ସରେ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ।

ଏହା ବି ପଢନ୍ତୁ...CWG 2022: ଟିଟି ଯୁଗଳ ବର୍ଗରେ ସାଥିଆନ-କମଲ ପରାଜିତ, ରୌପ୍ୟ ପଦକରେ ଭାରତ ସନ୍ତୁଷ୍ଟ

ଶରତ କମଲ ଓ ଶ୍ରୀଜା ଆକୁଲାଙ୍କ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ବିଟ କରି ରାଷ୍ଟ୍ରପତି ଲେଖିଛନ୍ତି, ''କମନୱେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ଜିତିଥିବାରୁ ଭଭୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଟେବୁଲ ଟେନିସରେ ଅଭିଜ୍ଞତା ଆଣିଛନ୍ତି ଦୁଇ ଖେଳାଳି । ପୁଣି ଥରେ ବର୍ମିଂହାମରେ ଆମର ତ୍ରିରଙ୍ଗା ଉଚ୍ଚରେ ଉଡିବାକୁ ସୁନିଶ୍ତିନ୍ତ କରିଛନ୍ତି ।''

ଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ଅନ୍ତିମ ଦିନ । ଏଯାବତ ଭାରତ ପାଖରେ ୫୫ଟି ପଦକ ରହିଛି ସେଥିରୁ ୧୮ଟି ସ୍ବର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି କାଂସ୍ୟ ପଦକ ରହିଛି । ଆଜି ପୁରୁଷ ହକି ଫାଇନାଲ ମ୍ୟାଚ୍‌ ରହିଛି । ପଦକ ନିଶ୍ଚିନ୍ତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.