ETV Bharat / sports

ଦଶହରା ଆସିନି ହେଲେ ସଜେଇ ହୋଇଛି ସିଲଭର ସିଟି

author img

By

Published : Jul 23, 2019, 8:11 PM IST

Updated : Jul 23, 2019, 9:30 PM IST

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ ଆୟୋଜନ ସିଲଭରସିଟିର ସମୃଦ୍ଧିମୟ ଇତିହାସରେ ଯୋଡିଛି ଆଉ ଏକ ସୁନ୍ଦର ଫର୍ଦ୍ଦ ।

ଡିଜାଇନ ଫଟୋ

କଟକ: କୁହାଯାଏ ହଜାରେ ବର୍ଷର କଟକ ସହର, ବାଉନ ବଜାର ତେପନ ଗଳି । ସ୍ଥାନୀୟ ଜବହାରଲାଲ ଇଣ୍ଡୋର ଷ୍ଟାଡିୟମରେ ସଦ୍ୟସମାପ୍ତ ହୋଇଛି ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ । ଏହି ପ୍ରତିଯୋଗିତାର ଆୟୋଜନ, ସିଲଭରସିଟିର ସମୃଦ୍ଧିମୟ ଇତିହାସରେ ଯୋଡିଛି ଆଉ ଏକ ସୁନ୍ଦର ଫର୍ଦ୍ଦ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

ଫନିର ବିଭିଶିଖା ପରେ ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି ପ୍ରଚୀନ କଟକ ସହର । ଚକମକ୍‌ କରୁଛି କଟକର ରିଙ୍ଗ ରୋଡ । ରାସ୍ତା କଡରେ ନୂଆ ନୂଆ ବୃଷ ରୋପଣ କଟକର ସୁନ୍ଦରତାକୁ ଦ୍ବିଗୁଣିତ କରୁଛି । ତେବେ ଏକଦା ଓଡିଶାର କ୍ରୀଡା ପ୍ରାଣକେନ୍ଦ୍ର କୁହାଯାଉଥିବା କଟକରେ ଆଉ ଏକ ମେଗା ଇଭେଣ୍ଟ ଆୟୋଜନ ପାଇଁ ଯୋଜନା ଚାଲିଛି । ଆଗାମୀ ଦିନରେ 17ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ ଆୟୋଜନ ପାଇଁ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି କ୍ରୀଡା ସଚିବ ବିଶାଲ ଦେବ । ଏଥି ସହିତ ରାଜ୍ୟରେ ଟେବୁଲ ଟେନିସର ବିକାଶ ପାଇଁ ସହରରେ ଏକ ଟିଟି ଏକାଡେମୀର ସ୍ଥାପନା କରାଯିବାର ମଧ୍ୟ ସେ ସଂକେତ ଦେଇଛନ୍ତି ।

ତେବେ ରାଜଧାନି ପରି କଟକରେ ମଧ୍ୟ ଅଧିକରୁ ଅଧିକ ମେଗା ଇଭେଣ୍ଟ ଆୟୋଜନ ପାଇଁ କଟକବାସୀଙ୍କ ଅପେକ୍ଷା ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସରିଲା 21ତମ ରାଜ୍ୟଗୋଷ୍ଟି କ୍ରୀଡା । କିନ୍ତୁ ଏହି କ୍ରୀଡା ବଦଳିଗଲା କଟକ ର ଚିତ୍ର । ସବୁ ଦିଗରେ ହୋଇଗଲା ବିକାଶ । ରାସ୍ତା ଘାଟ ସଫା ଠୁ ଆରମ୍ଭ କରି ବୃକ୍ଷ ରୋପଣ ପର୍ଯ୍ୟନ୍ତ । ସମସ୍ତ ଦିଗରେ କଟକ ମିଳିଲା ଶହେ ନମ୍ବର । ଯଦି ଏପରି ଗୋଟେ ଗୋଟେ ବଡ଼ ଇଭେଣ୍ଟ କଟକ ରେ ଖେଳଆଯାଏ ତେବେ କଟକ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବା ପକ୍କା ହୋଇଯିବ ବୋଲି ରହିଛି ଦୃଢ଼ ବିଶ୍ୱାସ ।

Body:ଭିଓ୧: ସିଲଭରସିଟି କୁ ବିଶ୍ୱ ଦରବାର ରେ ମିଳିଲା ସ୍ୱତନ୍ତ୍ର ପରିଚୟ । ଭାଇଚାରା ର ସହର ପାଇଁ ନୁହେ ବରଂ କ୍ରୀଡା ପାଇଁ ଏହି ଉପାଧି ର ଅଧିକାରୀ ହୋଇଛି କଟକ । ତେବେ ଚଳିତ ମାସ ରେ ଅନୁଷ୍ଠିତ ହୋଇଥିବା ରାଜ୍ୟଗୋଷ୍ଠି ଟେବୁଲଟେନିସ ପ୍ରତିଯୋଗୀତା କଟକ ର ସମ୍ପୂର୍ଣ୍ଣ ସ୍ଥିତି କୁ ବଦଳାଇ ଦେଇଛି । ରାସ୍ତା ଘାଟ ସଫା ଠୁ ଆରମ୍ଭ କରି ନୂଆ ନୂଆ ଗଛ ରୋପଣ କରିବା ଯାହା କଟକିଆ ଙ୍କ ମନକୁ ବେଶ ଛୁଈଁଚି । ଯଦି ଆଗକୁ ଏପରି ମ୍ୟାଚ କଟକ ରେ ଖେଳାଯିବ ତେବେ ବିକାଶ ଧାରା ଦ୍ଵିଗୁଣିତ ହୋଇଯିବ ବୋଲି କହିଛନ୍ତି ସହରବାସୀ ।

ବାଇଟ: ଚିତରଞ୍ଜନ ମହାନ୍ତି( କଟକ ବାସୀନ୍ଧା )

ଭିଓ୨: ଅନ୍ୟପଟେ କ୍ରୀଡା ର ରାଜଧାନୀ ବୋଲାଉଥିବା ଓଡିଶା ରେ ଆଉ ଏକ ମେଗା ଇଭେଣ୍ଟ ର ଆୟୋଜନ ପାଇଁ ରାଜ୍ୟ ସରକାର ଙ୍କ ସହ ଆଲୋଚନା ଚାଲିଛି ବୋଲି କହିଛନ୍ତି କ୍ରୀଡା ସଚିବ ଵିଶାଲ ଦେବ । ଏହାସହିତ ରାଜ୍ୟରେ ଟେବୁଲଟେନିସ କ୍ରୋଡା ର ବିକାଶ ପାଇଁ ଏକ ଟିଟି ଏକାଡେମୀ ର ସ୍ଥାପନା କରାଯିବ । ଯାହାଦ୍ୱାରା ଯୁବ ଖେଳାଳି ଙ୍କୁ ମଧ୍ୟ ଦିଆଯିବ ସୁଯୋଗ । ଯାହାଦ୍ୱାରା ସେମାନେ ଆଗାମୀ ଦିନମାନଙ୍କରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଭା ପଦର୍ଶନ କରିପାରିବେ ।

ବାଇଟ: ଵିଶାଲ ଦେବ ( ରାଜ୍ୟ କ୍ରୀଡା ସଚିବ )

Conclusion:ତେବେ ଦେଖିବାକୁ ବାକିରହିଲା ଏହି ରାଜ୍ୟଗୋଷ୍ଠି କ୍ରୀଡା ହେବା ଦ୍ୱାରା କେତେ ଦୂର ଆଗକୁ ଯିବ ଓଡିଶା ଟେବୁଲଟେନିସ ଟିମ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
Last Updated : Jul 23, 2019, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.