ETV Bharat / sports

କୋରୋନା ସଂକ୍ରମିତ ସିମ୍ରନଜିତ ଭାରତୀୟ ଏସିଆନ ବକ୍ସିଂ ଚମ୍ପିଆନସିପ ସ୍କ୍ବାଡ୍‌ରୁ ବାଦ - ଭାରତୀୟ ବକ୍ସିଂ ଚମ୍ପିଆନସିପ ସ୍କ୍ବାଡ୍‌

ଭାରତୀୟ ଏସିଆନ ବକ୍ସିଂ ଚମ୍ପିଆନସିପ ସ୍କ୍ବାଡ୍‌ରୁ ବାଦ ପଡିଲେ, ନ୍ୟାସନାଲ ଚମ୍ପିଆନ ଓ ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ବକ୍ସର ସିମ୍ରନଜିତ କୌର । ଅଧିକ ପଢନ୍ତୁ...

Covid-stricken boxer Simranjit dropped from India squad
କୋରୋନା ସଂକ୍ରମିତ ସିମ୍ରନଜିତ ଭାରତୀୟ ଏସିଆନ ବକ୍ସିଂ ଚମ୍ପିଆନସିପ ସ୍କ୍ବାଡ୍‌ରୁ ବାଦ
author img

By

Published : Apr 30, 2021, 8:35 PM IST

ନୂଆଦିଲ୍ଲୀ: ଭାରତୀୟ ଏସିଆନ ବକ୍ସିଂ ଚମ୍ପିଆନସିପ ସ୍କ୍ବାଡ୍‌ରୁ ବାଦ ପଡିଲେ, ନ୍ୟାସନାଲ ଚମ୍ପିଆନ ଓ ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ବକ୍ସର ସିମ୍ରନଜିତ କୌର । ମେ 21ରେ ଏହି ମେଗା ପ୍ରତିଯୋଗିତା ଦୁବାଇରେ ଖେଳାଯିବା ନେଇ ସୂଚୀ ରହିଛି ।

ତେବେ କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ ଏବେ ବି ସୁସ୍ଥ ହୋଇନାହାନ୍ତି ସିମ୍ରନଜିତ ।

60 କିଲୋଗ୍ରାମ ବର୍ଗରେ ନ୍ୟାସନାଲ ଚମ୍ପିଆନ ହୋଇଥିବା 25 ବର୍ଷୀୟା ସିମ୍ରନଜିତ ଗତ ସପ୍ତାହରେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ ।

ଇନ୍ଦିରା ଗାନ୍ଧି ଇନଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଏବେବି ସେ କ୍ବାରେଣ୍ଟିନରେ ରହିଛନ୍ତି । ଫଳରେ ବିଦେଶରେ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମ୍ଭବପର ନୁହେଁ । ତାଙ୍କର ସ୍ଥାନରେ ସମାନ ଓଜନ ବର୍ଗରେ ଅନ୍ୟ ବକ୍ସରଙ୍କୁ ଦଳରେ ସାମିଲ ପାଇଁ ଯୋଜନା ରହିଥିବା ବକ୍ସିଂ ଫେଡେରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି ।

BFI ଗତ ମାସରେ ଆଇଜି ଷ୍ଟାଡିୟମରେ ନ୍ୟାସନାଲ ସିଲେକ୍ସନ ଟ୍ରାଏଲ ଆରମ୍ଭ କରିଥିଲା । ମାତ୍ର କୋଭିଡ-19 ମାମଲା ବୃଦ୍ଧିକୁ ନଜରରେ ରଖି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ନୂଆଦିଲ୍ଲୀର ସମସ୍ତ ନ୍ୟାସନାଲ କ୍ୟାମ୍ପ୍‌କୁ ବନ୍ଦ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.