ETV Bharat / sports

କୋରୋନା ଭାଇରସ: ଆଇଓସି ମୁଖ୍ୟ ଥୋମାସ ବାଚଙ୍କ ଜାପାନ ଗସ୍ତ ବାତିଲ

author img

By

Published : Apr 12, 2020, 11:23 AM IST

କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ସଭାପତି ଥୋମାସ ବାଚଙ୍କ ଜାପାନ ଗସ୍ତ ବାତିଲ ହୋଇଛି । ଏନେଇ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ଟୋକିଓ ଅଲମ୍ପିକ ପରିଚାଳନା କମିଟି ସିଇଓ ତୋସିରୋ ମୁଟୋ ।

COVID-19 outbreak
କୋରୋନା ଭାଇରସ: ଆଇଓସି ମୁଖ୍ୟ ଥୋମାସ ବାଚଙ୍କ ଜାପାନ ଗସ୍ତ ବାତିଲ

ଟୋକିଓ: କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ସଭାପତି ଥୋମାସ ବାଚଙ୍କ ଜାପାନ ଗସ୍ତ ବାତିଲ ହୋଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଟୋକିଓ ଅଲମ୍ପିକ ପରିଚାଳନା କମିଟି ସିଇଓ ତୋସିରୋ ମୁଟୋ ।

ଅଲମ୍ପିକ୍ସ ଗେମ ସମୟସୂଚୀରେ ପରିବର୍ତ୍ତନ ହୋଇଥିଲେ 2021ରେ ଆୟୋଜନ ନେଇ କୌଣସି ଗ୍ୟାରେଣ୍ଟି ନାହିଁ କହିଛନ୍ତି, ଟୋକିଓ ଅଲମ୍ପିକ ପରିଚାଳନା କମିଟି ମୁଖ୍ୟ କାର୍ଯ୍ୟନିର୍ବାହୀ । 2021କୁ ଟୋକିଓ ଅଲମ୍ପିକ ଘୁଞ୍ଚିବା ପରେ ପ୍ରସ୍ତୁତି ସମୀକ୍ଷା ପାଇଁ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ରହିଥିଲା । ଆଇଓସି ସଭାପତି ଜାପାନାର ହିରୋସିମା ଗସ୍ତର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ହିରୋସିମାରେ ପୂର୍ବରୁ ବାତିଲ ହୋଇଥିବା ଅଲମ୍ପିକ ଟର୍ଚ୍ଚ ରିଲେ କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା କାର୍ଯ୍ୟକ୍ରମ ରହିଥିଲା । ତେବେ ଗସ୍ତର ନୂଆ ତାରିଖ ନେଇ ସ୍ପଷ୍ଟ ହୋଇନାହିଁ ।

ତେବେ ଚଳିତ ସପ୍ତାହରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କୋରୋନା ଭାଇରସ ଦେଶରେ ସଂକ୍ରମଣକୁ ରୋକିବା ପାଇଁ ଏକ ଜରୁରୀକାଳୀନ ଘୋଷଣା ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.