ନୂଆଦିଲ୍ଲୀ: ମହାମାରୀ କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେଆର୍ସ ଫଣ୍ଡକୁ ଭାରତୀୟ ଅଲମ୍ପିକ ଆସୋସିଏସନ 2 କୋଟି ସହାୟତା ପ୍ରଦାନ କରିଛନ୍ତି ।
କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କୁ ଭେଟି ପିଏଲ କେଆର୍ସ ଫଣ୍ଡ ଉଦ୍ଦେଶ୍ୟରେ 2 କୋଟିର ଚେକ୍ ପ୍ରଦାନ କରିଛନ୍ତି ଆଇଓଏ ପ୍ରତିନିଧି ମଣ୍ଡଳୀ ।
ଭାରତୀୟ ଅଲମ୍ପିକ ଆଲସୋସିଏସନର ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା, ସିନିୟର ଉପ-ସଭାପତି ଅନିଲ ଖାନ୍ନା, ଉପ-ସଭାପତି ସୁଧାଂଶୁ ମିତ୍ତଲ, ଯୁଗ୍ମ ସମ୍ପାଦକ ଓନକାର ସିଂହ ଓ ସହକାରୀ ଉପ-ସଭାପତି ଅଜୟ ସିଂହ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ଥିଲେ ।
ଏହି ଅର୍ଥ ରାଶି ଏକାଧିକ ଫେଡେରେସନ ଓ ଆଥଲେଟଙ୍କ ଠାରୁ ସଂଗ୍ରହ କରାଯାଇଥିଲା । ଦେଶର କଠିନ ସମୟରେ ସହାୟତାର ହାତ ବଢାଇଥିବାରୁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଭାରତୀୟ ଅଲମ୍ପିକ ଆସୋସିଏସନକୁ ଧନ୍ୟବାଦ ଜଣାଇଛନ୍ତି ।