ନୂଆଦିଲ୍ଲୀ: କୋରୋନା ବିରୋଧି ଲଢେଇରେ ସଚେତନତା ପାଇଁ ଆଗେଇ ଆସିଛନ୍ତି ଷ୍ଟାର ଭାରତୀୟ ସୁଟର ମନୁ ଭାକର । ଲକଡାଉନକୁ ଗମ୍ଭୀରତା ସହ ମାନିବା ସହିତ ଘରେ ରହିବାକୁ ଅପିଲ କରିଛନ୍ତି । ଏନେଇ ଏକ ଭିଡିଓ ଟ୍ବିଟର ଯୋଗେ ସେୟାର କରିଛନ୍ତି ମନୁ ଭାକର ।
-
बात को समझो, #korona pic.twitter.com/bnppcukoaV
— Manu Bhaker (@realmanubhaker) April 18, 2020 " class="align-text-top noRightClick twitterSection" data="
">बात को समझो, #korona pic.twitter.com/bnppcukoaV
— Manu Bhaker (@realmanubhaker) April 18, 2020बात को समझो, #korona pic.twitter.com/bnppcukoaV
— Manu Bhaker (@realmanubhaker) April 18, 2020
ପୂର୍ବରୁ କୋରୋନା ବିରୁଦ୍ଧରେ ଲଢେଇ ପାଇଁ, ଯୁବ ସୁଟର ମନୁ ଭାକର ହରିୟାଣା କୋରୋନା ରିଲିଫ ଫଣ୍ଡକୁ 1 ଲକ୍ଷ ଟଙ୍କା ଦାନ କରିଛନ୍ତି ।
କୋରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଦେଶରେ ଲାଗୁ ହୋଇଛି ଲକଡାଉନ । ପ୍ରଧାନମନ୍ତ୍ରୀ ମୋଦି 3 ମେ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରିଛନ୍ତି । ତେବେ ଗତ 24 ଘଣ୍ଟାରେ 991 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସାରାଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 14,378ରେ ପହଞ୍ଚିଛି ।