ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁଙ୍କ ଟୋକିଓ ଗସ୍ତ ବାତିଲ । ଭାରତର ଅଲମ୍ପିକ ପ୍ରସ୍ତୁତି ନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ କ୍ରୀଡା ଅଧିକାରୀ କମିଟି ଚଳିତ ମାସ ଶେଷ ସପ୍ତାହରେ ଟୋକିଓ ଗସ୍ତର କାର୍ଯ୍ୟକ୍ରମ ରହିଥିଲା ।
କିରେନ ରିଜିଜ୍ଜୁଙ୍କ ସହ ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା, ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା, ବକ୍ସି ଫେଡେରେସନ ଅଫ ଇଣ୍ଡିଆର ସଭାପତି ଅଜୟ ସିଂହ, କ୍ରୀଡା ସମ୍ପାଦଜକ ରାଧେଶ୍ୟାମ ଜୁଲାନିୟା ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ନିର୍ଦ୍ଦେଶକ ସନ୍ଦୀପ ପ୍ରଧାନ ଟୋକିଓ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ କୋରୋନା(COVID-19)କୁ ଦୃଷ୍ଟିରେ ରଖି ଏହି ବାତିଲ ହୋଇଥିବା ନିଜେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
ତେବେ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏଯାବତ ଟୋକିଓ ଅଲମ୍ପିକ ହେବାନେଇ ଆଶଙ୍କା ଜାରି ରହିଛି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅଲମ୍ପିକ୍ସ ଗେମ ଆରମ୍ଭ ହେବାନେଇ ଆଶାବାଦୀ ଥିବାବେଳେ, ଅନ୍ତର୍ଜାତୀୟ ଅଲମ୍ପିକ ଆସୋସିଏସନ ଚୂଡାନ୍ତ ନିଷ୍ପତ୍ତି ନେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ