ETV Bharat / sports

Asian Games: ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ଯୁବପିଢିଙ୍କ ରୋଲ ମଡେଲ୍‌

author img

By ETV Bharat Odisha Team

Published : Oct 8, 2023, 4:02 PM IST

Updated : Oct 8, 2023, 5:29 PM IST

ଏସିଆନ ଗେମ୍ସ ୨୦୨୩ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସଦସ୍ୟଙ୍କୁ ୩ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ମହିଳା ହକି ଷ୍ଟାର ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର । ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୀନ୍‌ର ହାଙ୍ଗଝୌରେ ଶେଷ ହୋଇଥିବା ଏସିଆନ୍‌ ଗେମ୍ସ ୨୦୨୩ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଟିମ୍‌ରେ ଖେଳୁଥିଲେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା । ଏହା ସହିତ ରାଜ୍ୟର ଯୁବପିଢିଙ୍କ ପାଇଁ ଦୀପଗ୍ରେସ ଜଣେ ରୋଲ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୁନ୍ଦରଗଡ଼ର ଏହି ହକି ଖେଳାଳି ୨୦୧୧ ମସିହାରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ସେ ଉଭୟ ରିଓ ଏବଂ ଟୋକିଓ ଅଲମ୍ପିକରେ ଖେଳିଥିଲେ । ଏସିଆନ୍‌ ଗେମ୍ସ ୨୦୨୩ରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମର ସଦସ୍ୟା ଥିଲେ ଦୀପଗ୍ରେସ । ମୁଖମନ୍ତ୍ରୀ କହିଛନ୍ତି, "ଦେଶ ପାଇଁ ଦୀପ ଗ୍ରେସ୍ ହେଉଛନ୍ତି ଗର୍ବ ଏବଂ ପ୍ରତୀକ ।" ମୁଖ୍ୟମନ୍ତ୍ରୀ ଦୀପଗ୍ରେସଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ଭାରତକୁ ଗର୍ବ ଆଣିବା ପାଇଁ ସେ ଏଭଳି ଧାରା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବାସ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asian games: ବ୍ରୋଞ୍ଜ ଜିତିଲେ ଭାରତୀୟ ମହିଳା ହକି ଖେଳାଳି, 3 ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚୀନର ହାଙ୍ଗଝୌରେ ଆୟୋଜିତ ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ସେମିଫାଇନାଲରେ ଚୀନ ଠାରୁ ହାରିବା ପରେ ବ୍ରୋଞ୍ଜ ପାଇଁ ଜାପାନ ସହ ଖେଳିଥିଲା । ତେବେ ଜାପାନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଅକ୍ତିଆର କରିଥିଲା ଭାରତ । ଏହି ବ୍ରୋଞ୍ଜ ପଦକ ଲଢ଼େଇରେ ଭାରତ ଓ ଜାପାନ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ବେଳେ ବ୍ରୋଞ୍ଜ ଜିତିବାକୁ ସକ୍ଷମ ହୋଇଥିଲା ଭାରତ । ଭାରତୀୟ ମହିଳା ହକି ଖେଳାଳିଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ । ଆଜି ଏହି ଦଳର ସଦସ୍ୟ ରହିଥିବା ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ବ୍ୟକ୍ତିଗତ ଭାବେ ୫୦ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ଅମିତ ରୋହିଦାସଙ୍କୁ ଦେଢ଼ କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏସିଆନ୍‌ ଗେମ୍ସରେ ଜାପାନକୁ ଦେଇଥିଲେ ଗୋଲ

ପ୍ରକାଶଯୋଗ୍ୟ, ଏଥର ଏସିଆନ୍‌ ଗେମ୍ସରେ ଦେଶ ପାଇଁ ମେଡଲ ଆଣିଥିବା ସମସ୍ତ ଓଡ଼ିଆ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । ଦୀପଗ୍ରେସଙ୍କ ପୂର୍ବରୁ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ସମସ୍ତ ଖେଳାଳି ଓ ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ ଓଡ଼ିଶା ସରକାର । ଏହି ଦଳର ସଦସ୍ୟ ତଥା ସ୍ବର୍ଣ୍ଣ ପଦକ ଲଢ଼େଇରେ ଚମତ୍କାର ପ୍ରଦର୍ଶନ କରି ଏକ ବହୁମୂଲ୍ୟ ଗୋଲ୍‌ ସ୍କୋର କରିଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ବ୍ୟକ୍ତିଗତ ଭାବେ ୧.୫ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ଜାଭେଲିନ ଥ୍ରୋ ଇଭେଣ୍ଟରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଓଡ଼ିଆ ଜାଭେଲିନ ଷ୍ଟାର ତଥା ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ମଧ୍ୟ ୧.୫ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 8, 2023, 5:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.