ETV Bharat / sports

ଦୀପଗ୍ରେସ୍ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Nov 15, 2022, 6:46 PM IST

ଦୀପଗ୍ରେସ୍‌ ଏକ୍କା ପାଇବେ ଅର୍ଜୁନ ପୁରସ୍କାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପଗ୍ରେସ୍ ଏକ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ଦୀପଗ୍ରେସ୍ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଦୀପଗ୍ରେସ୍ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ : ଓଡ଼ିଆ ମହିଳା ହକି ତାରକା ଦୀପଗ୍ରେସ୍ ଏକ୍କାଙ୍କୁ ମିଳିବ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରୀଡା ପୁରସ୍କାର ଅର୍ଜୁନ ପୁରସ୍କାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପଗ୍ରେସ୍ ଏକ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ "ଅର୍ଜୁନ ଆୱାର୍ଡ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ଓଡିଶା ହକି ଖେଳାଳି ତଥା ଟୋକିଓ 2020 ଅଲିମ୍ପିକ ଦଳର ସଦସ୍ୟ ଦୀପଗ୍ରେସ ଏକ୍କାଙ୍କୁ ଅଭିନନ୍ଦନ । କ୍ରୀଡା କ୍ଷେତ୍ରରେ ତାଙ୍କର ଭବିଷ୍ୟତ ସର୍ବଦା ଉଜ୍ଜଳ ହେଉ । ଦେଶକୁ ଏମିତି ଗୌରାବାନ୍ବିତ କରୁଥାନ୍ତୁ । ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।"

2022 ବର୍ଷ ପାଇଁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଓ ଅର୍ଜୁନ ପୁରସ୍କାର ପାଇଁ ୨୬ ଜଣ କ୍ରୀଡ଼ାବିତ୍‌ଙ୍କ ନାମ ଘୋଷଣା କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ଘୋଷଣା ହୋଇଥିବା ୨୫ ଜଣିଆ ତାଲିକାରେ ଓଡ଼ିଆ ହକି ତାରକା ଦୀପଗ୍ରେସ୍‌ ଏକ୍କା ସ୍ଥାନ ପାଇଛନ୍ତି । ପୂର୍ବରୁ ଓଡିଶାର ପ୍ରଥମ ମହିଳା ହକି ଖେଳାଳୀ ଭାବେ ଜ୍ୟୋତି ସୁନୀତା କୁଲୁଙ୍କୁ 2007 ମସିହାରେ ଅର୍ଜୁନ ପୁରସ୍କାର ମିଳିଥିଲା । ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ସମସ୍ତ କ୍ରୀଡ଼ାବିତଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.