ETV Bharat / sports

ଆଇଏସଏସଏଫ ସୁଟିଂ ବିଶ୍ବକପ: 25 ମିଟର ସୁଟିଂରେ ଚିଙ୍କି ଯାଦବଙ୍କୁ ସ୍ବର୍ଣ୍ଣ ପଦକ

author img

By

Published : Mar 24, 2021, 8:10 PM IST

ଆଇଏସଏସଏଫ ସୁଟିଂ ବିଶ୍ବକପର 25 ମିଟର ପିସ୍ତଲ ସୁଟିଂରେ ସ୍ବର୍ଣ୍ଣ ପଦକ ହାସଲ କଲେ ଚିଙ୍କି ଯାଦବ। ସ୍ବର୍ଣ୍ଣ ପଦକ ପାଇଁ ରାହି ସରନୋବାତ ଓ ଚିଙ୍କି ଯାଦବ ମୁହାଁମୁହିଁ ହୋଇଥିଲେ। ଅଧିକ ପଢ଼ନ୍ତୁ...

ଆଇଏସଏସଏଫ ସୁଟିଂ ବିଶ୍ବକପ: 25 ମିଟର ସୁଟିଂରେ ଚିଙ୍କି ଯାଦବଙ୍କୁ ସ୍ବର୍ଣ୍ଣ ପଦକ
ଆଇଏସଏସଏଫ ସୁଟିଂ ବିଶ୍ବକପ: 25 ମିଟର ସୁଟିଂରେ ଚିଙ୍କି ଯାଦବଙ୍କୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ: ଆଇଏସଏସଏଫ ସୁଟିଂ ବିଶ୍ବକପର 25 ମିଟର ପିସ୍ତଲ ସୁଟିଂରେ ସ୍ବର୍ଣ୍ଣ ପଦକ ହାସଲ କଲେ ଚିଙ୍କି ଯାଦବ। ସ୍ବର୍ଣ୍ଣ ପଦକ ପାଇଁ ରାହି ସରନୋବାତ ଓ ଚିଙ୍କି ଯାଦବ ମୁହାଁମୁହିଁ ହୋଇଥିଲେ। 25 ମିଟର ପିସ୍ତଲ ସୁଟିଂରେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ ଟକ୍କର ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଦୁହିଁଙ୍କ ସ୍କୋର 32ରେ ଶେଷ ହୋଇଥିଲା। ତେବେ ସୁଟଅଫରେ ଚିଙ୍କି 4-3ରେ ରାହିଙ୍କୁ ପରାଜିତ କରିଥିଲେ।

25 ମିଟର ପିସ୍ତଲ ବର୍ଗରେ ଭାରତ ସ୍ବର୍ଣ୍ଣ ପଦକ, ରୌପ୍ୟ ପଦକ ଓ ବ୍ରୋ଼ଞ୍ଜ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ପୂର୍ବରୁ ସୁଟର ମନୁ ଭାକର ସ୍ବର୍ଣ୍ଣ ପଦକ ରାଉଣ୍ଡରୁ ବାଦ ପଡ଼ି ବ୍ରୋଞ୍ଜ ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଦୁଇ ଭାରତୀୟଙ୍କ ମଧ୍ୟରେ ସ୍ବର୍ଣ୍ଣ ପଦକ ପାଇଁ ଟକ୍କର ହୋଇଥିବା ବେଳେ ଏଥିରେ ବାଜିମାତ କରିଛନ୍ତି ଚିଙ୍କି ଯାଦବ। ମନୁ ଭାକର ଓ ରାହି ସରନୋବାତ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି। ତେବେ ଏହି ଦୁଇଜଣଙ୍କୁ ପରାଜିତ କରି ନିଜ ପରକାଷ୍ଠା ଦେଖାଇଛନ୍ତି ଚିଙ୍କି।

ଚିଙ୍କି ମଧ୍ୟ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କିନ୍ତୁ ଅଲିମ୍ପିକ୍ସ ନିୟମ ମୁତାବକ ଗୋଟିଏ ବର୍ଗରେ ଗୋଟିଏ ଦେଶରୁ କେବଳ ଦୁଇଜଣ ସାମିଲ ହୋଇ ପାରିବେ। ଏଥିପାଇଁ ଚିଙ୍କିଙ୍କ ଅଲିମ୍ପିକ୍ସରେ ଭାଗ ନେବା ନେଇ ସନ୍ଦେହ ଦେଖା ଦେଇଛି। ସେପଟେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ମନୁ ଭାକର ଓ ରାହିଙ୍କୁ ଧନ୍ୟବାଦ ଦେଇଛନ୍ତି ଚିଙ୍କି। ଦୁହେଁ ସୁଟିଂ କ୍ଷେତ୍ର ଅନେକ ଟିପ୍ସ ଦେଇଥିଲେ ବୋଲି ଚିଙ୍କିଂ କହିଛନ୍ତି ।

ସେପଟେ ପୁରୁଷ ବିଭାଗର 50 ମିଟର ରାଇଫଲ ସୁଟିଂରେ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.