ନୂଆଦିଲ୍ଲୀ: ମଙ୍ଗଳବାର ଠାରୁ ଆରମ୍ଭ ହେବ ଏସିଆନ କୁସ୍ତି ଚମ୍ପିଆନସିପ୍ । କିନ୍ତୁ ଏହି ଚମ୍ପିଆନସିପ୍ରେ ଅଂଶ ଗ୍ରହଣ କରିବାକୁ ଥିବା ଚୀନ କୁସ୍ତିଯୋଦ୍ଧାଙ୍କୁ ଭିସା ଦେବାକୁ ମନା କରିଦେଇଛି ଭାରତ ।
![ଚୀନ କୁସ୍ତିଯୋଦ୍ଧାଙ୍କୁ ମିଳିଲାନି ଭିସା](https://etvbharatimages.akamaized.net/etvbharat/prod-images/6103417_download.jpg)
ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ମହାସଚିବ ବିନୋଦ ତୋମର ମିଡିଆକୁ କହିଛନ୍ତି ଯେ, 40 ସଦସ୍ୟ ଚୀନ ଦଳ ଏସିଆନ କୁସ୍ତି ଚମ୍ପିଆନସିପ୍ରେ ଅଂଶ ଗ୍ରହଣ କରିବାକୁ ନୂଆଦିଲ୍ଲୀ ଆସିଥାନ୍ତେ । କିନ୍ତୁ ଏବେ ସେମାନଙ୍କୁ ଭିସା ଦେବାକୁ ମନା କରାଯାଇଛି । ସେମାନଙ୍କୁ ଭିସା ମିଳିନି । ଫଳରେ ଏବେ ସେମାନେ ଏସିଆନ କୁସ୍ତି ଚମ୍ପିଆନସିପ୍ରେ ଅଂଶ ଗ୍ରହଣ କରି ପାରିବେ ନାହିଁ ।
![chinese](https://etvbharatimages.akamaized.net/etvbharat/prod-images/6103417_asian-championship-logopng.png)
ସୂଚନାଥାଉକି, କୋରୋନା ଭାଇରସ୍ର ଆତଙ୍କକୁ ଦେଖି ଭାରତ ଗତ ଜନୁଆରୀ ମାସ 15ତାରିଖରୁ ଚୀନ କୁସ୍ତି ଯୋଦ୍ଧାଙ୍କ ଭିସାରେ ରୋକ୍ ଲଗାଇଥିଲା ।
ତୋମାର ଆହୁରି ମଧ୍ୟ କହିଛନ୍ତି, ସ୍ବାସ୍ଥ୍ୟ ମହତ୍ବପୂର୍ଣ୍ଣ । ଭାଇରସ ବହୁତ ବିପଦଜନ୍ନକ । ଲୋକଙ୍କ ପ୍ରତି ବିପଦ ରହିଛି । ଏଥିସହ ଏହା ଅନ୍ତର୍ଜାତୀୟ ମାମଲା ।
କୋରୋନା ଭାଇରାସ କାରଣରୁ ଚୀନରେ ସମସ୍ତ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ଓ ସ୍ଥାନାନ୍ତରିତ କରାଯାଇଛି । କୋରନା ଏଯାଏଁ 1700ରୁ ଅଧିକ ଲୋକଙ୍କ ଜୀବନ ନେଲାଣି ।