ଶେନଝେନ(ଚୀନ): ସେମି ଫାଇନାଲରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ବ୍ୟାଡମିଣ୍ଟନ ଯୋଡ଼ି ସାତ୍ତ୍ବିକ-ଚିରାଗ ଫାଇନାଲରେ ବିଫଳ ହୋଇଛନ୍ତି । ଚୀନରେ ଚାଲିଥିବା ଚାଇନା ମାଷ୍ଚର୍ସ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ସାତ୍ତ୍ବିକ ଚିରାଗ ଯୋଡି ଫାଇନାଲରେ ପରାସ୍ତ ହୋଇ ରନର୍ସଅପ ହୋଇଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଯୋଡ଼ି 19-21,21-18,19-21 ଗେମରେ ବିଶ୍ବର ଏକ ନମ୍ବର ଯୋଡ଼ି ଲିୟାଙ୍ଗ ୱେଲ୍ କେଙ୍ଗ ଓ ୱାଙ୍ଗ ଚାଙ୍ଗଙ୍କ ନିକଟରୁ ହାରି ଯାଇଥିଲେ । ଫଳରେ ଉପବିଜେତାରେ ସନ୍ତୁଷ୍ଟ ହୋଇଛନ୍ତି ଏହି ଯୋଡ଼ି ।
-
SAT-CHI finish as Runner Up of #ChinaMasters2023 🥳
— SAI Media (@Media_SAI) November 26, 2023 " class="align-text-top noRightClick twitterSection" data="
Update: #Badminton🏸
The celebrated 👑 #TOPSchemeAthletes unleashed their OG destructive mode & gave it their all to fight 🇨🇳's Liang/Wang in today's thrilling finale.
With a scoreline of 19-21, 21-18 & 19-21, the leading… pic.twitter.com/dhWggGWuIP
">SAT-CHI finish as Runner Up of #ChinaMasters2023 🥳
— SAI Media (@Media_SAI) November 26, 2023
Update: #Badminton🏸
The celebrated 👑 #TOPSchemeAthletes unleashed their OG destructive mode & gave it their all to fight 🇨🇳's Liang/Wang in today's thrilling finale.
With a scoreline of 19-21, 21-18 & 19-21, the leading… pic.twitter.com/dhWggGWuIPSAT-CHI finish as Runner Up of #ChinaMasters2023 🥳
— SAI Media (@Media_SAI) November 26, 2023
Update: #Badminton🏸
The celebrated 👑 #TOPSchemeAthletes unleashed their OG destructive mode & gave it their all to fight 🇨🇳's Liang/Wang in today's thrilling finale.
With a scoreline of 19-21, 21-18 & 19-21, the leading… pic.twitter.com/dhWggGWuIP
ଏହି ଫାଇନାଲ ମ୍ୟାଚ ଜିତିବାକୁ ଚୀନ ଯୋଡିଙ୍କୁ 71ମିନିଟ ସମୟ ଲାଗିଥିଲା । ସାତ୍ତ୍ବିକ-ଚିରାଗ ଯୋଡି ଲଢ଼ୁଆ ପ୍ରଦର୍ଶନ କରିବା ସର୍ତ୍ତ୍ବେ ଅଳ୍ପକେ କ୍ୟାରିୟରର ଦ୍ବିତୀୟ ସୁପର 750 ଟାଇଟଲ ହାତେଇବାକୁ ବଞ୍ଚିତ ହୋଇଥିଲେ । ପ୍ରଥମ ଗେମରେ ପରାସ୍ତ ହେବା ପରେ ଦ୍ବିତୀୟ ଗେମରେ ଜବରଦସ୍ତ କମବ୍ୟାକ କରିଥିଲେ । ଭାରତୀୟ ଯୋଡି ଚଳିତ ସିଜନରେ ଏସିଆ ଚମ୍ପିଆନସିପସ, ଇଣ୍ଡୋନେସିଆ ସୁପର 1000, ସ୍ବିସ୍ ଓପନ ଓ ଏସୀୟ କ୍ରୀଡ଼ାରେ ଚମ୍ପିଆନ ହେବାର ଗୌରବ ଲାଭ କରିଥିଲେ । ଚଳିତ ସିଜନରେ ସାତ୍ତ୍ବିକ-ଚିରାଗ ପ୍ରଥମ ଥର ଲାଗି କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି । ପୂର୍ବରୁ 6ଟି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବିଜୟୀ ହୋଇଥିଲେ ।
ଏହା ବି ପଢନ୍ତୁ...ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ; ଫାଇନାଲରେ ସାତ୍ତ୍ବିକ-ଚିରାଗ
ସେମିରେ ଭାରତୀୟ ଯୋଡ଼ି ଚୀନ ଯୋଡ଼ିଙ୍କୁ ପରାସ୍ତ କରି ଫାଇନାଲ ଟିକେଟ ହାତେଇଥିଲେ । ଚୀନ ଯୋଡିଙ୍କୁ 21-16, 22-20ରେ ବେ ଜି ଟିଙ୍ଗ ଓ ରେନ ଜିଆଙ୍ଗ ୟୁଙ୍କୁ ପରାସ୍ତ କରିଥିଲେ ଭାରତୀୟ ଯୋଡି । ଚଳିତ ବର୍ଷ ଉଭୟ ଚତୁର୍ଥ ଥର ପାଇଁ ବିଡବ୍ଲୁଏଫ ବିଶ୍ବ ଟୁର୍ ଫାଇନାଲରେ ପ୍ରବେଶ
ଏହା ବି ପଢନ୍ତୁ...Asian Games 2023: ପୁରୁଷ ଡବଲ୍ସ ବ୍ୟାଟମିଣ୍ଟନରେ ଭାରତକୁ ସ୍ବର୍ଣ୍ଣ
ପ୍ରକାଶ ଥାଉ କି, ଗତ ମେ ମାସରେ ଏସିଆ ଚମ୍ପିଆନସିପ୍ରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ ଏହି ଯୋଡ଼ି । ମାଲେସିଆ ଯୋଡ଼ିଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଥିଲେ । ଏହା ସହିତ ମାର୍ଚ୍ଚ ମାସରେ ଅନୁଷ୍ଠିତ ସ୍ବିସ୍ ଓପନ୍ ଡବଲ୍ପ ଚମ୍ପିଆନ ହୋଇଥିଲେ । ବ୍ୟାଡମିଣ୍ଟନ ୱାର୍ଲ୍ଡ ମାନ୍ୟତାରେ ଏହି ଯୋଡି ତୃତୀୟ ସ୍ଥାନରେ ରହିଛନ୍ତି । ଗତମାସରେ ଅନୁଷ୍ଠିତ ହୋଇଥିବା 19ତମ ଏସୀୟ କ୍ରୀଡାରେ ଏହି ଯୋଡି ସ୍ବର୍ଣ୍ଣ ପଦକ ଜିତିଥିଲେ । ଚାଇନା ମାଷ୍ଟର୍ସରେ ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି ଏହି ଯୋଡି ।