ETV Bharat / sports

BWF World Rankings: ଦୁଇ ସ୍ଥାନ ଉପରକୁ ଉଠିଲେ ସାତ୍ତ୍ବିକ-ଚିରାଗ, ସିନ୍ଧୁ ୬ ସ୍ଥାନରେ ସ୍ଥିର - ଚିରାଗ ସେଟ୍ଟୀ

ଷ୍ଟାର ସଟଲର ସାତ୍ତ୍ବିକ ସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କ ପୁରୁଷ ଯୁଗଳ ଯୋଡି ଦୁଇ ସ୍ଥାନ ଉପରକୁ ଉଠିଛନ୍ତି । ଅଧିକ ପଢନ୍ତୁ

ବିଡବ୍ଲୁଏଫ ବିଶ୍ବ ମାନ୍ୟତାରେ ଦୁଇ ସ୍ଥାନ ଉପରକୁ ଉଠିଲେ ସାତ୍ତ୍ବିକ-ଚିରାଗ

author img

By

Published : Dec 21, 2022, 5:50 PM IST

ହାଇଦ୍ରାବାଦ: ପ୍ରକାଶ ପାଇଛି ବିଡବ୍ଲୁଏଫ ବିଶ୍ବ ମାନ୍ୟତା ( BWF World Rankings ) । ଷ୍ଟାର ସଟଲର ସାତ୍ତ୍ବିକ ସାଇରାଜ ରଙ୍କିରେଡ୍ଡୀ (Satwiksairaj Rankireddy) ଏବଂ ଚିରାଗ ସେଟ୍ଟୀଙ୍କ (Chirag Shetty) ପୁରୁଷ ଯୁଗଳ ଯୋଡି ଦୁଇ ସ୍ଥାନ ଉପରକୁ ଉଠିଛନ୍ତି । ଦୁଇ ସ୍ଥାନ ଉପରକୁ ଉଠିବା ପରେ ଉଭୟଙ୍କ ଯୋଡି କ୍ୟାରିୟରର ସର୍ବଶ୍ରେଷ୍ଠ ମାନ୍ୟତା ୫ମ ସ୍ଥାନ ହାସଲ କରିଛନ୍ତି । ସାତ୍ତ୍ବିକ-ଚିରାଗଙ୍କ ପୁରୁଷ ଯୁଗଳ ଯୋଡି ଇଣ୍ଡିଆନ ଓପନ ସୁପର ୫୦୦ ଇଭେଣ୍ଟରେ ବିଜୟୀ ହେବା ସହିତ ବର୍ଷ ୨୦୨୨ର ସିଜିନ ଆରମ୍ଭ କରିଥିଲେ ।

ସେବେଠାରୁ ଉଭୟ ଟପ ୧୦ରେ ନିଜର ମାନ୍ୟତା ବଜାୟ ରଖିଛନ୍ତି । ଏହି ସିଜିନରେ ଉଭୟ ନିଜର ଦମଦାର ପ୍ରଦର୍ଶନ ଜାରି ରଖିବା ସହିତ ଭାରତୀୟ ଯୋଡ଼ି ଟୋକିଓ ବିଶ୍ବ ଚମ୍ପିଆନସିପରେ ବ୍ରୋଞ୍ଜ ପଦକ ଜିତି ଥିଲେ । ସେହିପରି ଫ୍ରେଞ୍ଚ ଓପନରେ ପ୍ରଥମ ଥର ପାଇଁ ସୁପର ୭୫୦ ଟାଇଟଲ ହାସଲ କରିଥିଲେ । ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହି ଯୋଡି ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ସେହିପରି ଥୋମାସ କପ୍‌ରେ ମଧ୍ୟ ଉଭୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନ କରାଇଥିଲେ ।

ଏହି କ୍ରମରେ ଲକ୍ଷ୍ୟ ସେନ୍‌ ବିଶ୍ବ ମାନ୍ୟତାରେ ୭ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । BWF ୱାର୍ଲଡ୍‌ ଟୁର୍‌ ଫାଇନାଲରେ ବିଶ୍ବର ନମ୍ବର ୧ ସଟଲର୍‌ ୱିକ୍ଟର ଏକ୍ସୋନସେନଙ୍କ ବିପକ୍ଷରେ ବଜୟ ହାସଲ କରିଥିବା ଭାରତୀୟ ଷ୍ଟାର ସଟଲର ଏଚଏସ ପ୍ରଣୟ ୪ ବର୍ଷ ପରେ ପ୍ରଥମ ଥର ଟପ ୧୦ରେ ନିଜ ସ୍ଥାନ ପକ୍କା କରିଛନ୍ତି । ବିଶ୍ବ ମାନ୍ୟତାରେ ୯ମ ସ୍ଥାନରେ ରହିଛନ୍ତି ଏଚଏସ ପ୍ରଣୟ । ପୂର୍ବରୁ ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ହାସଲ କରିଥିବା କିଦାମ୍ବୀ ଶ୍ରୀକାନ୍ତ ଏବେ ୧୧ତମ ସ୍ଥାନରେ ରହିଛନ୍ତି ।

ସେପଟେ ମହିଳା ବର୍ଗରେ ଦୁଇ ଥର ଅଲମ୍ପିକ ପଦକ ହାସଲ କରିଥିବା ପିଭି ସିନ୍ଧୁ(PV Sindhu) ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଆହତ କାରଣରୁ କିଛି ଦିନ ବ୍ରେକ୍‌ ନେଇଥିଲେ । ସେ ଏବେ ଷଷ୍ଠ ସ୍ଥାନରେ ସ୍ଥିର ରହିଛନ୍ତି । ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ସାଇନା ନେହୱାଲ ( Saina Nehwal ) ୩୩ତମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.