ETV Bharat / sports

BWF World Ranking: ଶ୍ରେଷ୍ଠ 5ମ ସ୍ଥାନରେ ପିଭି ସିନ୍ଧୁ - ବିଡବ୍ଲ୍ୟୁଏଫ ମାନ୍ୟତାର ପଞ୍ଚମରେ ପିଭି ସିନ୍ଧୁ

ବିଡବ୍ଲ୍ୟୁଏଫ (Badminton World Federation) ମାନ୍ୟତା ତାଲିକାରେ ଉପରକୁ ଉଠିଲେ ଭାରତୀୟ ସଟଲର ପିଭି ସିନ୍ଧୁ । 3 ବର୍ଷ ପରେ ଶ୍ରେଷ୍ଠ ପଞ୍ଚମ ସ୍ଥାନକୁ ଫେରିଛନ୍ତି ସିନ୍ଧୁ ।

BWF World Ranking
ପିଭି ସିନ୍ଧୁ
author img

By

Published : Oct 26, 2022, 12:29 PM IST

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ (Badminton World Federation) ମାନ୍ୟତା ତାଲିକାରେ ଉପରକୁ ଉଠିଛନ୍ତି ଭାରତୀୟ ସଟଲର ପିଭି ସିନ୍ଧୁ । ଦୁଇ ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ବିଜେତା ପିଭି ସିନ୍ଧୁ ଶ୍ରେଷ୍ଠ 5ମ ସ୍ଥାନକୁ ଫେରିଛନ୍ତି । ଗୋଟିଏ ସ୍ଥାନ ଉନ୍ନୀତ ହୋଇ ଶ୍ରେଷ୍ଠ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି ପିଭି ସିନ୍ଧୁ । ଦୀର୍ଘ 3 ବର୍ଷ ବ୍ୟବଧାନ ପରେ ମହିଳା ସିଙ୍ଗଲ୍ସରେ ଶ୍ରେଷ୍ଠ 5 ଖେଳାଳିଙ୍କ ମଧ୍ୟରେ ରହିବାର ସଫଳତା ହାସଲ କରିଛନ୍ତି ସିନ୍ଧୁ । ଏହା ସହ ବିଡବ୍ଲ୍ୟୁଏଫ ମାନ୍ୟତା ପୁରୁଷ ବର୍ଗରେ ତାଲିକାରେ ଏଚଏସ ପ୍ରଣୟଙ୍କ ସ୍ଥାନ ମଧ୍ୟ ଉପରକୁ ଉଠିଛି ।

ପ୍ରକାଶିତ ତାଲିକାରେ ରିଓ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ସ୍ପେନର କାରୋଲିନା ମାରିନଙ୍କୁ ହଟାଇ ଏହି ସ୍ଥାନକୁ ଉଠିଛନ୍ତି ସିନ୍ଧୁ । ମାରିନ ଷଷ୍ଠ ସ୍ଥାନରେ ରହିଛନ୍ତି । ସିନ୍ଧୁ ଶେଷ ଥର ଲାଗି 2019 ସେପ୍ଟେମ୍ବରରେ ମହିଳା ସିଙ୍ଗଲ୍ସରେ ଟପ 5ରେ ରହିଥିଲେ । ବର୍ମିହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ସିନ୍ଧୁ । ଏହାପରେ ଆହତ ସମସ୍ୟା ପାଇଁ ବିଶ୍ବ ଚାମ୍ପିଅନସିପରୁ ବାଦ ପଡିଥିଲା । ଅନ୍ୟତମ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଗୋଟିଏ ସ୍ଥାନ ଖସି 33ତମ ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ...T20 World Cup: ବିଶ୍ୱକପରୁ ଆଉଟ୍ ୱେଷ୍ଟଇଣ୍ଡିଜ, ଇସ୍ତଫା ଦେବେ କୋଚ

ସେହିପରି ପୁରୁଷ ବର୍ଗରେ ପ୍ରଣୟ 12ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଲକ୍ଷ୍ୟ ସେନ ଅଷ୍ଟମ ଓ କେ ଶ୍ରୀକାନ୍ତ 11ତମ ସ୍ଥାନରେ ରହିଛନ୍ତି । ପୁରୁଷ ଡବଲ୍ସରେ ସାତ୍ତ୍ବିକସାଇରାଜ ଓ ଚିରାଗ ସେଟ୍ଟୀ ଯୋଡିଙ୍କ ଅଷ୍ଟମ ସ୍ଥାନ ଅପରିବର୍ତ୍ତିତ ରହିଛି । ଏମଆର ଅର୍ଜୁନ ଓ ଧ୍ରୁବ କପିଳାଙ୍କ ଯୋଡି 19ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମହିଳା ମିକ୍ସଡ ଡବଲ୍ସ ରେ ତ୍ରିଶା 29ତମ ସ୍ଥାନକୁ ଉଠିଛନ୍ତି । ମହିଳା ଡବଲ୍ସରେ ଅଶ୍ବିନୀ ପୋନାପ୍ପା ଓ ଏନ୍ ସିତି ରେଡ୍ଡୀ ଯୋଡି 24ତମ ସ୍ଥାନକୁ ଖସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.