ETV Bharat / sports

BWF Ranking: କ୍ୟାରିଅରର ଶ୍ରେଷ୍ଠ ର଼୍ୟାଙ୍କିଂରେ ସାତ୍ତ୍ବିକ-ଚିରାଗ - ସାତ୍ତ୍ବିକ ଚିରାଗଙ୍କ ବିଡବ୍ଲ୍ୟଏଫ ମାନ୍ୟତା

ଯୁଗଳ ମାନ୍ୟତାରେ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଂରେ ରହିଛନ୍ତି ଭାରତୀୟ ପୁରୁଷ ଯୁଗଳ ଯୋଡି ସାତ୍ତ୍ବିକ ଓ ଚିରାଗ । ଅଧିକ ପଢନ୍ତୁ

BWF Ranking
କ୍ୟାରିଅରର ଶ୍ରେଷ୍ଠ ସ୍ଥାନରେ ସାତ୍ତ୍ବିକ-ଚିରାଗ
author img

By

Published : Jun 21, 2023, 12:23 PM IST

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ବ୍ୟାଡମିଣ୍ଟନ ୱାର୍ଲ୍ଡ (ବିଡବ୍ଲ୍ୟଏଫ) ମାନ୍ୟତାରେ ଭାରତୀୟ ଷ୍ଟାର ଯୋଡିଙ୍କ ସ୍ଥାନରେ ଉନ୍ନତୀ ହୋଇଛି । ଭାରତୀୟ ପୁରୁଷ ଯୁଗଳ ଯୋଡି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଂରେ ରହିଛନ୍ତି । ଯୁଗଳ ମାନ୍ୟତାରେ ଏହି ଯୋଡ଼ି 3ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଇଣ୍ଡୋନେସିଆ ଓପନ ଟାଇଟଲ ଜିତିବା ପରେ ଏହି ଯୋଡ଼ି ର଼୍ୟାଙ୍କିଂରେ କମାଲ କରିଛନ୍ତି ।

ଏହା ବି ପଢନ୍ତୁ...Indonesia Open: ଇତିହାସ ରଚିଲେ ସାତ୍ୱିକ-ଚିରାଗ ଯୋଡ଼ି, ପୁରୁଷ ଯୁଗଳ ବର୍ଗରେ ଭାରତକୁ ପ୍ରଥମ ଟାଇଟଲ୍‌

ଚଳିତ ବର୍ଷ ଏହି ଭାରତୀୟ ଯୋଡି ସାତ୍ତ୍ବିକ ଚିରାଗଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ଯାହା ତାଙ୍କୁ BWF ମାନ୍ୟତାରେ ସହାୟକ ହୋଇଛି । ଇତି ମଧ୍ୟରେ ଉଭୟ ସୁଇସ ଓପନ, ଇଣ୍ଡୋନେସିଆ ଓପନ ଓ ବ୍ୟାଡମିଣ୍ଟନ ଏସିଆ ଚମ୍ପିଅନସିପ ଟାଇଟଲ ଜିତି ସାରିଛନ୍ତି । ଗତ 15ଟି ଟୁର୍ଣ୍ଣାମେଣ୍ଟ ଖେଳି ଏହି ଯୋଡି 82331 ପଏଣ୍ଟ ହାସଲ କରିଛି । ଗତବର୍ଷ ଏହି ଯୋଡି ରାଜ୍ୟଗୋଷ୍ଠୀ କ୍ରୀଡାରେ ଉଭୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହାସହିତ ଫ୍ରେଞ୍ଚ୍‌ ଓପନ୍‌ ସୁଇପ 750 ଟୁର୍ଣ୍ଣାମେଣ୍ଟ ଟାଇଟଲ ଜିତିଥିଲେ ।

ଅନ୍ୟପଟେ ପ୍ରକାଶିତ ବ୍ୟାଡମିଣ୍ଟନ ୱାର୍ଲ୍ଡ (ବିଡବ୍ଲ୍ୟଏଫ) ମାନ୍ୟତାରେ ଦୁଇ ଥର ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବାଦଶ ସ୍ଥାନରେ ରହିଛନ୍ତି । ଗାୟତ୍ରୀ ଗୋପିଚାନ୍ଦ 16ତମ ସ୍ଥାନ ବଜାୟ ରଖିଛନ୍ତି । ପୁରୁଷ ଏକକ ମାନ୍ଯତାରେ ଏଚଏସ ପ୍ରଣୟ 9ମ ସ୍ଥାନରେ ରହିଛନ୍ତି । ଲକ୍ଷ୍ଯ ସେନ ଦୁଇଟି ସ୍ଥାନ ଉପରକୁ ଉଠି 18ତମ ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ...Canada Para Badminton: ପ୍ରମୋଦଙ୍କୁ ରୌପ୍ୟ ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନିକଟରେ ସଦ୍ୟ ସମାପ୍ତ ଇଣ୍ଡୋନେସିଆ ଓପନରେ ଦେଶ ପାଇଁ ଗର୍ବ ଆଣିଥିଲେ ଏହି ସଟଲର ଯୋଡି । ଇଣ୍ଡୋନେସିଆ ଓପନ ୱାର୍ଲଡ ଟୁର ସୁପର-୧୦୦୦ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଯୁଗଳ ବର୍ଗରେ ଭାରତକୁ ପ୍ରଥମ ଟାଇଟଲ ଭେଟି ଦେଇଥିଲେ ସାତ୍ତ୍ବିକ ଚିରାଗ । ମାଲେସିଆର ଆରୋନ ଚିୟା ଏବଂ ବୁୟିକ ସୋହଙ୍କୁ ୨୧-୧୭, ୨୧-୧୮ରେ ପରାସ୍ତ କରି ଟାଇଟଲ ଜିତିଥିଲେ ଭାରତୀୟ ଯୋଡ଼ି ସାତ୍ବିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ । ସେହିପରି ଗତ ମେ' ମାସରେ ବ୍ୟାଡ୍‌ମିଣ୍ଟନ ଏସିଆ ଚମ୍ପିଅନସିପରେ ଦେଶକୁ ସ୍ବର୍ଣ୍ଣିମ ସଫଳତା ଦେଇଥିଲେ ଏହି ଯୋଡ଼ି । ମାଲେସିଆ ଯୋଡିଙ୍କୁ 3ଟି ସେଟ୍‌ 16-21, 21-17, 21-19 ପଏଣ୍ଟ ପରାସ୍ତ କରି 58 ବର୍ଷ ପରେ ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ସାତ୍ତ୍ବିକ-ଚିରାଗ । ଏହି ଦୁଇଜଣ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ ସେମାନଙ୍କ ମାନ୍ୟତାରେ ସହାୟକ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.