ETV Bharat / sports

ପରିବାର ସହ ଡାକ୍ତରଖାନାରେ ଖ୍ରୀଷ୍ଟମାସ ପାଳିଲେ ଫୁଟବଲର ପେଲେ - footballer Pele celebrate Christmas in Hospital

ବ୍ରାଜିଲ ଫୁଟବଲର ପେଲେ ଡାକ୍ତରଖାନାରେ ପରିବାର ସହ ଖ୍ରୀଷ୍ଟମାସ ପାଳିଛନ୍ତି । ସେପଟେ ଡାକ୍ତର କହିଛନ୍ତି ପେଲେଙ୍କର କ୍ୟାନସରର ମାତ୍ରା ବଢିଯାଇଛି । ଅଧିକ ପଢନ୍ତୁ

ଡାକ୍ତରଖାନାରେ ପରିବାର ସହ କ୍ରିସ୍‌ମାସ୍‌ ପାଳିଲେ ଫୁଟବଲର ପେଲେ

author img

By

Published : Dec 26, 2022, 6:57 AM IST

ହାଇଦ୍ରାବାଦ: କିମ୍ବଦନ୍ତୀ ଫୁଟବଲର ପେଲେ ଡାକ୍ତରଖାନାରେ ଖ୍ରୀଷ୍ଟମାସ ପାଳିଛନ୍ତି । ବ୍ରାଜିଲର ଏହି ଲୋକପ୍ରିୟ ଖେଳାଳି ସ୍ବାସ୍ଥ୍ୟବସ୍ଥା ଖରାପ କାରଣରୁ ସାଓ ପାଉଲର ଅଲର୍ବଟ ଆଇନଷ୍ଟାଇନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । କିନ୍ତୁ ସେ ମେଡିକାଲରୁ ଡିସଚାର୍ଜ ହୋଇପାରିବେ ନାହିଁ ବୋଲି କହିଥିଲେ । ଏନେଇ ଖ୍ରୀଷ୍ଟମାସ ଅବସରରେ ତାଙ୍କ ପରିବାର ଲୋକ ଡାକ୍ତରଖାନରେ ପହଁଞ୍ଚିଥିଲେ । ସେଠାରେ ପରିବାରଙ୍କ ସହ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି ବ୍ରାଜିଲର ଏହି ଲୋକପ୍ରିୟ ଖେଳାଳି ।

ପେଲେଙ୍କ ଝିଅ କେଲୀ ନେସିମେଣ୍ଟୋ ଇନଷ୍ଟାଗ୍ରାମରେ ପରିବାର ସହିତ ଏହ ଫଟୋ ଅପଲୋଡ କରି ଲେଖିଛନ୍ତି "ସମସ୍ତଙ୍କୁ ମେରୀ ଖ୍ରୀଷ୍ଟମାସର ଶୁଭେଚ୍ଛା । ସମସ୍ତଙ୍କ ଶ୍ରଦ୍ଧା ଓ ଭଲପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ । " ମିଡିଆ ରିପୋର୍ଟ ଅନୁସାରେ ଡାକ୍ତର କହିଛନ୍ତି ଯେ, ପେଲେଙ୍କର କ୍ୟାନସରର ମାତ୍ରା ବଢିଯାଇଛି । ଏହା ସହିତ ହୃଦରୋଗ ପାଇଁ ତାଙ୍କୁ ୨୪ ଘଣ୍ଟା ଚିକିତ୍ସାର ଆବଶ୍ୟକ ରହିଛି । ତେବେ ସେ ମେଡିକାଲରୁ କେବେ ଡିସଚାର୍ଜ ହେବେ ସେନେଇ କୌଣସି ସଠିକ୍ ସୂଚନା ଦେଇ ହେବ ନାହିଁ ବୋଲି ପେଲେଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଥିଲେ ।

ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ବ୍ରାଜିଲର ଏହି ମହାନ ଫୁଟବଲର ପେଲେ ନଭେମ୍ବର ୩୦ ତାରିଖରେ ସାଓ ପାଉଲର ଅଲର୍ବଟ ଆଇନଷ୍ଟିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଶ୍ବର ମହାନ ଫୁଟବଲରଙ୍କ ମଧ୍ୟରୁ ପେଲେ ଜଣେ ବ୍ରାଜିଲର କିମ୍ବଦନ୍ତୀ ଖେଳାଳି । ସେ ବ୍ରାଜିଲ ତରଫରୁ ଖେଳି ବର୍ଷ ୧୯୫୮, ୧୯୬୨ ଓ ୧୯୭୦ ମସିହାରେ ନିଜ ଦେଶକୁ ବିଶ୍ବକପ ଭେଟି ଦେଇଛନ୍ତି । ଏହି କିମ୍ବଦନ୍ତୀ ଫୁଟବଲର ପେଲେ ୧୭ ବର୍ଷ ବୟରେ ଟିମ୍ ବ୍ରାଜିଲ ତରଫରୁ ଖେଳି ଦଳକୁ ବିଜୟର ସ୍ବାଦ ଚଖାଇଥିଲେ । ବର୍ଷ ୧୯୫୮ରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ପେନେ ସୁଡାନ ବିପକ୍ଷରେ ଦୁଇଟି ଗୋଲ ଦେଇଥିଲେ । ସେ ତାଙ୍କ ପ୍ରଫେସନାଲ କ୍ୟାରିୟରରେ ୧୩୬୩ ମ୍ୟାଚ ଖେଳି ୧୨୮୧ ଟି ଗୋଲ ଦେଇଛନ୍ତି । ସେ ବ୍ରାଜିଲ ତରଫରୁ ଖେଳି ୯୨ ମ୍ୟାଚରୁ ୭୮ଟି ଗୋଲ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.