ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ୍ ବିଶ୍ବକପ୍ । ଉଦଘାଟନୀ ମ୍ୟାଚରେ ମରକ୍କୋକୁ ହରାଇଲା ବ୍ରାଜିଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ମରକ୍କୋକୁ ହରାଇ ୧-୦ ରେ ବିଜୟଲାଭ କଲା ବ୍ରାଜିଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଏହି ବିଶ୍ବକପ ଉଦଘାଟନ କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ଓ ନୀତିଶ ପାରମାଣିକ ।
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ୍ ବିଶ୍ବକପ୍ର ଉଦଘାଟନୀ ମ୍ୟାଚରେ ମରକ୍କୋକୁ ହରାଇଛି ବ୍ରାଜିଲ । ଗୃପ 'ଏ' ରେ ଭାରତ ସହିତ ଆମେରିକା, ବ୍ରାଜିଲ ଏବଂ ମରକ୍କୋ ରହିଥିବା ବେଳେ ପ୍ରଥମ ମ୍ୟାଚରେ ବ୍ରାଜିଲ ଓ ମରକ୍କୋ ପରସ୍ପରକୁ ଭେଟିଥିଲେ । ଏଥିରେ ମରକ୍କୋକୁ ହରାଇ ୧-୦ ରେ ବିଜୟଲାଭ କରିଛି ବ୍ରାଜିଲ ।
ଏହାପରେ ଆଜିର ଦ୍ବିତୀୟ ମ୍ୟାଚରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଅଣ୍ଡର୍ ୧୭ ମହିଳା ଫିଫା ବିଶ୍ବକପ ପାଇଁ ନଭୀ ମୁମ୍ବାଇ, ଗୋଆ ଏବଂ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଭେନ୍ୟୁ ଘୋଷଣା ହୋଇଛି । ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟନୀ ମ୍ୟାଚରେ ମରକ୍କୋକୁ ହରାଇ ବ୍ରାଜିଲ ବିଜୟଲାଭ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଭାରତ ଓ ଆମେରିକା ପରସ୍ପରକୁ ଭେଟିବେ ।
ଇଟିଭି ଭାରତ, ଭୁବନେଶ୍ବର