ନୂଆଦିଲ୍ଲୀ: ଫେବୃଆରୀ 3ରେ ଅନୁଷ୍ଠିତ ହେବ ଭାରତୀୟ ବକ୍ସିଂ ଫେଡେରେସନର ନିର୍ବାଚନ । ଏନେଇ ଶୁକ୍ରବାର BFI ପକ୍ଷରୁ ଘୋଷଣା କରାଯାଇଛି ।
ନିର୍ବାଚନ ସମ୍ବନ୍ଧୀୟ ମାମଲା ଦିଲ୍ଲୀର କୋର୍ଟ ଦ୍ବାରା ଶୁଣାଣି ହୋଇଥିଲା ଓ BFI ର ପ୍ରଶାସନିକ ନିର୍ଦ୍ଦେଶକଙ୍କ ପକ୍ଷରୁ ଧାର୍ଯ୍ୟ ନିର୍ବାଚନ ସୂଚୀ କୋର୍ଟ ଦ୍ବାରା ଗ୍ରହଣୀୟ ହୋଇଛି । ଏକ ଅଫିସିଆଲ ବିବୃତିରେ ଫେଡେରେସନ ପକ୍ଷରୁ ଏହା କୁହାଯାଇଛି ।
2021 ଜାନୁଆରୀ 8, ଶୁକ୍ରବାର ବକ୍ସିଂ ଫେଡେରେସନ ନିର୍ବାଚନ ମାମଲା ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ପରେ କୋର୍ଟ ନିର୍ବାଚନ ତାରିଖ ନେଇ ସୂଚୀ ଦାଖଲ କରିବାକୁ BFI ପ୍ରଶାସକଙ୍କ ନିର୍ଦ୍ଦେଶ ଦେଇଥିଲେ । ପରେ ଫେଡେରେସନ ପକ୍ଷରୁ ନିର୍ବାଚନ ତାରିଖ ପ୍ରସ୍ତାବ ଦେଇଥଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ