ETV Bharat / sports

ପୂର୍ବତନ ବକ୍ସର ବିରଜୁ ଶାହାଙ୍କ ବିୟୋଗ, ଶୋକ ପ୍ରକାଶ କରିଲା BFI

author img

By

Published : Sep 6, 2022, 10:08 PM IST

ଭାରତର ପୂର୍ବତନ ବକ୍ସର ବିରଜୁ ଶାହାଙ୍କର ( Birju Sah ) ପରଲୋକ । ମୃ୍ତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ଅଧିକ ପଢନ୍ତୁ

ପୂର୍ବତନ ବକ୍ସର ବିରଜୁ ଶାହାଙ୍କ ବିୟୋଗ, ଶୋକ ପ୍ରକାଶ କରିଲା BFI
ପୂର୍ବତନ ବକ୍ସର ବିରଜୁ ଶାହାଙ୍କ ବିୟୋଗ, ଶୋକ ପ୍ରକାଶ କରିଲା BFI

ହାଇଦ୍ରାବାଦ: ଭାରତର ପୂର୍ବତନ ବକ୍ସର ବିରଜୁ ଶାହାଙ୍କର ( Birju Sah ) ପରଲୋକ । ଝାଡଖଣ୍ଡ ଜାମସେଦପୁରରରେ ଗତ ଶନିବାର ତାଙ୍କର ପରଲୋକ ଘଟିଥିଲା । ମୃ୍ତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ବିରଜୁ ଶାହାଙ୍କ ମୃତ୍ୟୁ ଖବର ପାଇ ଶୋକ ବ୍ୟକ୍ତ କରିଛି ବକ୍ସିଂ ଫେଡେରସନ ଅଫ ଇଣ୍ଡିଆ ( Boxing Federation of India ) ।

ବକ୍ସର ବିରଜୁ ଶାହା ଏସିଆନ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ଭାରତୀୟ ବକ୍ସର ହିସାବରେ ପଦକ ଜିତି ଥିଲେ ( the first Indian boxer to win medals at both the Asian and Commonwealth Games ) । ୧୯୯୪ ମସିହାରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଏବଂ ଭାରତକୁ ବ୍ରୋଞ୍ଜ ମେଡାଲ ଭେଟି ଦେଇଥିଲେ । ବକ୍ସିଂ ଫେଡେରସନ ଅଫ ଇଣ୍ଡିଆ ତାଙ୍କର ବିୟୋଗ ଖବର ଶୁଣି ଶୋକ ବ୍ୟକ୍ତ କରିବା ସହିତ ପରିବାର ବର୍ଗକୁ ସମବେଦନା ଜଣାଇଛି ( The Boxing Federation of India mourned the demise of boxer Birju Sah ) ।

ସ୍ପର୍ଟସ ବୋଡି ଟ୍ବିଟ କରି ଲେଖିଛି ବକ୍ସିଂ ଫେଡେରସନ ଅଫ ଇଣ୍ଡିଆ ବକ୍ସର ବିରଜୁ ଶାହାଙ୍କ ବିୟୋଗ ଖବର ନେଇ ଦୁଃଖ ପ୍ରକାଶ କରିଛି । ତାଙ୍କର ପରିବାର ବର୍ଗ ଏବଂ ସାଙ୍ଗ ସାଥୀମାନଙ୍କୁ ସମବେଦନା ଜଣାଇଛି । ବିରଜୁ ଶାହାଙ୍କ ଆତ୍ମାକୁ ଶାନ୍ତି ମିଳୁ ।

୧୯୯୩ ମସିହା ବ୍ୟାଙ୍କକରେ ଖେଳାଯାଇଥିବା ଏସିଆନ ଜୁନିଅର ଚମ୍ପିଆନସିପରେ ବିରଜୁ ଶାହା ପ୍ରଥମ ୪୫-୪୮ କି.ଗ୍ରାରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ଥିଲା ବିରଜୁ ଶାହାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା । ପରେ ସେ ୧୯୯୪ ମସିହାରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଭାରତୀୟ ହିସାବରେ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତି ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.