ETV Bharat / sports

ପୁନେର ଆର୍ମି କ୍ରୀଡ଼ା ପ୍ରତିଷ୍ଠାନରେ ତାଲିମ ନେବେ ମାରି କମ୍

author img

By

Published : May 5, 2021, 5:03 PM IST

ଟୋକିଓ ଅଲମ୍ପିକ୍ସ ପାଇଁ ପୁନେର ଆର୍ମି କ୍ରୀଡ଼ା ପ୍ରତିଷ୍ଠାନରେ ତାଲିମ ନେବେ ଭାରତୀୟ ବକ୍ସିଂ ତାରକା ମାରି କମ୍ । ତାଙ୍କ ସହ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଆଉ ଦୁଇ ଜଣ ବକ୍ସର ମଧ୍ୟରେ ଏହି କ୍ରୀଡ଼ା ପ୍ରତିଷ୍ଠାନରେ ତାଲିମ ନେବେ । ଅଧିକ ପଢ଼ନ୍ତୁ...

ପୁନେର ଆର୍ମୀ କ୍ରୀଡ଼ା ପ୍ରତିଷ୍ଠାନରେ ତାଲିମ ନେବେ ମାରି କମ୍

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ପାଇଁ ପୁନେର ଆର୍ମି କ୍ରୀଡ଼ା ପ୍ରତିଷ୍ଠାନରେ ତାଲିମ ନେବେ ଭାରତୀୟ ବକ୍ସିଂ ତାରକା ମାରି କମ୍ । ତାଙ୍କ ସହ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଆଉ ଦୁଇ ଜଣ ବକ୍ସର ମଧ୍ୟରେ ଏହି କ୍ରୀଡ଼ା ପ୍ରତିଷ୍ଠାନରେ ତାଲିମ ନେବେ । ପ୍ରଥମ ଏହି ଶିବିର ଦିଲ୍ଲୀରେ ଆରମ୍ଭ ହୋଇଥିଲା । ରାଜଧାନୀରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁଣେକୁ ଏହି ତାଲିମ ଶିବିର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି ।

ପୁଣେ ବକ୍ସିଂ ତାଲିମ ଶିବିରରେ 6 ଥରର ବିଶ୍ୱ ଚମ୍ପିଆନ୍ ମାରି କମଙ୍କ ସହ 69 କେଜି ବର୍ଗରେ ଲବ୍ନିନା ବୋର୍ଗହେନ ମଧ୍ୟ ରହିଛନ୍ତି । ସେ ପୂର୍ବରୁ ପୁଣେ କ୍ରୀଡ଼ା ପ୍ରତିଷ୍ଠାନରେ ପହଞ୍ଚି ସାରିଛନ୍ତି । ଲବ୍ନିନାଙ୍କ ସହ 60 କେଜି ବର୍ଗର ସିମରନଜୀତ କୌର ପୁଣେ କ୍ରୀଡ଼ା ପ୍ରତିଷ୍ଠାନରେ ସାମିଲ ହୋଇଛନ୍ତି । ଏହି ତିନି ବକ୍ସିଂ ଖେଳାଳି କ୍ବାରେଣ୍ଟିନରେ ରହିବା ପରେ ତାଲିମରେ ଯୋଗ ଦେବେ । ଏହି ତିନି ବକ୍ସିଂ ଖେଳାଳିଙ୍କ ପାଇଁ ତିନିଟି ପୃଥକପୃଥକ ଗ୍ରୁପ କରାଯାଇଛି । କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଏଭଳି ପୃଥକ ଗ୍ରୁପ କରାଯାଇଥିବା ସୂଚନା ମିଳିଛି।

ତେବେ ବର୍ତ୍ତମାନ ମାରି କମଙ୍କ ସହ ତାଙ୍କ କୋଚ ଯୋଗ ଦେବେ ନାହିଁ । ମାରି କମଙ୍କ କୋଚ୍ ଛୋଟେଲାଲ ଯାଦବ ଗତ ମାସରେ କୋରୋନା ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ସେ କୋରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି । ଛୋଟେଲାଲ ଯାଦବଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେ ପୁଣେ ବକ୍ସିଂ ତାଲିମ ଶିବିରରେ ଯୋଗ ଦେବେ।

ଜୁଲାଇ 24 ତାରିଖରେ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବ। ଏହାପୂର୍ବରୁ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ କ୍ରୀଡ଼ାବିତ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.