ହାଇଦ୍ରାବାଦ: ଭାରତୀୟ ପୁରୁଷ ବକ୍ସିଂ ଟିମକୁ 35ତମ ବକ୍ସାମ ଇଣ୍ଟରନ୍ୟାସନାଲ ଫାଇନାଲ ମୁକାବିଲା ପୂର୍ବରୁ ବଡ଼ ଝଟକା । 3ଜଣ ଭାରତୀୟ ବକ୍ସରଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ଜଣାପଡିବା ପରେ ସେମାନେ ଫାଇନାଲ ମୁକାବିଲାରୁ ଓହରିବାକୁ ବାଧ୍ୟ ହୋଇଛନ୍ତି ।
ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ବକ୍ସର ଆଶିଷ କୁମାର(75 କିଲୋଗ୍ରାମ)ଙ୍କ ରିପୋର୍ଟ ପଜିଟିଭ ରହିଛି । ତେବେ ତାଙ୍କର ରୁମ୍ମେଣ୍ଟ ହୋଇଥିବାରୁ ମହମ୍ମଦ ହୁସାମୁଦ୍ଦିନ(57 କିଲୋଗ୍ରାମ)ଓ ସୁମିତ ସଙ୍ଗୱାନ(81 କିଲୋଗ୍ରାମ)ଙ୍କୁ ଫାଇନାଲରୁ ଓହରିବାକୁ ପଡିଛି ।
ଫଳରେ ଏହି ତିନି ଖେଳାଳି ଫାଇନାଲ ଖେଳିବାକୁ ବଞ୍ଚିତ ହୋଇ ରୌପ୍ୟ ପଦରେ ସନ୍ତୁଷ୍ଟ ହୋଇଛନ୍ତି । ଆଶିଷଙ୍କ ଠାରେ କୌଣସି ଲକ୍ଷଣ ନାହିଁ ଓ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ତେବେ ଭାରତ ଫେରିବା ପୂର୍ବରୁ ଦୁଇ ସପ୍ତାହ କାଷ୍ଟଲେନରେ କ୍ବାରେଣ୍ଟିନ ରହିବେ ।
ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବକ୍ସିଂର ଦମଦାର ଜୟଯାତ୍ରା ଆଣ୍ଟି-କ୍ଲାଇମାକ୍ସରେ ଶେଷ ହୋଇଥିବା କହିଛନ୍ତି, ଭାରତୀୟ ବକ୍ସିଂର ଉଚ୍ଚ ପ୍ରଦର୍ଶନ ନିର୍ଦ୍ଦେଶକ ସାଣ୍ଟିଆଗୋ ନିଏଭା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ