ETV Bharat / sports

ରଣବୀର ସିଂ ହେଲେ NBA ଇଣ୍ଡିଆର ବ୍ରାଣ୍ଡଆମ୍ବାସଡର୍‌

author img

By

Published : Sep 30, 2021, 9:59 PM IST

ବଲିଉଡ ସୁପରଷ୍ଟାର ରଣବୀର ସିଂ ଗୁରୁବାର ଭାରତୀୟ ନ୍ୟାସନାଲ ବାସ୍କେଟବଲ୍‌ ଆସୋସିଏସନ(NBA) ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି । ଅଧିକ ପଢନ୍ତୁ...

Bollywood superstar Ranveer Singh named NBA's brand ambassador for India
ରଣବୀର ସିଂ ହେଲେ NBA ଇଣ୍ଡିଆର ବ୍ରାଣ୍ଡଆମ୍ବାସଡର୍‌

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ରଣବୀର ସିଂ ଗୁରୁବାର ଭାରତୀୟ ନ୍ୟାସନାଲ ବାସ୍କେଟବଲ୍‌ ଆସୋସିଏସନ(NBA) ବ୍ରାଣ୍ଡଆମ୍ବାସଡର ହୋଇଛନ୍ତି । ଏନେଇ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି । ୭୫ତମ ବାର୍ଷିକୀ ସିଜିନ ୨୦୨୧-୨୨ ପାଇଁ NBA ସହ କାର୍ଯ୍ୟ କରିବାକୁ ଅନୁବନ୍ଧିତ ହୋଇଛନ୍ତି ରଣବୀର ।

NBA ଇଣ୍ଡିଆର ଓ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଦର୍ଶତ ହେବାକୁ ଥିବା ଏକାଧିକ ଲିଗ୍‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ରଣବୀର । ଏଥିସହ କ୍ଳେଭଲ୍ୟାଣ୍ଡରେ ହେବାକୁ ଥିବା NBA ଅଲ-ଷ୍ଟାର ୨୦୨୨ରେ ଯୋଗଦେବେ ଯେଉଁଠାରେ NBA ଖେଳାଳି ଓ କିମ୍ବଦନ୍ତୀଙ୍କୁ ଭେଟିବେ । ପୂର୍ବରୁ ଟରୋଣ୍ଟୋରେ ଆୟୋଜିତ NBA ଅଲ୍‌-ଷ୍ଟାର ୨୦୧୬ରେ ଯୋଗଦେଇଥିଲେ ରଣବୀର ।

ନୂଆ ଦାୟିତ୍ବ ପରେ ରଣବୀର କହିଛନ୍ତି, "ପିଲାଦିନୁ ବାସ୍କେଟବଲ ପ୍ରତି ଭଲପାଇବା ରହିଛି । ବାସ୍କେଟବଲ ୭୫ତମ ସିଜିନ ଉତ୍ସବ ମନାଇବାକୁ ଯାଉଥିବାରୁ ଦେଶରେ ବାସ୍କେଟବଲ୍‌ର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ସହଯୋଗ କରିବାକୁ ସମସ୍ତ ପ୍ରୟାସ କରିବି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.