ETV Bharat / sports

ଅର୍ଜୁନ ପୁରସ୍କାର ପାଇଁ ବକ୍ସର ଅମିତ୍ ଓ ଗୌରବଙ୍କ ନାମ ସୁପାରିସ୍ - Gaurav Bidhuri

ଏସିଆନ୍ ଗେମ୍ସ ଓ ଚାମ୍ପିଅନସିପ୍ ସ୍ବର୍ଣ୍ଣ ପଦକ ବିଜେତା ଅମିତ୍ ପାନଙ୍ଘଲ ଏବଂ ୨୦୧୭ ବିଶ୍ବ ଚାମ୍ପିଅନସିପର ରୌପ୍ୟ ପଦକ ବିଜେତା ଗୌରବ ବିଧୁରୀଙ୍କ ନାମ ଅର୍ଜୁନ୍ ପୁରସ୍କାର ପାଇଁ ସୁପାରିସ କରାଯାଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 1, 2019, 6:46 PM IST

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ଓ ଚାମ୍ପିଅନସିପ୍ ସ୍ବର୍ଣ୍ଣ ପଦକ ବିଜେତା ଅମିତ୍ ପାନଙ୍ଘଲ ଏବଂ ୨୦୧୭ ବିଶ୍ବ ଚାମ୍ପିଅନସିପର ରୌପ୍ୟ ପଦକ ବିଜେତା ଗୌରବ ବିଧୁରୀଙ୍କ ନାମ ଅର୍ଜୁନ୍ ପୁରସ୍କାର ପାଇଁ ସୁପାରିସ କରାଯାଛି । ମଙ୍ଗଳବାର ଭାରତୀୟ ବକ୍ସିଂ ମହାସଂଘ (ବିଏଫଆଇ) କ୍ରୀଡା ମନ୍ତ୍ରାଳୟକୁ ଏହି ନାମ ସୁପାରିସ୍‌ କରିଛି ।

ତେବେ 2ୟଥର ପାଇଁ ଅମିତ୍ ପାନଙ୍ଘଲଙ୍କ ନାମ ସୁପାରିସ କରାଯାଇଛି । ଗତବର୍ଷ ତାଙ୍କ ନାମ ଦେଶର ସର୍ବଶ୍ରେଷ୍ଠ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧି ଖେଳ ରତ୍ନ ପାଇଁ ସୁପାରିସ୍‌ କରାଯାଇଥିଲା । ମାତ୍ର ତାଙ୍କୁ ଏହି ପୁରସ୍କାର ମିଳିନଥିଲା । କାରଣ ୨୦୧୨ରେ ଡୋପ୍ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଏଥିପାଇଁ ତାଙ୍କୁ ବର୍ଷକ ପାଇଁ ବ୍ୟାନ୍ କରାଯାଇଥିଲା । ତେବେ ଅମିତ୍ ଗତବର୍ଷ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ୪୯ କେଜି ବର୍ଗରେ ଉଜବେକିସ୍ତାନର ଡିଫେଣ୍ଡିଂ ଅଲିମ୍ପିକ୍ ଚାମ୍ପିଅନ୍ ହସନବୟ ଦୁସମାତୋଭଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ସେହିପରି ଗୌରବ ବିଧୁରୀଙ୍କ ନାମ ମଧ୍ୟ ଦ୍ବିତୀୟଥର ପାଇଁ ପଠାଯାଇଛି । ନିକଟରେ ଜାତୀୟ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ବିଧୁରୀ ୨୦୧୭ରେ ହାମବର୍ଗରେ ଆୟୋଜିତ ବିଶ୍ୱ ଚାମ୍ପିଅନସିପରେ ଏକମାତ୍ର ଭାରତୀୟ ଭାବେ ପଦକ ଜିତିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.