ETV Bharat / sports

ଜୁନ 10ରୁ ଅଭ୍ୟାସକୁ ଫେରିବେ ଭାରତୀୟ ବକ୍ସର, BFIର ପ୍ରସ୍ତୁତି

author img

By

Published : May 24, 2020, 2:52 PM IST

ଜୁନ 10ରୁ ଅଭ୍ୟାସକୁ ଫେରିପାରନ୍ତି ଭାରତୀୟ ବକ୍ସର । ସେଥିପାଇଁ ପ୍ରସ୍ତୁତି ଚଳାଇଛି ଭାରତୀୟ ବକ୍ସିଂ ଫେଡେରେସନ ।

BFI aims to resume training from june 10
ଜୁନ 10ରୁ ଅଭ୍ୟାସକୁ ଫେରିବେ ଭାରତୀୟ ବକ୍ସର, BFIର ପ୍ରସ୍ତୁତି

ନୂଆଦିଲ୍ଲୀ: ଜୁନ 10ରୁ ଅଭ୍ୟାସକୁ ଫେରିପାରନ୍ତି ଭାରତୀୟ ବକ୍ସର । ସେଥିପାଇଁ ପ୍ରସ୍ତୁତି ଚଳାଇଛି ଭାରତୀୟ ବକ୍ସିଂ ଫେଡେରେସନ । ଫେଡେରେସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଉଭୟ ପୁରୁଷ ଓ ମହିଳା ବକ୍ସରଙ୍କୁ ପଟିଆଲା ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା BFI ପକ୍ଷରୁ କୁହାଯାଇଛି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ଗାଇଡଲାଇନର ପାଳ ସହ ପଟିଆଲା କ୍ୟାମ୍ପସରେ ଅଭ୍ୟାସ ଆରମ୍ଭ ହେବ । NIS ପଟିଆଲା ପକ୍ଷରୁ ଜୁନ 10ରୁ ପୁରୁଷ ଓ ମହିଳା ବକ୍ସରଙ୍କ ଏକ ମିଳିତ କ୍ୟାମ୍ପର ଆୟୋଜନ ନେଇ ଚିନ୍ତା କରାଯାଉଥିବା BFI ଟ୍ବିଟରେ ଉଲ୍ଲେଖ କରିଛି।

ତେବେ ଅଭ୍ୟାସ ବେଳେ ଗାଇଡଲାଇନ ଅନୁଯାୟୀ ଶାରୀରିକ ସ୍ପର୍ଶ ପ୍ରଶିକ୍ଷଣକୁ ବାରଣ କରାଯାଇଛି । ଏଥିସହିତ ସରକାରଙ୍କ ବିନା ଅନୁମତିରେ ଜିମ୍ ଗୁଡିକ ଖୋଲିବା ବାରଣ କରାଯାଇଛି । ପରସ୍ପର ମଧ୍ୟରେ ଅତିକମରେ 2 ମିଟର ଦୂରତା ରକ୍ଷା କରିବା ସହ ସବୁ ଖେଳାଳିଙ୍କୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ବୋଲି ନିୟମ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.