ETV Bharat / sports

FIH ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା

author img

By

Published : Jul 18, 2022, 6:11 PM IST

ଅନ୍ତର୍ଜାତୀୟ ହକି ମହାସଂଘ(FIH) ଅଧ୍ୟକ୍ଷ ଓ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ସଦସ୍ୟତା ପଦରୁ ନରିନ୍ଦର ବାତ୍ରାଙ୍କ ଇସ୍ତଫା । ଅଧିକ ପଢନ୍ତୁ

ସମସ୍ତ ପଦରୁ ଇସ୍ତଫା ଦେଲେ ନରିନ୍ଦର ବତ୍ରା
ସମସ୍ତ ପଦରୁ ଇସ୍ତଫା ଦେଲେ ନରିନ୍ଦର ବତ୍ରା

ହାଇଦ୍ରାବାଦ: ଅନ୍ତର୍ଜାତୀୟ ହକି ମହାସଂଘର(FIH) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବତ୍ରା । ଏଥିସହିତ ସେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି (International Olympic Committee) ସଦସ୍ୟ ପଦ ମଧ୍ୟ ଛାଡିଛନ୍ତି । ସୁପ୍ରିମକୋର୍ଟ ମେ ୨୫ ତାରିଖରେ ହକି ଇଣ୍ଡିଆର ଆଜୀବନ ସଦସ୍ୟ ପଦରୁ ତାଙ୍କୁ ନିବୃତ କରିଥିଲା । ଏହାପରେ ସେ ଭାରତୀୟ ଅଲମ୍ପିକ ସଂଘ (Indian Olympic Association) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ୨୦୧୭ରେ ଭାରତୀୟ ଅଲମ୍ପିକ ସଂଘ ନିର୍ବାଚନରେ ବିଜୟୀ ହେବାସହ ଅଧ୍ୟକ୍ଷ ଭାର ସମ୍ଭାଳିଥିଲେ ବାତ୍ରା ।

  • Narinder Dhruv Batra resigns from the posts of IOC (International Olympic Committee ) member and president of FIH (International Hockey Federation).

    (File photo) pic.twitter.com/C671iCSAoR

    — ANI (@ANI) July 18, 2022 " class="align-text-top noRightClick twitterSection" data=" ">

ତିନୋଟି ଅଲଗା ଅଲଗା ଇସ୍ତଫା ପତ୍ରରେ ନରିନ୍ଦର ବାତ୍ରା ଭାରତୀୟ ଅଲମ୍ପିକ ସଂଘ, ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଓ ଅନ୍ତର୍ଜାତୀୟ ହକି ମହାସଂଘରୁ ଇସ୍ତଫା ଦେଇଛନ୍ତି । ସେ FIH କାର୍ଯ୍ୟକାରୀ ବୋର୍ଡକୁ ଲେଖିଛନ୍ତି, "ବ୍ୟକ୍ତିଗତ କାରଣରୁ ମୁଁ ଅନ୍ତର୍ଜାତୀୟ ହକି ମହାସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି ।" ସେହିପରି ବାତ୍ରାଙ୍କର ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ସଦସ୍ୟତା ଭାରତୀୟ ଅଲମ୍ପିକ ସଂଘ ଅଧ୍ୟକ୍ଷ ପଦ ସହିତ ଜଡିତ ରହିଥିଲା । ଉଭୟ ପଦରୁ ସେ ଇସ୍ତଫା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.