ହାଇଦ୍ରାବାଦ: ଦମ ଦେଖାଇଲେ ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ରୋମ ରାକିଂ ସିରିଜରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ବଜରଙ୍ଗ । ରାକିଂ ସିରିଜ ଇଭେଣ୍ଟରେ ବଜରଙ୍ଗଙ୍କ ଏହା 4ର୍ଥ ସ୍ବର୍ଣ୍ଣ ପଦକ ବିଜୟ । ଫାଇନାଲର ମୁକାବିଲାରେ ଆମେରିକାର ଜୋର୍ଡାନ ମାଇକେଲ ଓଲିଭରଙ୍କୁ ହରାଇଛନ୍ତି ।
-
BAJRANG (IND) the come-from-behind win against oliver to win the 65kg Gold Medal | #uww #tokyowrestle2020 #wrestling #freestylewrestling pic.twitter.com/J3QSzzomUS
— United World Wrestling (@wrestling) January 18, 2020 " class="align-text-top noRightClick twitterSection" data="
">BAJRANG (IND) the come-from-behind win against oliver to win the 65kg Gold Medal | #uww #tokyowrestle2020 #wrestling #freestylewrestling pic.twitter.com/J3QSzzomUS
— United World Wrestling (@wrestling) January 18, 2020BAJRANG (IND) the come-from-behind win against oliver to win the 65kg Gold Medal | #uww #tokyowrestle2020 #wrestling #freestylewrestling pic.twitter.com/J3QSzzomUS
— United World Wrestling (@wrestling) January 18, 2020
ପୂର୍ବରୁ ୟୁକ୍ରେନ କୁସ୍ତି ଯୋଦ୍ଧା ବାଶିଲ ସୁପ୍ତାରଙ୍କୁ ସେମିଫାଇନାଲରେ 6-4 ପଏଣ୍ଟରେ ହରାଇଥିଲେ । ପ୍ରଥମ ରାଉଣ୍ଡରେ ଆମେରିକାର ଆଲେନ ରଦରଫୋର୍ଡଙ୍କୁ 5-4 ଓ ଜୋଶେଫ କ୍ରିଷ୍ଟୋଫର ମେକନାନଙ୍କୁ କ୍ବାର୍ଟର ଫାଇନାଲରେ ହରାଇଥିଲେ ବଜରଙ୍ଗ । ଫାଇନାଲରେ ପରାଜୟ ପରେ ଆମେରିକା କୁସ୍ତିଯୋଦ୍ଧା ମାଇକେଲ, ବଜରଙ୍ଗଙ୍କ ଉଦ୍ଦେଶ୍ୟରେ ସକରାତ୍ମକ ଟ୍ବିଟ କରିଛନ୍ତି । ବଜରଙ୍ଗଙ୍କୁ ପ୍ରତିଦନ୍ଦ୍ବୀ ହୋଇଥିଲେ ମଧ୍ୟ ବନ୍ଧୁ ବୋଲି କହିବା ସହ ବିଜୟରେ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ଅନ୍ୟତମ ଭାରତୀୟ କୁସ୍ତିଯୋଦ୍ଧା ଜିତେନ୍ଦ୍ର 74 କିଲୋଗ୍ରାମ ବର୍ଗରେ ଓ ଦିପକ ପୁନିଆ 86 କିଲୋଗ୍ରାମ ବର୍ଗରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ପ୍ରଥମ ରାଉଣ୍ଡରେ ହିଁ ଦିପକ ଆଦ୍ରିଆନ ରାମାସଙ୍କୁ ଠାରୁ 1-11 ପଏଣ୍ଟରେ ପରାଜିତ ହୋଇଥିଲେ । ଜିତେନ୍ଦ୍ର ୟୁକ୍ରେନର ଡେନିସ ପାଭଲଭଙ୍କୁ ପ୍ରଥମ ରାଉଣ୍ଡରେ 10 ପଏଣ୍ଟରେ ହରାଇଥିଲେ । ମାତ୍ର କ୍ବାର୍ଟରଫାଇନାଲ ମୁକାବିଲାରେ ତୁର୍କିର ସୋନର ଡର୍ମିଟାସଙ୍କୁ ଠାରୁ 4-0 ପଏଣ୍ଟରେ ପରାସ୍ତ ହୋଇଥିଲେ ।