ETV Bharat / sports

Para Shooting: ଅବନୀଙ୍କ ବିଶ୍ବ ରେକର୍ଡ, ଜିତିଲେ ସ୍ବର୍ଣ୍ଣ - ସୁଟର ଅବନୀ ଲେଖରାଙ୍କ ରେକର୍ଡ

ଫ୍ରାନ୍ସ ଚାଟେରକ୍ସ ଠାରେ ଚାଲିଥିବା ପାରା ସୁଟିଂ ବିଶ୍ବକପରେ ଭାରତକୁ ସଫଳତା । ପୁଣି ଚମକିଲେ ଭାରତୀୟ ସୁଟର ଅବନୀ ଲେଖରା । ଅଧିକ ପଢନ୍ତୁ

ଅବନୀଙ୍କ ବିଶ୍ବ ରେକର୍ଡ
ଅବନୀଙ୍କ ବିଶ୍ବ ରେକର୍ଡ
author img

By

Published : Jun 8, 2022, 8:56 AM IST

ପ୍ୟାରିସ: ଫ୍ରାନ୍ସରେ ଚାଲିଥିବା ପାରା ସୁଟିଂ ବିଶ୍ବକପରେ ଭାରତକୁ ସଫଳତା । ପୁଣି ଚମକିଲେ ଟୋକିଓ ପାରାଅଲମ୍ପିକ ସ୍ବର୍ଣ୍ଣ ବିଜେତା ଭାରତୀୟ ସୁଟର ଅବନୀ ଲେଖରା । ମହିଳା 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ-1 ଇଭେଣ୍ଟରେ ଭାରତର ଅଭନୀ ଲେଖରା ନୂଆ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ।

ଫାଇନାଲରେ ଅବନୀ ମୋଟ 250.6 ପଏଣ୍ଟ ସହ ନିଜ ନାମରେ ଥିବା ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି । ଏହି ପ୍ରଦର୍ଶନ ବଳରେ ସେ 2024 ପ୍ୟାରିସ ପାରାଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ଚମ୍ପିଆନ ଅବନୀ ପୂର୍ବରୁ ଏହି ଇଭେଣ୍ଟରେ 249.6 ପଏଣ୍ଟ ହାସଲ ସହ ବିଶ୍ବ ରେକର୍ଡ ସ୍ଥାପନ କରିଥିଲେ । ଚଳିତ ବିଶ୍ବକପରେ ମଧ୍ୟ ଅବନୀଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ପୋଲାଣ୍ଡର ଇମିଲିୟା ବାବସ୍କା 247.6 ପଏଣ୍ଟ ସହ ରୌପ୍ୟ ଏବଂ ସ୍ବିଡେନର ଆନ୍ନା ନର୍ମାନ 225.6 ପଏଣ୍ଟ ବ୍ରୋଞ୍ଜ ପଦକ ଜିତିଛନ୍ତି ।

  • World cup gold medal with a #WorldRecord, Wow!

    We are proud of you @AvaniLekhara.

    With sheer determination and hard work, you are bringing laurels to the country. We pray for your bright career and success in all future endeavours. https://t.co/Z0Vs06NZjT

    — Om Birla (@ombirlakota) June 7, 2022 " class="align-text-top noRightClick twitterSection" data=" ">

ଟୋକିଓ ପାରାଅଲମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ସୁଟର ଭାବେ ଅବନୀ 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଇଭେଣ୍ଟରେ ସ୍ବର୍ଣ୍ଣ ଏବଂ ମହିଳା 50 ମିଟର ରାଇଫଲ ଥ୍ରୀ ପୋଜିସନ ଏସଏଚ-1 ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଅବନୀଙ୍କ ଏ ସଫଳତା ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଅବନୀଙ୍କ ପାଇଁ ଆମେ ଗର୍ବିତ । ଅବନୀଙ୍କ କଠିନ ପରିଶ୍ରମ ଦେଶକୁ ପୁରସ୍କାର ଆଣି ଦେଇଛି । ଅବନୀଙ୍କ ଉଜ୍ବଳ ଭବିଷ୍ୟତ ସଫଳତା କାମନା କରିଛନ୍ତି ବାଚସ୍ପତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.